Advertisment

ଛୋଟ ପିଲାଙ୍କ ପାଇଁ ଆସିଲା ପ୍ରଥମ କରୋନା ଭ୍ୟାକ୍ସିନ୍

କେନ୍ଦ୍ର ସରକାରଙ୍କ ମିଶନ୍ କୋଭିଡ୍ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଏହି ଟିକାକୁ ବିକଶିତ କରାଯାଇଛି। ଗତ ଜୁଲାଇ ୧ ତାରିଖରେ ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଏକୁ ଅନୁମତି ମାଗିଥିଲା ଜାଇଡସ୍ କାଡ଼ିଲା। ଦେଶବ୍ୟାପୀ ପ୍ରାୟ ୨୮ ହଜାର ସ୍ୱେଛାସେବୀଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଥିଲା।

author-image
Chandan Shishu
undefined

Covid 19 Vaccine

ନୂଆଦିଲ୍ଲୀ: ଜାଇଡସ୍ କାଡିଲା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଜାଇଡସ୍ କାଡିଲାର ଜାଇକୋଭ୍-ଡି ଟିକାକୁ ଅନୁମତି ଦିଆଯାଇଛି। ଭାରତରେ ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେବା ସହ ଭାରତର ପ୍ରଥମ ଟିକା ଭାବେ ପିଲାଙ୍କୁ ଦିଆଯାଇପାରିବ ଜାଇକୋଭ୍-ଡି। ଛୋଟ ପିଲା ଏବଂ ୧୨ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଇପାରିବ ଏହି ଟିକା। ଏହି ଟିକାର ରହିଛି ତିନିଟି ଡୋଜ୍। ଏହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ଦ୍ୱିତୀୟ ଟିକା।ଏହାକୁ ମଧ୍ୟ ବିଶ୍ୱର ପ୍ରଥମ ଡିଏନ୍ଏ ଭିତ୍ତିକ କରୋନା ଟିକା ବୋଲି କୁହାଯାଉଛି। 

Advertisment

କେନ୍ଦ୍ର ସରକାରଙ୍କ ମିଶନ୍ କୋଭିଡ୍ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଏହି ଟିକାକୁ ବିକଶିତ କରାଯାଇଛି। ଗତ ଜୁଲାଇ ୧ ତାରିଖରେ ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଏକୁ ଅନୁମତି ମାଗିଥିଲା ଜାଇଡସ୍ କାଡ଼ିଲା। ଦେଶବ୍ୟାପୀ ପ୍ରାୟ ୨୮ ହଜାର ସ୍ୱେଛାସେବୀଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଥିଲା।ଯେଉଁଥିରେ ପ୍ରାୟ ୬୬ ଦଶମିକ ୬ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଥିଲା। ତେବେ ଜାଇକୋଭ୍-ଡିକୁ ମିଶାଇ ଏଯାବତ ୫ଟି ଟିକା ଯଥା କୋଭାକ୍ସିନ, କୋଭିସିଲ୍ଡ, ସ୍ପୁଟନିକ-ଭି ଏବଂ ମଡର୍ଣ୍ଣାକୁ ଅନୁମତି ମିଳିସାରିଛି।

ସୂଚନାଯୋଗ୍ୟ, ଜାୟଡସ କାଡିଲା ପ୍ରସ୍ତୁତ କରିଥିବା ଟ୍ରିପଲ ଡୋଜ୍‌ ବିଶିଷ୍ଟ ଟିକା ଜାଇକୋଭ-ଡିର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ସିଡିଏସ୍‌ଓର ସବଜେକ୍ଟ ଏକ୍ସପର୍ଟ କମିଟି(ଏସ୍‌ଇସି) ପ୍ରସ୍ତାବ ଦେଇଥିଲା। ଟ୍ରିପଲ ଡୋଜ୍‌ର ଅର୍ଥ ବୁଷ୍ଟର ଡୋଜ୍‌ ନୁହେଁ। କୋଭାକ୍ସିନ କିମ୍ବା କୋଭିସିଲ୍ଡର ଦୁଇଟି ଡୋଜ୍‌ ନେବା ପରେ ଯେମିତି ଜଣେ ପୂର୍ଣ୍ଣ ଟିକାକରଣର ମାନ୍ୟତା ପାଉଥିଲେ, ଏବେ ଜାଇକୋଭ-ଡିର ୩ଟି ଡୋଜ୍‌ ନେବା ପରେ ପୂର୍ଣ୍ଣ ଟିକାକରଣର ମାନ୍ୟତା ମିଳିବ।

Advertisment

ଜାଇକୋଭ-ଡି ଟିକା ନେବା ବେଳେ କୌଣସି ଛୁଞ୍ଚିର ବ୍ୟବହାର ହେବନି। ତେଣୁ ଏହା ଟିକା ନେବା ପରେ ସୃଷ୍ଟି ହେଉଥିବା ପାର୍ଶ୍ୱପ୍ରତିକ୍ରିୟାକୁ ହ୍ରାସ କରିପାରିବ ବୋଲି କୁହାଯାଉଛି। ସେପଟେ ଜନସନ୍‌ ଆଣ୍ଡ୍ ଜନସନ୍‌ ସିଙ୍ଗିଲ୍ ଡୋଜ୍ କରୋନା ଟିକାକୁ କିଶୋରଙ୍କ ଉପରେ ପରୀକ୍ଷଣ ପାଇଁ ଆବେଦନ କରାଯାଇଛି। ଭାରତରେ ୧୨ରୁ ୧୭ ବର୍ଷର ବୟସ୍କଙ୍କ କିଶୋର ମଧ୍ୟରେ ଏହି ଟିକାର ନୈଦାନିକ ପରୀକ୍ଷଣ ପାଇଁ କମ୍ପାନୀ ପକ୍ଷରୁ ଆବେଦନ କରାଯାଇଛି। ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ CDSCOକୁ ଏଥିପାଇଁ ଅନୁମତି ମାଗିଛି କମ୍ପାନୀ।

India News Coronavirus Vaccine
Advertisment
Advertisment