Advertisment

ଆଫଗାନିସ୍ତାନ କ୍ରିକେଟ ବୋର୍ଡରେ ପଶିଲା ତାଲିବାନ

ଆଫଗାନିସ୍ତାନକୁ ସମ୍ପୂର୍ଣଭାବେ ନିଜ ନିୟନ୍ତ୍ରଣକୁ ନେବା ପରେ ତାଲିବାନର ନଜର ଏବେ ଆଫଗାନିସ୍ତାନର କ୍ରିକେଟ ବୋର୍ଡ ଉପରେ। ଏହି ଆତଙ୍କବାଦୀ ସଂଗଠନ କାବୁଲରେ ଥିବା ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅକ୍ତିଆର କରିବାର ଚିତ୍ର ସାମ୍ନାକୁ ଆସିଛି।

author-image
Minati Mishra
ଅଦ୍ୟତନ ହୋଇଛି
ଆଫଗାନିସ୍ତାନ କ୍ରିକେଟ ବୋର୍ଡରେ ପଶିଲା ତାଲିବାନ

taliban arrive at afghanistan cricket board

କାବୁଲ୍‌: ଆଫଗାନିସ୍ତାନକୁ ସମ୍ପୂର୍ଣଭାବେ ନିଜ ନିୟନ୍ତ୍ରଣକୁ ନେବା ପରେ ତାଲିବାନର ନଜର ଏବେ ଆଫଗାନିସ୍ତାନର କ୍ରିକେଟ ବୋର୍ଡ ଉପରେ। ଏହି ଆତଙ୍କବାଦୀ ସଂଗଠନ କାବୁଲରେ ଥିବା ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅକ୍ତିଆର କରିବାର ଚିତ୍ର ସାମ୍ନାକୁ ଆସିଛି। ଆଫଗାନିସ୍ତାନର ପୂର୍ବତନ କ୍ରିକେଟର ତଥା ବାମହାତି ସ୍ପିନର ଅବଦୁଲ୍ଲା ମଜାରୀ ମଧ୍ୟ ତାଲିବାନଙ୍କ ସହ ଥିବା ଜଣାପଡିଛି। 

Advertisment

ପୂର୍ବରୁ ACB (ଆଫଗାନିସ୍ତାନ କ୍ରିକେଟ ବୋର୍ଡ) ର ସିଇଓ ହମିଦ ଶେନୱାରୀ ସ୍ପଷ୍ଟ କରିଥିଲେ ଯେ, ତାଲିବାନ କ୍ରିକେଟ ପ୍ରେମୀ ହୋଇଥିବାରୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଉପରେ କୌଣସି କ୍ଷତି ପହଞ୍ଚାଇବେ ନାହିଁ ।  କ୍ରିକେଟକୁ ସେମାନେ ସମର୍ଥନ କରିବେ।

ତେବେ ତାଲିବାନ କବ୍‌ଜାକୁ ଯିବାପରେ  ମହିଳା କ୍ରିକେଟରଙ୍କ ସହ ACB କିପରି ବ୍ୟବହାର କରିବେ ତାହା ଦେଖିବାକୁ ବାକି ରହିଲା । କାରଣ ୨୫ ମହିଳା କ୍ରିକେଟର ACB ସହ ଚୁକ୍ତି ସାକ୍ଷର କରିଛନ୍ତି।  ତେଣୁ  ତାଲିବାନ ମହିଳା କ୍ରିକେଟ ଟିମ୍‌କୁ କିପରି ପରିଚାଳିତ କରିବ ତାହା ମୁଖ୍ୟ ବିଷୟ ପାଲଟିଛି। 

Advertisment

ପୂର୍ବରୁ ମହିଳାଙ୍କ ସହ କଠୋର ମନୋଭାବ ପୋଷଣ କରୁଥିବା ତାଲିବାନ ସଂଗଠନ ମହିଳାଙ୍କୁ ସମ୍ମାନ କରେ ବୋଲି ନିକଟରେ ଏକ ପ୍ରେସ ମିଟ୍‌ରେ କହିଥିଲା। ହେଲେ ତାଲିବାନର କଥା ଆଉ କାମରେ କୌଣସି ସାମଞ୍ଜସ୍ୟ ନ ଥିବା ଦେଖିବାକୁ ମିଳିଛି। ପୂର୍ବରୁ ତାଲିବାନ ଶାସନ ସମୟରେ ମହିଳା ଓ ଯୁବତୀମାନଙ୍କୁ କାମ କରିବା କିମ୍ବା ସ୍କୁଲ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ତାଲିବାନମାନେ ସେତେବେଳେ ମହିଳାଙ୍କୁ ବୁର୍ଖା ପିନ୍ଧିବା ସହ କେବଳ ପୁରୁଷମାନଙ୍କ ସହ ବାହାରକୁ ଯିବା ପାଇଁ ଅନୁମତି ଦେଇଥିଲେ। 

ଏହି ସମୟରେ ଆଫଗାନିସ୍ତାନର ଷ୍ଟାର ଖେଳାଳି ରସିଦ୍ ଖାନ୍ ଓ ମହମ୍ମଦ୍ ନବି ଇଂଲଣ୍ତରେ ଦ ହଣ୍ଡ୍ରେଡ ଟୁର୍ଣ୍ଣାମେଣ୍ଟ ମ୍ୟାଚ ଖେଳୁଛନ୍ତି ଏବଂ ଆରବରେ ହେବାକୁ ଥିବା ଆପିଏଲର ବାକି ମ୍ୟାଚ ବି ସେମାନେ ଖେଳିବେ ବୋଲି ACB କହିଛି।
ଆଫଗାନିସ୍ତାନରେ ଚାଲିଥିବା ଏହି ପ୍ରସଙ୍ଗକୁ ନଜରରେ ରଖି ବିସିସିଆଇ କହିଛି, ଆଫଗାନର ଖେଳାଳି ଆପିଏଲର ବାକି ମ୍ୟାଚରେ  ଯୋଗ ଦେବେ ବୋଲି ଆମେ ଆଶା କରୁଛୁ । ଏହି ସେପ୍ଟେମ୍ବରରେ ପାକିସ୍ତାନର କଲମ୍ବୋରେ ଦୁଇ ଟିମ ମଧ୍ୟରେ ତିନଟି ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ ଖେଳାଯିବ।

Afghanistan Brutal Taliban
Advertisment
Advertisment