ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କର ସୌନ୍ଦର୍ଯ୍ୟର ଜଲବା ଦେଖେଇଛନ୍ତି । ଶ୍ରଦ୍ଧାଙ୍କ ଦୁଲ୍ହନ ଲୁକ୍ ଦେଖି ଫ୍ୟାନ୍ସ ମାନେ ଦିବାନା ହୋଇ ଯାଇଛନ୍ତି । କିଛି ସମୟ ପାଇଁ ପ୍ରଶଂସକ ମାନେ ଭାବିଥିଲେ କି ଶ୍ରଦ୍ଧା ସତ ସତିକା ଦୁଲ୍ହନ ବନି ଯାଇଛନ୍ତି । କିନ୍ତୁ ଏହା ସତ ନୁହେଁ । ଶ୍ରଦ୍ଧାଙ୍କର ଏହି ଦୁଲ୍ହନ ବେଶ ଫ୍ୟାସନ ଡିଜାଇନର ଫାଲଗୁନି ପିକକଙ୍କ ପାଇଁ ।
ନିକଟରେ ‘ଦି କପିଲ୍ ଶର୍ମା ଶୋ’ର ନୂଆ ସିଜନ ଆରମ୍ଭ ହୋଇଛି। ଏହି ସିଜନର ପ୍ରଥମ ଗେଷ୍ଟ୍ ଅକ୍ଷୟ କୁମାର, ବାଣୀ କପୁର ଓ ହୁମା କୁରେଶୀ ଥିଲେ। ଏହି ସମସ୍ତ ସେଲିବ୍ରିଟି ଫିଲ୍ମ୍ ‘ବେଲ୍ବଟମ୍’ର ପ୍ରମୋଶନ ପାଇଁ ଆସିଥିଲେ। ଏହି ଶୋ’ରେ ଦେଖାଯାଇଥିଲା ଯେ ଅକ୍ଷୟ କୁମାର କପିଲ ଶର୍ମାଙ୍କ ସହ ବହୁତ ହସ ମଜ୍ଜା କରିଥିଲେ। ସେହିପରି ବାଣୀ କପୁର ଓ ହୁମା କୁରେଶୀଙ୍କ ସହିତ ମଧ୍ୟ ବହୁତ ମଜ୍ଜା କରିଥିଲେ।
ପାଇଲଟଙ୍କୁ ହାର୍ଟଆଟାକ ଆସିବା ସମୟରେ ବିମାନଟି ରାୟପୁର ପାଖ ଇଲାକାରେ ଥିଲା । ବିମାନର କର୍ମଚାରୀମାନେ କୋଲକାତା ଏଟିସି ସହ ଯୋଗାଯୋଗ କରି ତାଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ । ଯାହା ପରେ ତାଙ୍କୁ ନିକଟସ୍ଥ ନାଗପୁର ବିମାନବନ୍ଦରରେ ଅବତରଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।
ଜଳମଗ୍ନ ହୋଇ ମାୟାନଗରୀର ବଡ଼ ଭାଗ ବୁଡ଼ିଯିବ । ପ୍ରକୃତି ଚେତାବନୀ ଦେଲାଣି, ବେଳହୁଁ ସାବଧାନ ହେବାକୁ ପଡ଼ିବ । ମୁମ୍ବାଇ ମହା ନଗରପାଳିକା କମିଶନର ଇକବାଲ ସିଂ ଚହଲ ମୁମ୍ବେଇ ସହର ପାଇଁ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ୨୦୫୦ ସୁଦ୍ଧା ଦକ୍ଷିଣ ମୁମ୍ବାଇର ନରିମାନ ପଏଣ୍ଟ, ରାଜ୍ୟ ସଚିବାଳୟ 'ମନ୍ତ୍ରଣାଳୟ ସମେତ ଦକ୍ଷିଣ ମୁମ୍ବାଇର ଏକ ବଡ଼ ଅଂଶ ପାଣିରେ ବୁଡ଼ିଯିବ ।
