ଫିଲ୍ମ ଇଣ୍ଡଷ୍ଟ୍ରିରେ ବଡ଼ ବଡ଼ ଷ୍ଟାରମାନେ ବିଳାସପୂର୍ଣ୍ଣ ଜୀବନଯାପନ କରିଥାନ୍ତି। ସେମାନେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷ ଉପରେ ଫ୍ୟାନ୍ସଙ୍କ ନଜର ଥାଏ। ସବୁଠରୁ ଅଧିକ ଚର୍ଚ୍ଚାରେ ଥାନ୍ତି ସେମାନଙ୍କର ବଡିଗାର୍ଡ। ଏବେ ବିଗ୍ ବି ଅମିତାଭ ବଚ୍ଚନଙ୍କ ପୋଲିସ୍ ବଡିଗାର୍ଡ ଜିତେନ୍ଦ୍ର ସିନ୍ଧେଙ୍କୁ ନେଇ ବେଶ୍ ଚର୍ଚ୍ଚା।
ରାଜ୍ୟର ବର୍ଦ୍ଧିତ ଲୋକ ସଂଖ୍ୟା ତଥା ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଯୁକ୍ତି ଦିଆଯିବ ଅଧିକ ୬୦ ହଜାର ପୋଲିସ
ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା ବିଗତ କିଛି ମାସ ହେବ ନିଜର ଆଗାମୀ ଫିଲ୍ମ ‘ସିଟାଡେଲ୍’ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ତେବେ ସେ ଲଣ୍ଡନରେ କରୁଥିବା ଏହି ଫିଲ୍ମର ସୁଟିଂକୁ ନେଇ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ୍ କରି ନିଜ ଚରିତ୍ରର କିଛି ଝଲକ ଦେଖେଇଛନ୍ତି। ଋଷୋ ବ୍ରଦର୍ସଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
କନ୍ଷ୍ଟେବଲ ଚାକିରି କରିଥିବା ଜଣେ ବ୍ୟକ୍ତିଙ୍କ ବାର୍ଷିକ ଆୟ ହେଉଛି ୧.୫ କୋଟି। ଏହି କନ୍ଷ୍ଟେବଲ କିଏ ଜାଣନ୍ତି ? ସେ ହେଉଛନ୍ତି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଡିଗାର୍ଡ
ଛତିଶଗଡ ହୋଇକୋର୍ଟ ସ୍ୱାମୀ ଉପରେ ସ୍ତ୍ରୀକୁ ଦୁଷ୍କର୍ମ ନେଇ ଏକ ବଡ ନିଷ୍ପତ୍ତି ଶୁଣେଇଛନ୍ତି। ମାମଲାରେ ଆଇନ ଅନୁସାରେ ବିବାହିତ ପତ୍ନି ସହିତ ବଳପୂର୍ବକ ବା ଇଛା ବିରୋଧରେ ଯୌନ ସମ୍ବନ୍ଧ ବା ଯୌନକ୍ରିୟା ବଳାତ୍କାର ନୁହେଁ ବୋଲି ଛତିଶଗଡ ହାଇକୋର୍ଟ କହିଛନ୍ତି। କିନ୍ତୁ ଏ କ୍ଷେତ୍ରରେ ସ୍ତ୍ରୀର ବୟସ ୧୮ ବର୍ଷରୁ କମ ନ ହୋଇଥିବା ଉଚିତ ବୋଲି କୋର୍ଟ କହିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ସୋସିଆଲ୍ ମିଡିଆରେ ବେଶ ଚର୍ଚ୍ଚା ହେଉଛି।
କାବୁଲ ବିସ୍ଫୋରଣରେ ୧୦୩ ଜଣଙ୍କ ଜୀବନ ଗଲାଣି। ୧୩ ଆମେରିକୀ ସେନାଙ୍କ ସମେତ ୨୮ ତାଲିବାନୀଙ୍କର ମୃତ୍ୟୁ ଘଟିଛି।
ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ ୧୦୩ ଜଣ ପ୍ରାଣ ହରାଇଛନ୍ତି । ଏହି ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି, ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି । ତେବେ ଏହାରି ଭିତରେ କାବୁଲ ବିମାନବନ୍ଦର ବିସ୍ଫୋରଣରେ ୨୮ ତାଲିବାନୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଖବର ଆସିଛି ।
‘ବିଗ୍ ବସ୍ ଓଟିଟି’ରେ ପ୍ରତିଯୋଗୀଙ୍କ ଛଡା ଶୋ’ର ହୋଷ୍ଟ କରଣ ଜୋହର ଅଧିକ ଚର୍ଚ୍ଚାରେ ରହିଆସୁଛନ୍ତି। କରଣ ଜୋହର ଏହି ଶୋ’କୁ ପୂର୍ବ ଦୁଇ ସପ୍ତାହ ହେବ ହୋଷ୍ଟ କରିଆସୁଛନ୍ତି। ନିକଟରେ ‘ସଣ୍ଡେ କା ୱାର୍’ ଏପିସୋଡ୍ରେ କରଣ ଜୋହର ଘରର ସଦସ୍ୟଙ୍କୁ ଜମେଇକି ଟାର୍ଗେଟ୍ କରିଛନ୍ତି। ସେହିପରି ଶମିତା ଶେଟ୍ଟୀଙ୍କ ପ୍ରତି ସେ କୋମଳ ଭାବ ମଧ୍ୟ ଦେଖେଇଛନ୍ତି। ତେବେ କରଣ ଅନ୍ୟମାନଙ୍କ ପ୍ରତି ରୁକ୍ଷ ହେଉଥିବା ବେଳେ ଶମିତାଙ୍କ ପ୍ରତି ତାଙ୍କର କୋମଳ ଭାବ ତାଙ୍କୁ ସମସ୍ୟାରେ ପକେଇଛି।
ଆସାମର ଦିମା ହାସାଓ ଜିଲ୍ଲାର ଉମରଙ୍ଗସୋ ଲଙ୍କା ରାସ୍ତାରେ ସାତୋଟି ଟ୍ରକକୁ ଜାଳି ଦେଇଥିଲେ ଉଗ୍ରବାଦୀ । ଏହି ଘଟଣାରେ ୫ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ସନ୍ଦିଗ୍ଧ ଉଗ୍ରବାଦୀମାନେ ଟ୍ରକ ଜାଳିବା ପୂର୍ବରୁ ଅନେକ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ।
‘ପାକିସ୍ତାନ ଆମର ୨ୟ ଘର ଏବଂ ଆମର ଧର୍ମ ମଧ୍ୟ ଏକ। ତେଣୁ ପାକିସ୍ତାନ ସହ ଆମର ସମ୍ପର୍କ ଭଲ ରହିବ ବୋଲି ଆମେ ଆଶା କରୁଛୁ।’
ଶ୍ରମିକଙ୍କ ମସିହା ତଥା ଲୋକପ୍ରିୟ ଅଭିନେତା ସୋନୁ ସୁଦ ଆଜି ରାଜଧାନୀ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବଂ ଅଭିନେତା ସୋନୁ ସୁଦ୍ ଶୁକ୍ରବାର ଦିନ ୧୦ଟାରେ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
