Advertisment

୮ମରୁ ଦ୍ୱାଦଶ ପାସ୍‌ ଛାତ୍ରଙ୍କ ପାଇଁ ସେନାରେ ଚାକିରି କରିବାର ସୁଯୋଗ; ତୁରନ୍ତ ଆବେଦନ କରନ୍ତୁ

ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଆସିଛି ସୁଯୋଗ । ୮ମ, ୯ମ ଏବଂ ୧୦ମ ଏବଂ ଦ୍ୱାଦଶ ପାସ କରିଥିବା ପ୍ରାର୍ଥୀଙ୍କୁ ସିପାହୀ ପଦରେ ନିଯୁକ୍ତି ଦିଆଯିବ।

author-image
Minati Mishra
୮ମରୁ ଦ୍ୱାଦଶ ପାସ୍‌ ଛାତ୍ରଙ୍କ ପାଇଁ ସେନାରେ ଚାକିରି କରିବାର ସୁଯୋଗ; ତୁରନ୍ତ ଆବେଦନ କରନ୍ତୁ

Indian Army

ନୂଆଦିଲ୍ଲୀ: Indian Army Recruitment Rally 2021। ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଆସିଛି ସୁଯୋଗ । ୮ମ, ୯ମ ଏବଂ ୧୦ମ ଏବଂ ଦ୍ୱାଦଶ ପାସ କରିଥିବା ପ୍ରାର୍ଥୀଙ୍କୁ ସିପାହୀ ପଦରେ ନିଯୁକ୍ତି ଦିଆଯିବ। ଏ ନେଇ ନୋଟିଫିକେଶନ ଜାରି ରହିଛି। ଏହି ରାଲି ପାଇଁ ଆବେଦନ ପ୍ରକ୍ରିୟା ୨୦୨୧ ଜୁଲାଇ ୧୫ ଆରମ୍ଭ ହୋଇଗଲାଣି। ଶେଷ ତାରିଖ ରହିଛି ଅଗଷ୍ଟ ୨୮ ତାରିଖ । ଏହି ରାଲିରେ ସାମିଲ ହେବାକୁ ଚାହୁଁଥିଲେ ସେନା ଅଧିକାରୀଙ୍କ ୱେବସାଇଟ joinindianarmy.nic.inରେ ଆବେଦନ କରନ୍ତୁ। 

Advertisment

ସେନାର ଅଫିସିଆଲ ୱେବସାଇଟରେ ଏ ନେଇ ନୋଟିଫିକେଶନ ଜାରି କରାଯାଇଛି। ଜାରି ଅଧିସୂଚନା ଅନୁଯାୟୀ, ସେନା ଟ୍ରେଡମ୍ୟାନ ପଦବୀ ପାଇଁ ରାଲି ହିମାଚଳ ପ୍ରଦେଶର ପୃଥ୍ୱୀ ମିଲିଟ୍ରି ଷ୍ଟେସନ, ଏବରିପଟ୍ଟି ରାମପୁର ବୁଶର, ଶିମଲାରେ ୨୦୨୨ ମାର୍ଚ୍ଚ ୨ରୁ ୧୪ ପର୍ଯ୍ୟନ୍ତ ହେବ। ସେହିପରି ସିପାହି ଡି ଫାର୍ମା ପଦ ପାଇଁ ରାଲିର ଆୟୋଜନ ୨୦୨୧ ନଭେମ୍ବର ୬ରୁ ୧୬ ମଧ୍ୟରେ କୁଲ୍ଲୁ/ଲାହୌଲ/ମଣ୍ଡିରେ ହେବ।

