/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696667572.jpg)
Odia jawan Saroj Kumar Das
ଭୁବନେଶ୍ୱରରେ ସହିଦଙ୍କ ମରଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ସିକ୍କିମ ବନ୍ୟାରେ ସହିଦ ହୋଇଥିବା ସରୋଜ ଦାସଙ୍କ ସହିଦଙ୍କ ମରଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ସହିଦ ସରୋଜ ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ସହିଦଙ୍କ ଶେଷ ଦର୍ଶନ ପାଇଁ ବିମାନବନ୍ଦରରେ ପହଞ୍ଚିଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ସେଠାରେ ସହିଦ ସରୋଜଙ୍କୁ ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏହାପରେ ଶୋଭାଯାତ୍ରାରେ କାମାକ୍ଷାନଗର କେନ୍ଦୁଢିପ ଗାଁକୁ ଯିବ ମରଶରୀର । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ସରୋଜଙ୍କ ହେବ ଶେଷକୃତ୍ୟ ହେବ । ସୋମବାର ବିଳମ୍ବିତ ରାତିରେ ସିକ୍କିମରେ ପ୍ରଳୟଙ୍କାରୀ ବନ୍ୟାରେ ଭାସି ଯାଇଥିବା ୨୩ ଜଣ ଯବାନଙ୍କ ମଧ୍ୟରେ ଓଡ଼ିଆ ଯବାନ ସରୋଜ ଦାସ ଥିଲେ ।
ସୂଚନାଯୋଗ୍ୟ ସିକିମ୍ ପ୍ରଳୟଙ୍କରୀ ବନ୍ୟାରେ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ଶତାଧିକ ନିଖୋଜ ଅଛନ୍ତି । ତେଣୁ ମୃତାହତ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। ମଙ୍ଗନ, ଗ୍ୟାଙ୍ଗଟକ, ପାକଯୋଙ୍ଗ, ନାମଚୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ୧୪ଟି ସେତୁ ଭୁଶୁଡ଼ିଛି, ଧୋଇଯାଇଛି ଅନେକ ରାସ୍ତା । ଘଟଣାସ୍ଥଳରୁ ୧୨୦ କିଲୋମିଟର ଯାଏ ବନ୍ୟାର ପ୍ରଭାବ ପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)