ଟୋକିଓ ଅଲିମ୍ପିକ୍ସରେ ଜାଭେଲିନରେ ସ୍ୱର୍ଣ୍ଣ ପଦକ ଜିତିଥିବା ଗୋଲଡେନ ବୟ ନୀରଜ ଚୋପ୍ରାଙ୍କୁ ନେଇ ଏବେ ବି ଚର୍ଚ୍ଚା ଥମିନି। ପ୍ରଥମ ଜାଭେଲିନ୍ ଥ୍ରୋ ପୂର୍ବରୁ ତାଙ୍କର ଜାଭେଲିନ୍ କିଏ ନେଇଯାଇଥିଲା ? ପାକିସ୍ତାନୀ ଆଥଲେଟ୍ ଅର୍ସଦ ନଦୀମ ନେଇଯାଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ପରେ ଏହାକୁ ନିଜେ ଖଣ୍ଡନ କରିଛିନ୍ତି ନୀରଜ । ତାଙ୍କ ମତକୁ ଭିନ୍ନ ଅର୍ଥ କରାଯାଇ ଏଭଳି ରିପୋର୍ଟ ପ୍ରକାଶ ପାଇଥିବା ସେ କହିଛନ୍ତି
ନେତୃତ୍ୱ ବଦଳାଇବା ପାଇଁ ଗୋଷ୍ଠୀ ବିବାଦ ଚରମରେ । ଛତିଶଗଡରେ ଅଢ଼େଇ ଅଢ଼େଇ ବର୍ଷର ମୁଖ୍ୟମନ୍ତ୍ରୀ ପଦ ବିବାଦ ପୁଣି ସାମ୍ନାକୁ ଆସିଛି । ଭୂପେଶ ବଘେଲ, ଦଳର ୨୦ରୁ ଅଧିକ ବିଧାୟକଙ୍କୁ ଧରି ଦିଲ୍ଲୀରେ ଡେରା ପକାଇଛନ୍ତି । ଦଳର ୨ ବରିଷ୍ଠ ନେତାଙ୍କ ମଧ୍ୟରେ ବିବାଦ ବଢ଼ୁଥିବାରୁ ଏହାର ସମାଧାନ ପାଇଁ ରାହୁଲ ଗାନ୍ଧି ନିକଟରେ ଏକ ବୈଠକ କରିଥିଲେ, ହେଲେ ସେଥିରେ କୌଣସି ସମାଧାନର ବାଟ ବାହାରି ପାରିଲା ନାହିଁ ।
ମହିଳାଙ୍କ ପାଇଁ ଚାକିରୀ କରିବାର ସୁବର୍ଣ୍ଣ ସୁଯୋଗ। ଖାଲି ପଡିଥିବା ଏହି ସବୁ ପଦବୀ ପାଇଁ ଆବେଦନ କରନ୍ତୁ। ଶେଷ ତାରିଖ ରହିଛି ଅଗଷ୍ଟ ୩୧।
ଗତକାଲି ଅର୍ଥାତ ଗୁରୁବାର ଦିନ କରୋନାର ୩୦,୦୦୭ ନୂତନ ମାମଲା ସହ ରାଜ୍ୟରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୩୯.୧୩ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି ୧୬୨ ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୨୦, ୧୩୪ ରେ ପହଞ୍ଚିଛି । ଏହାପୂର୍ବରୁ ବୁଧବାର ଦିନ କେରଳରେ ରେକର୍ଡ ସଂଖ୍ୟକ ୩୧,୪୪୫ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିଲେ, ଯାହା ଦେଶରେ ଚିହ୍ନଟ ହୋଇଥିବା ମୋଟ ୪୬,୧୬୪ ମାମଲାର ୬୮.୧୧ ପ୍ରତିଶତ ଅଟେ
କାବୁଲ ଆନ୍ତର୍ଜାତିକ ବିମାନବନ୍ଦର ବାହାରେ ଗୁରୁବାର ସନ୍ଧ୍ୟାରେ ତିନୋଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି । ତେବେ ବିମାନବନ୍ଦରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ନିଜର ସମ୍ପୃକ୍ତ ଥିବା ନେଇ ଦାବି କରିଛି ଇସଲାମିକ ଷ୍ଟେଟ ଖୋରାସାନ ପ୍ରାନ୍ତ (ଆଇଏସକେପି) ।
