/odishatv-khabar/media/post_attachments/uploadimage/library/16_9/16_9_0/IMAGE_1629472026.jpg)
Kandahar Plane Hijack
ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ପୁଣି ଥରେ ତାଲିବାନ ଦଖଲ କରି ନେବା ପରେ, ୧୯୯୯ ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଅପହରଣ ଘଟଣା ଭାରତୀୟଙ୍କ ମନରେ ତାଜା ହୋଇଯାଇଛି । ବିଶେଷ କରି ଏବେ କାବୁଲ ଏୟାରପୋର୍ଟରେ ଯେମିତି ସ୍ଥିତି, ନିଜ ଅବସ୍ଥା ମନେପକାଇଛନ୍ତି ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଆଇସି-୮୧୪ ର ସେତେବେଳର ପାଇଲଟ ଦେବୀ ସରନ ।
ସେ କହିଛନ୍ତି, ସେତେବେଳେ ଆମେ ଭାବୁଥିଲୁ, କେମିତି କାନ୍ଦାହାର ବିମାନ ବନ୍ଦରରୁ ମୁକ୍ତି ପାଇବୁ । ଆମକୁ ୩ ଶହ ଆତଙ୍କବାଦୀ ଜଗି ରହିଥିଲେ । ଆଉ କାହାକୁ ଆମେ ଦେଖିପାରୁନଥିଲୁ । ପ୍ରତି ମୁହୂର୍ତ୍ତରେ ଜୀବନ ଚାଲିଯିବାର ଭୟ । ଏବେ ଆଫଗାନିସ୍ତାନରୁ ପଳାଇ ଯିବାକୁ କାବୁଲ ଏୟାରପୋର୍ଟରେ ମଧ୍ୟ ସେମିତି ଲୋକଙ୍କ ମଧ୍ୟରେ ଆତୁରତା ଅଛି ।’ ୨୦ ବର୍ଷରେ ସ୍ଥିତି ପ୍ରାୟତଃ ସମାନ ଅଛି ବୋଲି କହିଛନ୍ତି ଦେବୀ ସରନ ।
Also Read
ଅନ୍ୟପଟେ ଏବେ ଆଫଗାନିସ୍ତାନରେ ଘରକୁ ଘର ବୁଲି ଲୋକଙ୍କୁ ଧମକ ଦେଉଛି ତାଲିବାନ । ଯେଉଁମାନେ ଆମେରିକାର ସେନାକୁ ସହଯୋଗ କରୁଛନ୍ତି ସେମାନଙ୍କୁ ଚେତାବନୀ ଦେବା ସହ ହତ୍ୟା କରୁଥିବା ସୂଚନା ରହିଛି । ଗତକାଲି ଆଫଗାନ ସେନାର ତିନି ଜଣ କମାଣ୍ଡରଙ୍କୁ ତାଲିବାନ ସର୍ବସମ୍ମୁଖରେ ଫାଶି ଦେଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ଅନ୍ୟପଟେ ତାଲିବାନ ବିରୋଧରେ ପ୍ରକାଶ ପାଉଥିବା ଖବର ପ୍ରସାରଣ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛି ଏହି ଆତଙ୍କବାଦୀ ସଂଗଠନ । ଆଫଗାନୀ ଇମାମଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ମସଜିଦ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଇମାମ୍ମାନେ ବୁଝାଇବେ ବୋଲି କୁହାଯାଇଛି । ଏହାସହ ଦେଶ ଛାଡ଼ି ନଯିବାକୁ ଲୋକଙ୍କୁ ବୁଝାଇବେ ଇମାମ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)