Advertisment

ବିଗ୍‌ ବସ୍‌-୧୫ ପ୍ରୋମୋରେ ଅଭିନେତ୍ରୀ ରେଖା

ଆଉ ଅଳ୍ପ ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଗ୍‌ ବସ୍‌- ୧୫ । ନିକଟରେ ବିଗବସ୍-୧୫ ହାଉସର ଝଲକ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ ସିଜନ-୧୫ରେ ବଲିଉଡ୍‌ର ଏକ ବଡ଼ ନାଁ ଯୋଡ଼ି ହେବାକୁ ଯାଉଛି । ଅଭିନେତ୍ରୀ ରେଖା ବିଗ୍‌ ବସ୍‌- ୧୫ର ପ୍ରୋମୋରେ ନଜର ଆସିଛନ୍ତି । ସୋ'ରେ ଏକ ଗଛ ପାଇଁ ସ୍ୱତନ୍ତ୍ର ଭଏସ୍ ଦେଇଛନ୍ତି ରେଖା ।

author-image
Pallipuspa Samal
ଅଦ୍ୟତନ ହୋଇଛି
ବିଗ୍‌ ବସ୍‌-୧୫ ପ୍ରୋମୋରେ ଅଭିନେତ୍ରୀ ରେଖା

Salman khan and Rekha

ମୁମ୍ବାଇ: ଆଉ ଅଳ୍ପ ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଗ୍‌ ବସ୍‌- ୧୫ । ନିକଟରେ ବିଗବସ୍-୧୫ ହାଉସର ଝଲକ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ ସିଜନ-୧୫ରେ ବଲିଉଡ୍‌ର ଏକ ବଡ଼ ନାଁ ଯୋଡ଼ି ହେବାକୁ ଯାଉଛି । ଅଭିନେତ୍ରୀ ରେଖା ବିଗ୍‌ ବସ୍‌- ୧୫ର ପ୍ରୋମୋରେ ନଜର ଆସିଛନ୍ତି । ଶୋ'ରେ ଏକ ଗଛ ପାଇଁ ସ୍ୱତନ୍ତ୍ର ଭଏସ୍ ଦେଇଛନ୍ତି ରେଖା । ରେଖା କହିଛନ୍ତି ଯେ ବିଗ୍‌ ବସ୍‌ ଏକ ନିଆରା ଶୋ' । ଏଥିରେ ଡ୍ରାମା, ଆକ୍ସନ, ମଜା ଏବଂ ଦୁଃସାହସିକ କାର୍ଯ୍ୟ ରହିଛି । ଏହି କାର୍ଯ୍ୟକ୍ରମ ଜରିଆରେ ଜଣେ ବ୍ୟକ୍ତି ଧୈର୍ଯ୍ୟ ଏବଂ ଶାନ୍ତ ଭାବରେ ରହିବ। ସେ ନିଜର ସର୍ବଶ୍ରେଷ୍ଠ କଳା ପ୍ରଦର୍ଶନ କରିପାରିବ। ଏହାଠାରୁ ଭଲ ଆଉ କଣ ହୋଇପାରେ?

Advertisment

ଏହାଛଡ଼ା ରେଖା କହିଛନ୍ତି, ଏହା ଏକ ରୋମାଞ୍ଚକର ନୂଆ ଯାତ୍ରାର ଆରମ୍ଭ ହେବ। ମୁଁ ଏକ କଥାକୁହା ଗଛ ପାଇଁ ସ୍ୱର କରୁଛି । ଯାହାକୁ ସଲମାନ ‘ବିଶ୍ୱସୂନ୍ତ୍ରୀ ବୋଲି କୁହନ୍ତି। ଏହାର ଅର୍ଥ ହେଉଛି ଜ୍ଞାନ, ଭରସା ଏବଂ ବିଶ୍ୱାସରେ ପରିପୂର୍ଣ୍ଣ। ସଲମାନଙ୍କ ସହ କାମ କରିବା ସବୁବେଳେ ସୁଖର ଅନୁଭୂତି ଆଣିବ। ତାଙ୍କ ସହିତ ଏହି ବିଶେଷ ମୁହୂର୍ତ୍ତଗୁଡ଼ିକ ବାଣ୍ଟିବାକୁ ମୁଁ କୃତଜ୍ଞ ବୋଲି ରେଖା କହିଛନ୍ତି ।

ନିକଟରେ 'ବିଗ୍ ବସ୍ ୧୫'ର ସେଟ୍‌ର ଭିତର ଫଟୋ ସାମ୍ନାକୁ ଆସିଥିବା ବେଳେ ପ୍ରୋମୋରେ ରେଖାକୁ ଦେଖି ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍ସୁକତା ବଢିଯାଇଛି । ତେବେ ବିଗବସ୍ ହାଉସର ଫଟୋ ଆସିବା ପରେ ଘରଟି ପୂର୍ବ ଅପେକ୍ଷା ବହୁତ ସୁନ୍ଦର ଏବଂ ଭିନ୍ନ ଦେଖାଯାଉଛି।

Advertisment

ତେବେ 'ବିଗ୍ ବସ୍ ୧୫'ରେ ପ୍ରଥମ ପ୍ରତିଯୋଗୀ ହେଉଛନ୍ତି ଅର୍ଜୁନ ବିଜଲାନି । ସେ ଚଳିତ ବିଗ୍‌ ବସ୍‌ ସିଜିନ୍‌ରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଏକ ନ୍ୟୁଜ୍ ପୋର୍ଟାଲକୁ କହିଛନ୍ତି। ତେବେ ଶୋ’ର ଅନ୍ୟ ପ୍ରତିଯୋଗୀମାନଙ୍କ ବିଷୟରେ ସୂଚନା ପ୍ରକାଶ ପାଇନାହିଁ। ସଲମାନ ଖାନ ପୂର୍ବ ପରି 'ବିଗ୍ ବସ୍ ୧୫'କୁ ହୋଷ୍ଟ୍‌ କରିବେ ଏବଂ ଏହା ଟିଭି ପରଦାରେ ହିଁ ପ୍ରସାରିତ ହେବ।

Entertainment News Mumbai Bollywood
Advertisment
Advertisment