ବଲିଉଡ ଅଭିନେତା ତଥା ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁର ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହୁଛନ୍ତି। କିଛି ମାସ ପୂର୍ବରୁ ଅନୁମାନ କରାଯାଉଥିଲା ଯେ ଶ୍ରଦ୍ଧା ଖୁବ ଶୀଘ୍ର ତାଙ୍କ ସେଲିବ୍ରିଟି ଫଟୋଗ୍ରାଫର୍ ରୋହନ ଶ୍ରେଷ୍ଠଙ୍କୁ ବିବାହ କରିବେ। ବଲିଉଡ ଦୁନିଆରେ ମଧ୍ୟ ଉଭୟଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି। ଅନୁମାନ କରାଯାଉଛି ଯେ ଏହି ଯୋଡି ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି।
ଆଫଗାନିସ୍ତାନ ଦଖଲ ପରେ ଧୀରେ ଧୀରେ ନିଜର ନିଷ୍ଠୁର ରୂପ ଦେଖାଇବା ସହ କ୍ରୁର ଆଦେଶ ଜାରି କରୁଛି । ଏକ ସପ୍ତାହ ମଧ୍ୟରେ ଆଫଗାନୀ ନାଗରିକଙ୍କୁ ସରକାରୀ ସମ୍ପତ୍ତି, ଯାନ ଏବଂ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଜାରି କରିଛି ତାଲିବାନ । ଟୋଲ୍ ନ୍ୟୁଜ୍ ଅନୁସାରେ ତାଲିବାନ୍ ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ୍ ଏକ ବୟାନ୍ ଜାରି କରି ଲୋକଙ୍କୁ ସରକାରୀ ସମ୍ପତ୍ତି, ଅସ୍ତ୍ରଶସ୍ତ୍ର, ଗୁଳି ଏବଂ ଯାନବାହାନ ହସ୍ତାନ୍ତର କରିବାକୁ କହିଛନ୍ତି
ସିଙ୍ଗର ତଥା ରାପର୍ ହନୀ ସିଂ ଗତ କିଛି ଦିନ ହେବ ବିବାଦରେ ଛନ୍ଦିହୋଇ ଯାଇଛନ୍ତି। ନିକଟରେ ତାଙ୍କ ପତ୍ନୀ ଶାଲିନୀ ତଲ୍ୱାର୍ ତାଙ୍କ ଉପରେ ଘରୋଇ ହିଂସା ମାମଲା ଦାଖଲ କରିଥିଲେ। ଆଜି ଦିଲ୍ଲୀର ଏକ ଅଦାଲତରେ ଏହି ମାମଲାର ଶୁଣାଣି ହୋଇଛି। ତେତେ ଶୁଣାଣି ସମୟରେ ହନୀ ସିଂ ଅଦାଲତରେ ଉପସ୍ଥିତ ହୋଇ ନ ଥିଲେ। ଏନେଇ ଅଦାଲତ ତାଙ୍କୁ ଭର୍ତ୍ସନା କରିବା ସହ ତାଙ୍କର ମେଡିକାଲ ରିପୋର୍ଟ ଓ ଇନକମ୍ ଟେକ୍ସ୍ ରିଟର୍ଣ୍ଣ ଜମା କରିବା ନେଇ ଅଦାଲତ ଆଦେଶ ଦେଇଛନ୍ତି।
କିଛ ଦିନ ହେବ ଭାରତୀୟ ବ୍ୟାଟ୍ସ ମ୍ୟାନ୍ ଚେତେଶ୍ୱର ପୂଜାରା ଭଲ ଫର୍ମରେ ନଥିଲେ । ହେଲେ ଲିଡ୍ସରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ଦ୍ୱିଶତକ ହାସଲ କରିବାର ସମ୍ବାବନା ରହିଛି ।
