Advertisment

ତାଲିବାନ ବିରୋଧରେ ଲଢିବା ପାଇଁ ବଳ ଯୋଗାଡୁଛନ୍ତି ମାସୁଦ, ପଞ୍ଜଶିରରେ ଗରିଲା ଯୁଦ୍ଧ ପାଇଁ ଚାଲିଛି ପ୍ରସ୍ତୁତି

ବଳ ଯୋଗାଡୁଛନ୍ତି ବିରୋଧୀ..ତାଲିବାନ ବିରୋଧରେ ଲଢିବା ପାଇଁ ଆରମ୍ଭ ହେଉଛି ପ୍ରସ୍ତୁତି।

author-image
Minati Mishra
ଅଦ୍ୟତନ ହୋଇଛି
ତାଲିବାନ ବିରୋଧରେ ଲଢିବା ପାଇଁ ବଳ ଯୋଗାଡୁଛନ୍ତି ମାସୁଦ, ପଞ୍ଜଶିରରେ ଗରିଲା ଯୁଦ୍ଧ ପାଇଁ ଚାଲିଛି ପ୍ରସ୍ତୁତି

Ahmed-Masood leads fight against taliban

କାବୁଲ୍‌: ତାଲିବାନ କବ୍‌ଜାକୁ ଚାଲିଯାଇଛି ଆଫଗନିସ୍ତାନ। ଏବେ ଚାରିଆଡେ ଭୟ ଆଉ ଆତଙ୍କ। ତାଲିବାନ ଶାସନରେ ବଞ୍ଚିବା ଅପେକ୍ଷା ଦେଶ ଛାଡ଼ି ପଳାଇ ଯିବାକୁ ଉଚିତ୍‌ ମନେ କରୁଛନ୍ତି ଆଫଗାନବାସୀ। ବିମାନ ବନ୍ଦରର ଅଭାବନୀୟ ଦୃଶ୍ୟ ବୟାନ କରୁଛି ଲୋକଙ୍କ ମନରେ ଥିବା ଭୟ, ଆତଙ୍କ ଆଉ ଅସନ୍ତୋଷକୁ। 

Advertisment

ତେବେ ତାଲିବାନ କ୍ଷମତାକୁ ଫେରିବା ପରେ ଆରମ୍ଭ ହୋଇଯାଇଛି ବିରୋଧ। ତାଲିବାନ ଯେତେ ବର୍ବରତା ଦେଖାନ୍ତୁ ନା କାହିଁକି, ଆଫଗାନବାସୀ ଏଥର କିନ୍ତୁ ଭୟଭୀତ ନ ହୋଇ ବିରୋଧ କରିବା ଆରମ୍ଭ କରିଛନ୍ତି। ପୂର୍ବରୁ ତାଲିବାନ ବିରୋଧରେ ଲଢୁଥିବା ଅହମ୍ମଦ ଶାହ ମସୁଦଙ୍କ ପୁଅ ଅହମ୍ମଦ ମସୁଦ ଏହି ଆତଙ୍କୀ ସଂଗଠନ ବିରୋଧରେ ଆଗକୁ ଆସିଛନ୍ତି। ତାଲିବାନ ବିରୋଧରେ ଲଢିବା ପାଇଁ ମାସୁଦ ଆନ୍ତର୍ଜାତାୟ ସ୍ତରରୁ ସହାୟତା ଲୋଡିଛନ୍ତି। 

ୱାଶିଂଟନ ପୋଷ୍ଟରେ ଏକ ସାକ୍ଷାତକାର ଦେଇ ମାସୁଦ କହିଛନ୍ତି, ମୁଜାହିଦ୍ଦିନ ସେନା ପୁଣି ଥରେ ତାଲିବାନ ସହ ଲଢିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆମ ପାଖରେ ପର୍ଯ୍ୟପ୍ତ ପରିମାଣର ହତିଆର, ଗୋଳା, ବାରୁଦ ମଧ୍ୟ ଅଛି। ଆଫଗାନ ନାଶନାଲ ପ୍ରଣ୍ଟ ନେତା ଅହମ୍ମଦ ମସୁଦ ନିଜ ବାପାଙ୍କ ଆଦର୍ଶରେ ପ୍ରଭାବିତ ହେବା ସହ ତାଙ୍କ ରାସ୍ତାରେ ଯାଇ ତାଲିବାନଙ୍କ ବିରୋଧରେ ସଂଘର୍ଷ ଜାରି ରଖିବାକୁ ଘୋଷଣା କରିଛନ୍ତି। 

