• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ସିଙ୍ଗିଲ୍ ଡୋଜ୍ କରୋନା ଟିକାକୁ ପିଲାଙ୍କ ଉପରେ ପରୀକ୍ଷଣ ପାଇଁ ଆବେଦନ ।

  • ୧୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କ ଉପରେ ହବେ ପରୀକ୍ଷଣ !

  • CDSCOକୁ ଏଥିପାଇଁ ଅନୁମତି ମାଗିଛି କମ୍ପାନୀ ।

ନୂଆଦିଲ୍ଲୀ: ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ସିଙ୍ଗିଲ୍ ଡୋଜ୍ କରୋନା ଟିକାକୁ ପିଲାଙ୍କ ଉପରେ ପରୀକ୍ଷଣ ପାଇଁ ଆବେଦନ । ଭାରତରେ ୧୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କ ଉପରେ ଏହି ଟିକାର ପରୀକ୍ଷଣ ପାଇଁ କମ୍ପାନୀ ପକ୍ଷରୁ ଆବେଦନ କରାଯାଇଛି । ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ CDSCOକୁ ଏଥିପାଇଁ ଅନୁମତି ମାଗିଛି କମ୍ପାନୀ ।

ପୂର୍ବରୁ ଭାରତରେ ପଞ୍ଚମ କରୋନା ଟିକା ଭାବେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ସିଙ୍ଗିଲ୍ ଡୋଜ୍ ଟିକାକୁ ଅନୁମତି ମିଳିଛି । ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଏହାର ଜରୁରୀକାଳୀନ ବ୍ୟବହାରକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । ଏଥିପାଇଁ ଭାରତୀୟ ଫାର୍ମା କଂପାନୀ ବାୟୋଲୋଜିକାଲ୍-ଇ ସହ ବୁଝାମଣା କରିଛି ଆମେରିକୀୟ ଫାର୍ମା କଂପାନୀ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ । ଏହି ଟିକାର ଗୋଟିଏ ଡୋଜ୍ ନେବାକୁ ପଡ଼ିଥାଏ । ଏହା ମଧ୍ୟମ ଅସୁସ୍ଥତା ବିରୋଧରେ ୬୬ ପ୍ରତିଶତ ଏବଂ ଗୁରୁତର ଅସୁସ୍ଥତା ବିରୋଧରେ ୮୫ ପ୍ରତିଶତ ଫଳପ୍ରଦ ବୋଲି ଫାର୍ମା କମ୍ପାନୀ ପକ୍ଷରୁ କୁହାଯାଇଛି ।

ତେବେ ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରି ଲୋକଙ୍କ ଜୀବନ ନେଉଥିବା ବେଳେ ଏବେ ଆଉ ଏକ ନୂଆ ଫଙ୍ଗସ୍‌ ଚିହ୍ନଟ ହୋଇଛି ।ଭୁବନେଶ୍ୱର ଏମ୍‌ସ ଗବେଷକ ଏହି ନୂଆ ଫଙ୍ଗସ୍‌ର ଆବିଷ୍କାର କରିଛନ୍ତି । ଏନେଇ ଭୁବନେଶ୍ୱର ଏମ୍‌ସ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି । ଏହି ନୂଆ ଫଙ୍ଗସ୍‌ର ନାଁ ‘ଅରୁଣାଲୋକେ’ ରଖାଯାଇଛି । 

ନୂଆ ଫଙ୍ଗସ୍ ‘ଅରୁଣାଲୋକେ’ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ସୃଷ୍ଟି କରୁଥିବା ସୂଚନା ମିଳିଛି । କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ବେଳେ ମାତ୍ରାଧିକ ଓ ଦୀର୍ଘ ଦିନ ଯାଏ ଷ୍ଟିରଏଡ୍, ଆଣ୍ଟି ବାଓଟିକ୍ ଔଷଧ ଆଦି ଦିଆଗଲେ ସେ କରୋନାରୁ ସୁସ୍ଥ ହୋଇଯାଉଥିଲେ । ହେଲେ ଏହାପରେ ଫଙ୍ଗାଲ୍ ଇନ୍‌ଫେକସନ୍‌ ହେବାର ଆଶଙ୍କା ବଢ଼ିଯାଏ । 

ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ହେବା ଦେଖା ଦେଉଛି । ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ସଂକ୍ରମଣ ହେଲେ ନାକରୁ କଳା ରଙ୍ଗର ପାଣି ବାହାରିବା ସହ ଆଖି ନାଲି ପଡ଼ି ଫୁଲିଯାଏ, ମୁଣ୍ଡ ଚାରି ପଟେ ବିନ୍ଧେ, ପାଟି ଭିତରେ ଯନ୍ତ୍ରଣା ହୁଏ । କେତେ ଜଣଙ୍କ ପାଟି ଭିତରେ କଳା ଦାଗ ମଧ୍ୟ ଦେଖାଯାଇଥାଏ ।