ଏହି ଦୁନିଆରେ ମାଆକୁ ଭଗବାନଙ୍କ ରୂପ କୁହାଯାଏ । ସନ୍ତାନ ଦୁଃଖକୁ କେବେ ବି ଦେଖିପାରେ ନାହିଁ । ନିଜ ପିଲାର ଦୁଃଖ ଦୂର କରିବା ପାଇଁ ସେ କିଛି ବି ବିପଦକୁ ନିଜ ଉପରକୁ ନେଇ ଯାଇଥାଏ । ଏବେ ସୋସିଆଲ ମିଡିଆରେ ଏକ ଖବର ବହୁତ ଭାଇରାଲ ହେବାରେ ଲାଗିଛି । ଜଣେ ମାଆ ତାହାର ରୋଗୀଣା ଝିଅକୁ ବଞ୍ଚାଇବାକୁ ଯାଇ ନାତୁଣୀକୁ ଜନ୍ମ ଦେଇଛନ୍ତି ।
ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ୍ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ଥାନ୍ତି । ସବୁବେଳେ ସେ କିଛି କିଛି କ୍ୟାପସନ୍ ବା ଫଟୋ ସେୟାର କରିଥାନ୍ତି । ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ ଏକ ସେଲଫି ଫଟୋ ସେୟାର କରିଛନ୍ତି । ଏହି ସେଲଫି ସହିତ ସେ ଏକ ସାମାଜିକ ବାର୍ତ୍ତା ମଧ୍ୟ ଦେଇଛନ୍ତି ।
ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକୁ ସତର୍କ କରାଇବା ସହ କରୋନା ସଂକ୍ରମଣର ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରତିବନ୍ଧକ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି । ଏକ ମାସ ମଧ୍ୟରେ ସାରା ଦେଶରେ ଜାରି କରାଯାଇଥିବା COVID-19 ନିର୍ଦ୍ଦେଶାବଳୀକୁ ବଢ଼ାଇବା ସହ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଆଜି କହିଛନ୍ତି, କିଛି ରାଜ୍ୟକୁ ଛାଡ଼ିଦେଲେ ଜାତୀୟ ସ୍ତରରେ ସଂକ୍ରମଣ ହ୍ରାସ ପାଇଛି ।
ଲୋକପ୍ରିୟ ହଲିଉଡ ଫିଲ୍ମର ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ଭାବରେ ଭାଇରାଲ ହେବାରେ ଲାଗିଛି । ଏହି ଫିଲ୍ମଟି ଆଫଗାନିସ୍ତାନର ମୁଜାହିଦ୍ଧିନ ଯୁଦ୍ଧ ବିମାନ ଉପରେ ଆଧାରିତ । ବର୍ତ୍ତମାନ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସମଗ୍ର ଦେଶର ପରିସ୍ଥିତି ବିଗିଡି ଯାଇଛି,କିନ୍ତୁ ଏହି ସମୟରେ ଏକ ଫିଲ୍ମର ଭିଡିଓ ସୋସିଆଲ ମିଡିଆରେ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି ।
ଜଣେ ୨୦ ବର୍ଷର ଯୁବତୀଙ୍କ ଫଟୋକୁ ଦେଖାଇ ୪୫ ବର୍ଷୀୟ ମହିଳାଙ୍କର ବାହାଘର ହେବାକୁ ଯାଉଥିଲା। ଯୁବକ ଜଣକ ଜାଣିପାରିଲେ ତାଙ୍କ ସହ ପ୍ରତାରଣା ହେଉଛି। ତେଣୁ....