Advertisment

ସେ କହିଛନ୍ତି, ମୁଜାହିଦ୍ଦିନ ସେନା ପୁଣି ଥରେ ତାଲିବାନ ସହ ଲଢିବାକୁ ପ୍ରସ୍ତୁତ ଅଛନ୍ତି। ଆମ ପାଖରେ ଯଥେଷ୍ଟ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ରହିଛି। ତାଲିବାନ ବିରୋଧୀ ଆହ୍ୱାନ ପରେ ଅନେକ ଲୋକ ଆମ ସହ ହାତ ମିଳାଇଛନ୍ତି। ଏପରିକି ସେନାର ଅନେକ ଯବାନ ଆମ ସପକ୍ଷରେ ଅଛନ୍ତି। ତେବେ ମାସୁଦ ଏକଥା ବି ସ୍ୱୀକାର କରିଛନ୍ତି ଯେ, ତାଲିବାନ ସହ ଲଢିବା ପାଇଁ ଏତିକି ଯଥେଷ୍ଟ ନୁହେଁ। ସେଥିପାଇଁ ସେ ଅନ୍ୟ ଦେଶର ସହାୟତା ବି ଲୋଡିଛନ୍ତି। 

ମାସୁଦ କହିଛନ୍ତି, ତାଲିବାନ ଖାଲି ଆଫଗାନିସ୍ତାନର ଶତ୍ରୁ ନୁହେଁ, ସାରା ପୃଥିବୀର ଶତ୍ରୁ। ତେବେ ଆ‍ଫଗାନିସ୍ତାନକୁ ତାଲିବାନ ନିଜର ଆଡ୍ଡାସ୍ଥଳି କରି ଦେଇଛନ୍ତି। ଅହମ୍ମଦ ମାସୁଦ ବ୍ୟତୀତ ଆଫଗାନ ଉପରାଷ୍ଟ୍ରପତି ଅମରୁଲ୍ଲାହ ସାଲେହ ମଧ୍ୟ ତାଲିବାନ ବିରୋଧରେ ସଂଘର୍ଷ କରିବାକୁ ଘୋଷଣା କରିଛନ୍ତି। ସାଲେହ ଟ୍ୱିଟ କରି କହିଛନ୍ତି, ‘ମୁଁ ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ନିରାଶ କରିବି ନାହିଁ, ଯେଉଁମାନେ ମୋତେ ନିର୍ବାଚନ କରିଛନ୍ତି। ମୁଁ ତାଲିବାନଙ୍କ ସହ କଦାପି ରହିବି ନାହିଁ। ’

ଅନ୍ୟ ଏକ ଟ୍ୱିଟ କରି କହିଛନ୍ତି, ‘ଏ ନେଇ ଆମେରିକା ସହ ଆଲୋଚନା କରିବାର କିଛି ଅର୍ଥ ନାହିଁ। ଆମେ ଆଫଗାନବାସୀଙ୍କୁ ପ୍ରମାଣିତ କରିବାକୁ ହେବ ଯେ ଆଫଗାନିସ୍ତାନ ଭିଏତନାମ ନୁହେଁ। ଆମେରିକା ଏବଂ ନାଟୋଠାରୁ ଅଲଗା ହୋଇଥିବା ଆଫଗାନିସ୍ତାନ ଏବେ ବି ତାର ବିଶ୍ୱାସ ସାହାସ, ବୀରତ୍ୱ ନାହିଁ।’

ଅନ୍ୟପକ୍ଷେ ସାଲେହ ଏବଂ ମାସୁଦଙ୍କ ପୁଅ ପଞ୍ଜଶୀରରେ ତାଲିବାନ ବିରୋଧରେ ଗରିଲା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଠି କହିରଖିବୁ, ୧୯୯୦ରେ ଯେତେବେଳେ ତାଲିବାନମାନେ କ୍ଷମତାରେ ଥିଲେ ପଞ୍ଜଶୀରକୁ ଅକ୍ତିଆର କରିପାରି ନ ଥିଲେ। ଏପରିକି ସୋଭିଏତ ୟୁନିୟନ ମଧ୍ୟ ଏହାକୁ ଜିତି ପାରି ନ ଥିଲା। ଜଣେ ପଞ୍ଜଶୀରବାସୀ କହିଛନ୍ତି, ‘ଆମେ ତାଲିବାକଙ୍କୁ ପଞ୍ଜଶୀରକୁ ପ୍ରବେଶ କରିବାର ଅନୁମତି କେବେ ବି ଦେବୁନାହିଁ। ଜୀ-ଜାନ ଦେଇ ଲଢିବୁ, ବିରୋଧ କରିବୁ।’

Afghanistan Taliban
Advertisment
Advertisment