Advertisment

ତାଲିବାନ ବର୍ବରତା: ମହିଳାଙ୍କ ଆଖି ତାଡ଼ି ନେଲେ, ଗୁଳି କଲେ

ତାଲିବାନ କ୍ରୁରତାରେ ଥରହର ହେଲାଣି ଆଫଗାନିସ୍ତାନ। ତାଲିବାନ ଆତଙ୍କୀମାନେ କିପରି ମାନବିକତାକୁ ହତ୍ୟା କରୁଛନ୍ତି ତାହାର ଦୃଶ୍ୟ ସାମ୍ନାକୁ ଆସିଛି। ତାଲିବାନ ବର୍ବରତାର ଶିକାର ହୋଇଥିବା ଜଣେ ବାହାଦୁର ମହିଳାଙ୍କ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

author-image
Minati Mishra
ଅଦ୍ୟତନ ହୋଇଛି
ତାଲିବାନ ବର୍ବରତା: ମହିଳାଙ୍କ ଆଖି ତାଡ଼ି ନେଲେ,  ଗୁଳି କଲେ

taliban militant

ନୂଆଦିଲ୍ଳୀ: ତାଲିବାନ କ୍ରୁରତାରେ ଥରହର ହେଲାଣି ଆଫଗାନିସ୍ତାନ। ତାଲିବାନ ଆତଙ୍କୀମାନେ କିପରି ମାନବିକତାକୁ ହତ୍ୟା କରୁଛନ୍ତି ତାହାର ଦୃଶ୍ୟ ସାମ୍ନାକୁ ଆସିଛି। ତାଲିବାନ ବର୍ବରତାର ଶିକାର ହୋଇଥିବା ଜଣେ ବାହାଦୁର ମହିଳାଙ୍କ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତାଲିବାନମାନେ ଏହି ମହିଳାଙ୍କର ୨ ଆଖି ତାଡ଼ି ନେଇଥିଲେ। ତାଙ୍କ ଉପରକୁ ୬ରୁ ୭ରାଉଣ୍ଡ ଗୁଳି ଚଳାଇଥିଲେ। ଏତେ ସବୁ ହେବା ପରେ ବି ମହିଳାଜଣକ ନିଜ ଜୀବନ ବଞ୍ଚାଇ ପଳାଇ ଆସିବାରେ ସଫଳ ହୋଇଥିଲେ। ପରେ ତାଙ୍କ ଦୁଃଖଦ କାହାଣୀ ମିଡିଆ ସାମ୍ନାରେ ବଖାଣିଛନ୍ତି। 

Advertisment

କସ୍ତୁରବା ନଗରର ସମସ୍ତଙ୍କ ମୁହଁରେ ଆଜି ଖାତିରାଙ୍କ ବାହାଦୁରୀର କାହାଣୀ ଶୁଣିବାକୁ ମିଳୁଛି। ଗତ ୮ ମାସ ହେବ ସେ ଭାରତରେ ନିଜ ଆଖିର ଚିକିତ୍ସା କରାଇଥିଲେ। ତାଲିବାନଙ୍କ ପାଇଁ ତାଙ୍କର ୨ ଆଖି ନଷ୍ଟ ହୋଇଯାଇଛି। ଶୁକବ୍ରାର ମିଡିଆ ସାମ୍ନାକୁ ଆସିଲେ ଖାତିରା ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖୁବ ଖରାପ ଥିଲା। ତାଙ୍କ ପରିବାର ମଧ୍ୟ ବିଚଳିତ ଅବସ୍ଥାରେ ଥିଲେ। ଖାତିରାଙ୍କର ତିନି ସନ୍ତାନ ଗଜନୀରେ ରୁହନ୍ତି। ସେ ତାଙ୍କର କନିଷ୍ଠ ସନ୍ତାନ ଏବଂ ସ୍ୱାମୀଙ୍କ ସହ ଭାରତ ଆସିଥିଲେ ଆଖିର ଚିକିତ୍ସା କରିବା ପାଇଁ। ଖାତିରାଙ୍କ ସ୍ୱାମୀ ନିଜ ଅନୁଭୂତି ସମ୍ପର୍କରେ ଯାହା କହିଛନ୍ତି ତାହା ଅତ୍ୟନ୍ତ ହୃଦୟ ବିଦାରକ। 

Advertisment

କଥା ହେଲା, ଖାତିରା ଆଫଗାନିସ୍ତାନ ପୋଲିସରେ କାମ କରୁଥିଲେ। ସେ ଗଜନୀରେ ଡ୍ୟୁଟି କରିବା ସମୟରେ ତାଲିବାନମାନେ ତାଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ଖାତିରା ଏହାକୁ ବିରୋଧ କରିବାରୁ ତାଙ୍କ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ଏପରିକି ତାଙ୍କ ଆଖିକୁ ମଧ୍ୟ ଆଘାତ ଦେଇଥିଲେ। ଫଳରେ ଖାତିରା ତାଙ୍କର ଦୃଷ୍ଟିଶକ୍ତି ହରାଇଥିଲେ। ତଥାପି କୌଣସି ପ୍ରକାରେ ସେ ନିଜର ଜୀବନ ବଞ୍ଚାଇ ପଳାଇ ଆସିଥିଲେ। ତେବେ ତାଲିବାନଙ୍କ ଭୟ ତାଙ୍କ ମନରୁ ଯାଇନି। ତାଲିବାନ କ୍ଷମତାକୁ ଆସିବା ପରେ ନିୟମିତ ଭାବେ ତାଙ୍କ ଘରକୁ ଯାଇ ପଚରାଉଚରା କରୁଛନ୍ତି। ଖାଲି ଖାତିରା ନୁହେଁ, ସେନା ଏବଂ ପୋଲିସରେ କାମ କରୁଥିବା ବ୍ୟକ୍ତିଙ୍କ ଘର ଉପରେ ତାଲିବାନମାନେ କଡା ନଜର ରଖିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଭାରତକୁ ଚିକିତ୍ସା ପାଇଁ ଆସିଥିବା ପ୍ରତ୍ୟେକ ଆଫଗାନ ନାଗରିକ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ଅଧିକାଂଶ ଲୋକ ଭାରତ ଏବଂ ଅନ୍ୟ ଦେଶରେ ଶରଣ ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। 

Taliban Militants Afghanistan
Advertisment
Advertisment