ଆଫଗାନିସ୍ତାନ ରାଜଧାନୀ କାବୁଲ ବିମାନବନ୍ଦର ବାହାରେ ହୋଇଥିଲା ସିରିଜ୍ ବୋମା ବିସ୍ଫୋରଣ । ଏଥିପାଇଁ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସାନ୍ ପ୍ରୋବିଂସ (ISKP) ନିଜକୁ ଦାୟୀ କରିଛି ।
ଧର୍ମନଗରୀ ମଥୁରାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀଙ୍କ ପ୍ରସ୍ତୁତି ପର୍ବ ଅନ୍ତିମ ପର୍ଯ୍ୟାୟରେ । ରଙ୍ଗୀନ ଆଲୋକମାଳାରେ ମନ୍ଦିର ଗୁଡିକୁ ସଜାଇ ଦିଆଯାଇଛି । କୃଷ୍ଣ ଜନ୍ମ ଅବସରରେ ଭଳିକି ଭଳି ଫୁଲରେ ପୂରି ଉଠୁଛି ପୂରା ସହର । ପ୍ରମୁଖ ଛକ ଏବଂ ରାସ୍ତାଗୁଡ଼ିକୁ ସଜାଉଛନ୍ତି ରାଜ୍ୟ ସରକାର । ସେହିପରି ଜନମାଷ୍ଟମୀର ମୁଖ୍ୟ ଆକର୍ଷଣ କେନ୍ଦ୍ର ଠା.ବାଙ୍କବିହାରୀ ମନ୍ଦିରର ପ୍ରବନ୍ଧ ତନ୍ତ୍ର ଦ୍ୱାରା ଅଗଷ୍ଟ ୩୦-୩୧ ରେ ଠାକୁରଙ୍କ ଦର୍ଶନର ସମୟ ସାରଣୀ ଜାରି କରାଯାଇଛି ।
ଭଗବାନ କୃଷ୍ଣଙ୍କର ପୁରା ଜୀବନ ମାନବ ସମାଜକୁ ଦିଗ ଦେଖାଇଥାଏ । ତାଙ୍କର ପ୍ରତ୍ୟେକ କାର୍ଯ୍ୟ କୌଣସି ନା କୌଣସି ଉଦ୍ଦେଶ୍ୟ ଜନିତ ହୋଇଥାଏ । ଏହିପରି ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତ୍ୟେକ କଥା, ମାନବ ଜୀବନର ସମସ୍ତ ଦିଗ ଉପରେ ଆଧାରିତ ।
ପକେଟ୍ରେ ମୋବାଇଲ୍ ଫୋନ୍ ଥିବାବେଳେ ହଠାତ୍ ବାହାରିଲା ଧୂଆଁ। ଉପସ୍ଥିତ ବୁଦ୍ଧି ଯୋଗୁ ପକେଟ୍ରୁ ଫୋନ୍ ବାହାର କରି ତଳେ ଫିଙ୍ଗି ଦେବାରୁ ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଜଣେ ବ୍ୟକ୍ତି। ଗୁଜରାଟ ସୁରତ ଅଞ୍ଚଳର ରାଧନପୁର ସହରରେ ଏହି ଅଭାବନୀୟ ଘଟଣା ଘଟିଛି।
ଆମେରିକାର ସେନା ଏବଂ ନୌସେନା ଦ୍ୱାରା ବ୍ୟବହୃତ ବ୍ଲାକହକ୍ ଦୁନିଆର ସର୍ବୋତ୍ତମ ହେଲିକପ୍ଟର ମଧ୍ୟରୁ ଅନ୍ୟତମ । ସାଂସଦ ଜିମ ବ୍ୟାଙ୍କସ୍ କହିଛନ୍ତି ବର୍ତ୍ତମାନେ ଆମେରିକାର ସାମରିକ ଉପକରଣର ୮୫ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି 'ତାଲିବାନ ଅଧୀନରେ । ଏଥିମଧ୍ୟରେ ୭୫ ହଜାର ଯାନ, ୨୦୦ ରୁ ଅଧିକ ବିମାନ, ହେଲିକପ୍ଟର, ୬ ଲକ୍ଷ ଛୋଟ ଏବଂ ହାଲୁକା ଅସ୍ତ୍ରଶସ୍ତ୍ର ସାମିଲ ରହିଛି
