• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆଫଗାନିସ୍ତାନରେ ଘରକୁ ଘର ବୁଲି ଲୋକଙ୍କୁ ଧମକ ଦେଉଛି ତାଲିବାନ ।

  • ଆମେରିକା ସେନାକୁ ସହଯୋଗ ଗୁଳି ।

ଆଫଗାନିସ୍ତାନରେ ଘରକୁ ଘର ବୁଲି ଲୋକଙ୍କୁ ଧମକ ଦେଉଛି ତାଲିବାନ । ଯେଉଁମାନେ ଆମେରିକାର ସେନାକୁ ସହଯୋଗ କରୁଛନ୍ତି ସେମାନଙ୍କୁ ଚେତାବନୀ ଦେବା ସହ ହତ୍ୟା କରୁଥିବା ସୂଚନା ରହିଛି । ଗତକାଲି ଆଫଗାନ ସେନାର ତିନି ଜଣ କମାଣ୍ଡରଙ୍କୁ ତାଲିବାନ ସର୍ବସମ୍ମୁଖରେ ଫାଶି ଦେଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଅନ୍ୟପଟେ ତାଲିବାନ ବିରୋଧରେ ପ୍ରକାଶ ପାଉଥିବା ଖବର ପ୍ରସାରଣ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛି ଏହି ଆତଙ୍କବାଦୀ ସଂଗଠନ । ଆଫଗାନୀ ଇମାମଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ମସଜିଦ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଇମାମ୍‌ମାନେ ବୁଝାଇବେ ବୋଲି କୁହାଯାଇଛି । ଏହାସହ ଦେଶ ଛାଡ଼ି ନଯିବାକୁ ଲୋକଙ୍କୁ ବୁଝାଇବେ ଇମାମ୍ ।

ସେହିପରି ଆଫଗାନିସ୍ତାନରେ ଚୀନ ପୁଞ୍ଜିନିବେଶ କରିବ ବୋଲି ତାଲିବାନ ସୂତ୍ରରୁ ସୂଚନା ମିଳିଛି । ତେବେ ଚୀନ ଆଫଗାନିସ୍ତାନର ବିକାଶ ପାଇଁ ପୁଞ୍ଜିନିବେଶ କଲେ ଏହାକୁ ସ୍ୱାଗତ କରାଯିବ ବୋଲି ତାଲିବାନ ମୁଖପାତ୍ର ସୁହାଲି ସାହିନ୍ କହିଛନ୍ତି । ଗତମାସରେ ଚୀନ୍‌ ବିଦେଶ ମନ୍ତ୍ରୀ ଓ ତାଲିବାନ ପ୍ରତିନିଧି ଦଳ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ଆତଙ୍କବାଦୀ ସଂଗଠନ ତାଲିବାନର ଭାରତ ବିରୋଧୀ ଆଭିମୁଖ୍ୟ ଦେଖିବାକୁ ମିଳିଛି । କାନ୍ଦାହାରରେ ଥିବା ଭାରତୀୟ ଦୂତାବାସକୁ ଯାଇ ବୁଧବାର ତାଲିବାନ ଆତଙ୍କବାଦୀ ଖୋଜାଖୋଜି କରିଥିବା କୁହାଯାଉଛି । ତାଲିବାନର କାବୁଲ ଦଖଲ ପରେ ଭାରତ ସରକାର ଆଫଗାନିସ୍ତାନରେ ଥିବା ଭାରତୀୟ ଦୂତାବାସ ବନ୍ଦ କରିବା ସହ ସମସ୍ତ କର୍ମଚାରୀଙ୍କୁ ଫେରାଇ ଆଣିଥିଲେ । ପୂର୍ବରୁ ତାଲିବାନ ଭାରତ ସହ ଆମଦାନୀ ଓ ରପ୍ତାନୀ ଉପରେ କଟକଣା ଲଗାଇଥିଲା ।

ତେବେ ସାରା ବିଶ୍ୱରେ ସମସ୍ତେ ସୁରକ୍ଷିତ ନହେବା ପର୍ଯ୍ୟନ୍ତ କେହି ସୁରକ୍ଷିତ ନୁହନ୍ତି ବୋଲି ଜାତିସଂଘରେ କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଆତଙ୍କବାଦକୁ ନେଇ ସେ କହିଛନ୍ତି, ଭାରତ ବହୁ ବର୍ଷ ହେଲା ଆତଙ୍କବାଦର ସମ୍ମୁଖୀନ ହୋଇ ଆସୁଛି ।