Advertisment

ଏହି ପଦ ପାଇଁ ହେବ ରାଲି

ସିପାହୀ ଜେନେରାଲ ଡ୍ୟୁଟି, ସିପାହି କ୍ଲର୍କ , ସିପାହୀ ଟ୍ରେଡ୍‌ସମ୍ୟାନ  ପଦପାଇଁ ରାଲି ହେବ । ଏସବୁ ପଦ ସହ ସିପାହୀ (ଫାର୍ମା) ପଦ ପାଇଁ ରାଲିର ଆୟୋଜନ କରାଯିବ। ତେବେ ସିପାହୀ (ଫାର୍ମା) ପଦ ପାଇଁ ପ୍ରାର୍ଥୀ ଯେ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱ ବିଦ୍ୟାଳୟରୁ ଡି.ଫାର୍ମା ଡିଗ୍ରୀ ପାସ କରିଥିବା ଜରୁରୀ। ସେହିପରି ସିପାହୀ ଜେନେରାଲ ଡ୍ୟୁଟି ପାଇଁ ପ୍ରାର୍ଥୀ ୪୫ ପ୍ରତିଶତ ନମ୍ବର ସହ ୧୦ମ ଏବଂ ସିପାହୀ କ୍ଲର୍କ ପଦ ପାଇଁ ପ୍ରାର୍ଥୀ ୬୦ ପ୍ରତିଶତ ନମ୍ବର ସହ ଦ୍ୱାଦଶ ପାସ କରିଥିବା ଆବଶ୍ୟକ।  ସିପାହୀ ଟ୍ରେଡ୍‌ସମ୍ୟାନ ପଦବୀ ପାଇଁ ପ୍ରାର୍ଥୀ ୮ମ ପାସ କରିଥିବା ନିହାତି ଜରୁରୀ। 

ବୟସସୀମା

ସିପାହୀ ଜେନେରାଲ ଡ୍ୟୁଟ ପାଇଁ ପ୍ରାର୍ଥୀଙ୍କ ଜନ୍ମ ତାରିଖ ୨୦୦୦ ଅକ୍ଟୋବର ୧ରୁ ୨୦୦୪ ଏପ୍ରିଲ ୧ ମଧ୍ୟରେ ହୋଇଥିବ। ସିପାହୀ ଫାର୍ମା ପଦ ପାଇଁ ପ୍ରାର୍ଥୀଙ୍କ ଡେଟ ଅଫ ବାର୍ଥ ୧୯୯୬ ଅକ୍ଟୋବର ୧ରୁ ୨୦୦୨ ସେପ୍ଟେମ୍ବର ୩୦ ମଧ୍ୟରେ ହୋଇଥିବ। ଅନ୍ୟ ପଦ ପାଇଁ ପ୍ରାର୍ଥୀଙ୍କ ଜନ୍ମ ତାରିଖ ୧୯୯୮ ଅକ୍ଟୋବର ୧ରୁ ୨୦୦୪ ଏପ୍ରିଲ ୧ ମଧ୍ୟରେ ହୋଇଥିବା ଆବଶ୍ୟକ। 
ଚୟନ ପ୍ରକ୍ରିୟା

ଏହି ପଦ ପାଇଁ ହେଉଥିବା ରାଲିରେ ପ୍ରାର୍ଥୀଙ୍କ ଫିଜିକାଲ ଫିଟ୍‌ନେସ ଟେଷ୍ଟ ହେବ। ଏଥିସହିତ ଫିଜିକାଲ ମେଜରମେଣ୍ଟ, ମେଡିକାଲ ଟେଷ୍ଟ କରାଯିବ। ଏଥିରେ ସଫଳ ହେବା ପରେ ପ୍ରାର୍ଥୀଙ୍କୁ କମନ ପ୍ରବେଶିକା ପରୀକ୍ଷା ପାଇଁ ମନୋନୀତ କରାଯିବ। ଏହି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ପଦବୀ ପାଇଁ ଚୟନ କରାଯିବ। 

ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନ କରିବାର ତାରିଖ-ଜୁଲାଇ ୧୫, ୨୦୨୧
ଆବେଦନର ଶେଷ ତାରିଖ- ଅଗଷ୍ଟ ୨୮ ୨୦୨୧
ଆବେଦନ କରିବା ପାଇଁ ୱେବସାଇଟ୍‌-joinindianarmy.nic.in

Indian Army Indian Army Recruitment 2021
Advertisment
Advertisment