ଡରାଇଲାଣି କରୋନାର ତୃତୀୟ ଲହରୀ । ପୁଣି ଦେଶରେ ବଢ଼ିଲାଣି ସଂକ୍ରମଣ । କିଛି ଦିନ ବ୍ୟବଧାନରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ହେଲା କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪୦ହଜାରରୁ ଅଧିକ ରହୁଛି, ଯାହା ତୃତୀୟ ଲହରିର ଆଶଙ୍କା ବଢ଼ାଇଦେଇଛି ।
କାବୁଲ ଏୟାରପୋର୍ଟରେ ପୁଣି ଆତଙ୍କୀ ଆକ୍ରମଣ ଆଶଙ୍କା । କାବୁଲରେ ହୋଇଥିବା ବିସ୍ଫୋରଣ ପରେ ଆମେରିକା ଶୁକ୍ରବାର ଦିନ ନାଗରିକମାନଙ୍କୁ ବିମାନ ବନ୍ଦର ଫାଟକ ଛାଡିବାକୁ ଅପିଲ କରିଛି । ସୁରକ୍ଷା ତଥା ଆସନ୍ନ ବିପଦ କାରଣରୁ ବିମାନ ବନ୍ଦରକୁ ନଯିବାକୁ ଦୂତାବାସ କର୍ମଚାରୀ ଓ ଆମେରିକୀୟ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି ।
ଖାଲି ପଡ଼ିଛି ୨୯ଟି ସିନିଅର ଆସିଷ୍ଟାଣ୍ଟ ପଦବୀ। ହାତରେ ଆଉ ମାତ୍ର ଅଳ୍ପ ଦିନ। ତୁରନ୍ତ ଆବେଦନ କରନ୍ତୁ।
ସୌମ୍ୟା ସ୍ୱାମୀନାଥନ ଟ୍ୱିଟ୍ କରି କହିଛନ୍ତି, 'ଭାରତ ୫୦ ପ୍ରତିଶତ ବୟସ୍କ ଜନସଂଖ୍ୟା ଅତି କମରେ ଗୋଟିଏ ଡୋଜ୍ ଟିକା ନେଇ ସାରିଛନ୍ତି । ଭାରତରେ ଏବେ ସୁଦ୍ଧା ୬୨ କୋଟି ଡୋଜ ଟିକାକରଣ ହୋଇଛି । ତେବେ ଏଥିରେ ଜଡିତ ହଜାର ହଜାର କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଡବ୍ଲୁଏଚଓର ପ୍ରମୁଖ ବୈଜ୍ଞାନିକ
ଲୋକପ୍ରିୟ ଟିଭି କଳାକାର ଗୌରବ ଦୀକ୍ଷିତଙ୍କୁ ଡ୍ରଗ୍ସ ଲିଙ୍କ୍ ମାମଲାରେ ଗିରଫ କରାଯାଇଛି। ଶୁକ୍ରବାର Narcotics Control Bureau (NCB)ର ମୁମ୍ବାଇ ଜୋନାଲ୍ ଟିମ୍ ଗୌରବଙ୍କୁ ଗିରଫ କରିଛି।
ଆପଣଙ୍କୁ ପୁରୁଣା ଜିନିଷ ସଂଗ୍ରହ କରିବାକୁ ଭଲ ଲାଗେ କି ? ଆପଣଙ୍କ ପାଖରେ ପୁରୁଣା କଏନ ଅଛି କି ? ତା’ହେଲେ ହୁଏତଏହା ଆପଣଙ୍କ ପାଇଁ ଏକ ଖୁସି ଖବର। କାରଣ ପୁରୁଣା କଏନକୁ ବିକ୍ରି କରି ଆପଣ ଏବେ ଲକ୍ଷପତି ହୋଇପାରନ୍ତି।
ଆତ୍ମନିର୍ଭରଶୀଳ ଭାରତକୁ ସମର୍ଥନ କରିବାକୁ ଯାଇ ସିଡିଏସ୍ ଜେନେରାଲ୍ ବିପିନ ରାୱତ କହିଛନ୍ତି ଯେ, ବାହାରୁ ଶକ୍ତି ଧାର ଆଣି ଭାରତର ରେଜିଓନାଲ ପାୱାର ହେବାର ସ୍ୱପ୍ନ କେବେ ବି ପୂରଣ ହୋଇପାରିବ ନାହିଁ ।