Advertisment

ବିମାନ ଚକାରେ ଲୁଚି ବିଦେଶ ଯାଉଥିଲେ...ମଝି ଆକାଶରେ ଖସି ପଡ଼ିଲେ

କାବୁଲ ଏୟାରପୋର୍ଟରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଦୃଶ୍ୟ। ତାଲିବାନ ଭୟରେ ଲୋକେ କୌଣସି ପ୍ରକାରେ ଦେଶଛାଡ଼ି ଚାଲିଯିବାକୁ ବସିଛନ୍ତି। ବିମାନରେ ବିଦେଶ ଯିବା ପାଇଁ ବିକଳ ହେଉଛନ୍ତି ଲୋକେ।

author-image
Minati Mishra
ଅଦ୍ୟତନ ହୋଇଛି
ବିମାନ ଚକାରେ ଲୁଚି ବିଦେଶ ଯାଉଥିଲେ...ମଝି ଆକାଶରେ ଖସି ପଡ଼ିଲେ

3 people fall from plane

କାବୁଲ:କାବୁଲ ଏୟାରପୋର୍ଟରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଦୃଶ୍ୟ। ତାଲିବାନ ଭୟରେ ଲୋକେ କୌଣସି ପ୍ରକାରେ ଦେଶଛାଡ଼ି ଚାଲିଯିବାକୁ ବସିଛନ୍ତି। ବିମାନରେ ବିଦେଶ ଯିବା ପାଇଁ ବିକଳ ହେଉଛନ୍ତି ଲୋକେ । ଏପରିକି ମା’ ନିଜ ଛୁଆର ଜୀବନ ବଞ୍ଚାଇବା ପାଇଁ ନେହୁରା ହେବାର ଦୃଶ୍ୟ ଆହୁରି ଦୁଃଖଦାୟକ। ଲୋକେ ଟାଉନବସରେ ଯିବା ପରି ବିମାନରେ ଯାଉଛନ୍ତି। ଏପରିକି ଏକି ବିମାନର ଚକାରେ ବସି ଯିବା ଆଶାରେ ମୃତ୍ୟୁ ମୁଖ୍ୟରେ ପଡୁଛନ୍ତି ତ କିଏ ପଂଖାରେ ବସି ଜୀବନ ହାରୁଛନ୍ତି। ପରିସ୍ଥିତି ପୁରା ଅଣାୟତ୍ତ ହୋଇପଡ଼ିଛି। 

Advertisment

ଅଗଷ୍ଟ ୧୬ ତାରିଖରେ ଦେଖିବାକୁ ମିଳିଛି ଏମିତି ଏକ ଅଭାବନୀୟ ଘଟଣା। କାବୁଲ କାବୁଲ ଏୟାରପୋର୍ଟରେ ବିଦେଶ ଯିବା ପାଇଁ  ଆମେରିକା ବିମାନର ହ୍ୱିଲ୍‌ରେ ୩ ଜଣ ଆଫଗାନ ନାଗରିକ ଲୁଚି ବସିଥିଲେ। ଏୟାରକ୍ରାଫ୍ଟ ଟେକଅଫ କରିବା ପରେ ତିନିଜଣ ଯାକ ପ୍ରାୟ ଶହେ ଫୁଟ ଉଚ୍ଚରୁ ଏକ କୋଠାର ଛାତ ଉପରେ ଖସି ପଡ଼ିଲେ। ତିନିଜଣଙ୍କର ମୃତ୍ୟୁ ଘଟିଥିଲା। ଯେଉଁ କୋଠାରେ ୨ ଜଣଙ୍କର ଶବ ପଡିଲା ତାହା ଜଣେ ସିକ୍ୟୁରିଟି ଗାର୍ଡଙ୍କର। ଏହା ପରେ ସିକ୍ୟୁରିଟି ଗାର୍ଡ ସମସ୍ତ ଘଟଣା କହିଥିଲେ। 

ମୃତ ଏହି ତିନିଜଣଙ୍କ ମଧ୍ୟରୁ ଜଣେ ସାଧାରଣ ନାଗରିକ, ଜଣେ ଡାକ୍ତର ଏବଂ ତୃତୀୟ ଜଣକ ଜଣେ ଫୁଟବଲ୍ ଖେଳାଳି ଥିଲେ। ଏହି ଫୁଟବଲ ଖେଳାଳିଙ୍କ ନାମ ଜକି ଅନବରୀ ବୋଲି କୁହାଯାଉଛି। ଆଫଗାନିସ୍ତାନ ଖେଳ ମନ୍ତ୍ରାଳୟ ଜକି ଅନବରୀଙ୍କ ମୃତ୍ୟୁ ନେଇ ସୂଚନା ଦେଇଛି। 

Advertisment

ଏହି ଘଟଣା ପରେ ୪୯ ବର୍ଷୀୟ ସିକ୍ୟୁରିଟି ଗାର୍ଡ ବଳୀ ସାଲେକ ସବିଶେଷ ବିବରଣୀ ଦେଇଛନ୍ତି। ନ୍ୟୁଜ ଏଜେନ୍ସି ରଏଟର୍ସକୁ ଏକ ସାକ୍ଷାତ ଦେଇ କହିଛନ୍ତି, ‘ସୋମବାର ପୁରା ପରିବାର ଘରେ ଥିଲେ। ହଠାତ୍‌ ଛାତ ଉପରେ କିଛି ପଡିବାର ଶବ୍ଦ ହେଲା। ଲାଗିଲା ଯେମିତି ଟାୟର ଫାଟିଲା। ମୁଁ ତୁରନ୍ତ ଛାତ ଉପରକୁ ଗଲି। ଦେଖିଲି, ଦୁଇଟି ଶବ ପଡିଛି। ସେ ଦୃଶ୍ୟ ଦେଖି ହେବନି। ଦୁହିଁଙ୍କର ମୁଣ୍ଡ ଫାଟି ଯାଇଥିଲା। ସମଗ୍ର ଶରୀରର ଅନେକ ଭାଗ କଟି ଯାଇଥିଲା। କେବଳ ରକ୍ତ ବାହାରୁଥିଲା। ମୋ ପତ୍ନୀ ଏହି ଦୃଶ୍ୟ ଦେଖି ବେହୋଶ ହୋଇଗଲା ।’ 

ସୂଚନାଥାଉ କି, ଏହି ସିକ୍ୟୁରିଟି ଗାର୍ଡଙ୍କ ଘର କାବୁଲ ଏୟାରପୋର୍ଟଠାରୁ ମାତ୍ର ୪ କିମି ଦୂର।  ଶବ ଦୁଇଟି ଉପରେ ଚାଦର ଢାଙ୍କି ନିକଟରେ ଥିବା ଏକ ମସ୍‌ଜିଦ୍‌ ସାମ୍ନାକୁ ଆଣିଥିଲେ। ମୃତକଙ୍କ ଚିହ୍ନଟ ହୋଇଥିଲା। ଉଭୟଙ୍କ ବୟସ ୩୦ ବର୍ଷରୁ କମ୍‌ ଥିଲା।  ସିକ୍ୟୁରିଟି ଗାର୍ଡ ଆହୁରି କହିଛନ୍ତି, ‘ କାବୁଲ ସହରର ସ୍ଥିତି ଦ୍ରୁତ ଗତିରେ ବଦଳୁଛି। ସୁବିଧା ମିଳିଲେ ମୁଁ ବି ଦେଶ ଛାଡ଼ି ଚାଲିଯିବାକୁ ଚାହୁଁଛି।’

Afghanistan Taliban
Advertisment
Advertisment