Advertisment

ଦିନେ ଭାରତରେ ନେଇଥିଲେ ତାଲିମ, ଆଜି ତାଲିବାନର ଟପ୍ କମାଣ୍ଡର୍

ତାଲିବାନ ସଂଗଠନର ୭ ସର୍ବୋଚ୍ଚ ନେତାଙ୍କ ଭିତରୁ ଜଣେ- ଶେର୍ ମହମ୍ମଦ ଅବ୍ବାସ ଷ୍ଟାନିକଜାଇ।  ତାଲିବାନର ଟପ୍ କମାଣ୍ଡର୍, କାତାର ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ  । ଏବେ ତାଙ୍କୁ  ୬୦ ବର୍ଷ  । କେଉଁଠି ତାଲିମ ନେଉଥିଲେ ? କେମିତି ଥିଲା ସେଦିନର ସମୟ।

author-image
Minati Mishra
ଦିନେ ଭାରତରେ ନେଇଥିଲେ ତାଲିମ, ଆଜି ତାଲିବାନର ଟପ୍ କମାଣ୍ଡର୍

taliban chief comander

କାବୁଲ:  ତାଲିବାନ ସଂଗଠନର ୭ ସର୍ବୋଚ୍ଚ ନେତାଙ୍କ ଭିତରୁ ଜଣେ- ଶେର୍ ମହମ୍ମଦ ଅବ୍ବାସ ଷ୍ଟାନିକଜାଇ।  ତାଲିବାନର ଟପ୍ କମାଣ୍ଡର୍, କାତାର ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ  । ଏବେ ତାଙ୍କୁ  ୬୦ ବର୍ଷ  । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଷ୍ଟାନିକଜାଇଙ୍କୁ  ଯେତେବେଳେ ୨୦ ବର୍ଷ ବୟସ ହୋଇଥିଲା, ସେ ଭାରତରେ ନେଇଥିଲେ ଯୁଦ୍ଧ କୌଶଳ ପ୍ରଶିକ୍ଷଣ  । ତାପୁଣି କୌଣସି ଆତଙ୍କବାଦୀ ଶିବିରରେ ନୁହେଁ, ଡେରାଡୁନ୍ ସ୍ଥିତ ଇଣ୍ଡିଆନ୍ ମିଲିଟାରି ଏକାଡେମି ବା IMAରେ  ।

Advertisment

IMAର ୧୯୮୨ ବ୍ୟାଚର ନିଜ ବନ୍ଧୁମାନଙ୍କ ଗହଣରେ ଶେରୁ ନାଁରେ ପରିଚିତ ଥିଲା ଶେର୍ ମହମ୍ମଦ ଅବ୍ବାସ ଷ୍ଟାନିକଜାଇ।  ସ୍ୱାଧୀନତା ପରଠୁ ଏହି ଏକାଡେମୀରେ ବିଦେଶୀ କ୍ୟାଡେଟ୍ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ, ୧୯୭୨ ଭାରତ-ପାକିସ୍ତାନ ଯୁଦ୍ଧ ପରେ ଆଫଗାନିସ୍ତାନ କ୍ୟାଡେଟ୍‌ଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ ହୋଇଥିଲା । ଏହି ଚୁକ୍ତି ଅଧୀନରେ ଇଣ୍ଡିଆନ୍ ମିଲିଟାରି ଏକାଡେମୀରେ ଭଗତ୍ ବାଟାଲିୟନ୍ କେରେନ୍ କଂପୀନର ୪୫ କ୍ୟାଡେଟଙ୍କ ମଧ୍ୟରୁ ଜଣେ ଥିଲା ଶେରୁ  ।

Advertisment

ଆଫଗାନ ନ୍ୟାଶନାଲ ଡିଫେନ୍ସ ଆଣ୍ଡ୍ ସିକ୍ୟୁରିଟି ଫୋର୍ସେସ୍ ପକ୍ଷରୁ ତାକୁ ଭାରତ ପଠାଯାଇଥିଲା । ସେ ଖୁବ୍ ମେଳାପି ଥିଲା, ତାକୁ ସବୁ ସାଙ୍ଗ ଖୁବ୍ ପସନ୍ଦ କରୁଥିଲେ ଏବଂ ସେତେବେଳେ ତା ମନରେ ଆଦୌ ଧାର୍ମିକ ଚରମପନ୍ଥୀ ଭାବନା ନଥିଲା ବୋଲି ଜାତୀୟ ଗଣମାଧ୍ୟମକୁ କହିଛନ୍ତି ତାର ବ୍ୟାଚ୍‌ମେଟ୍‌ ତଥା ବର୍ତ୍ତମାନର ଅବସରପ୍ରାପ୍ତ ଭାରତୀୟ ସେନାଧିକାରୀମାନେ।

  ଅନ୍ୟମାନଙ୍କଠୁ ସାମାନ୍ୟ ବୟସ୍କ ଲାଗୁଥିଲେ ବି ସେ ଅଧିକ ଲମ୍ବା ନଥିଲା ଏବଂ ଆଖିଦୃଶିଆ ନିଶ ରଖିଥିଲା ବୋଲି ସେମାନେ କହନ୍ତି। ତେବେ ଆଫଗାନ ଆର୍ମି ଛା଼ଡ଼ି ତାଲିବାନରେ ମିଶିବା ପରେ, ଭଲ ଇଂରାଜୀ କହିପାରୁଥିବାରୁ ତାକୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମିଳିଥିଲା । ଏପରିକି ବିଦେଶୀ ସରକାର ସହ କଥା ହେବା ବେଳେ, ସେ ମୁଖ୍ୟ ମଧ୍ୟସ୍ଥ ଭୂମିକା ତୁଲାଉଥିଲା,  ଯାହାକି ଏବେବି ଜାରି ରହିଛି। 

Taliban Militants Afghanistan
Advertisment
Advertisment