ବାଇଡେନ କହିଛନ୍ତି, ମିଶନ ଜାରି ରହିବ । ଆବଶ୍ୟକ ହେଲେ ପୁଣି ଥରେ ଆଫଗାନିସ୍ତାନକୁ ଅତିରିକ୍ତ ଆମେରିକୀୟ ସୈନ୍ୟ ପଠାଯିବ । ଏହାପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ପ୍ରଥମ ବୈଠକକୁ ସ୍ଥଗିତ ରଖିଥିଲା ହ୍ୱାଇଟ ହାଉସ । ଏହାସହ ଆଫଗାନିସ୍ତାନ ଶରଣାର୍ଥୀଙ୍କ ପ୍ରସଙ୍ଗରେ ଗଭର୍ଣ୍ଣରଙ୍କ ସହ ହେବାକୁ ଥିବା ଏକ ଭିଡିଓ ସମ୍ମିଳନୀ ମଧ୍ୟ ବାତିଲ କରାଯାଇଛି
ପ୍ରଥମ ଦୁଇଟି ବିସ୍ଫୋରଣ ସନ୍ଧ୍ୟା ସମୟରେ କିଛି ମିନିଟ୍ ବ୍ୟବଧାନରେ ହୋଇଥିବାବେଳେ ତୃତୀୟ ବିସ୍ଫୋରଣ ବିଳମ୍ବିତ ରାତିରେ ହୋଇଥିଲା । ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୭୨ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
କାବୁଲ ସିରିଜ ବିସ୍ଫୋରଣ ପାଇଁ ISISକୁ ଦାୟୀ କଲା ତାଲିବାନ୍ । ଏହା ISISର କାମ ବୋଲି କହିଲା ତାଲିବାନ୍ । ସିରିଜ ବିସ୍ଫୋରଣରେ ଆମର କୌଣସି ହାତ ନାହିଁ ବୋଲି ସ୍ପଷ୍ଟ କରିଛି ତାଲିବାନ ।
ଶୁଆମାନଙ୍କୁ ସମସ୍ତେ ପିଞ୍ଜରା ଭିତରେ ରଖନ୍ତି। ତାଙ୍କୁ ଖାଇବାକୁ ଦିଅନ୍ତି। ହେଲେ କାଳେ ଉଡ଼ିଯିବେ ସେଥିପାଇଁ ମୁକ୍ତ କରନ୍ତି ନାହିଁ। ପକ୍ଷୀଟିଏକୁ ନିଜ ଘରେ ପାଳନ୍ତି ସିନା, ହେଲେ ସ୍ୱାଧୀନତା ଦିଅନ୍ତି ନାହିଁ। ନିଜ ଅଧିନରେ ରଖନ୍ତି। ଏଥିପାଇଁ ପକ୍ଷୀମାନେ ଭୀତତ୍ରସ୍ତ ହୋଇ ମନ ଦୁଃଖରେ ରୁହନ୍ତି। ପିଞ୍ଜରା ଭିତରେ ଛଟପଟ ହୁଅନ୍ତି।
କରୋନା ମୁକାବିଲା ନେଇ କେରଳ ସରକାରଙ୍କୁ ଟାର୍ଗେଟ୍ କଲେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର । ଦେଶର କରୋନା ହଟସ୍ପଟ ପାଲଟିଥିବା କେରଳରେ ସରକାରଙ୍କର କୋଭିଡ ମାନେଜମେଣ୍ଟକୁ ସମାଲୋଚନା କରି ଯୁବ କଂଗ୍ରେସର ପ୍ରତିବାଦ ।
କାବୁଲ ବିମାନବନ୍ଦର ବାହାରେ ହାହାକାର ସ୍ଥିତି ଦେଖାଦେଇଛି। ଆଫଗାନିସ୍ତାନ ଛାଡ଼ି ପଳାଇବା ବ୍ୟଗ୍ରତା ଭିତରେ ଚରମ ଦୁର୍ଦ୍ଦଶାର ଶିକାର ହୋଇଛନ୍ତି ଏଠାରେ ପହଞ୍ଚୁଥିବା ଆଫଗାନ୍ ନାଗରିକ। ଖାଦ୍ୟ ନାହିଁ କି ପିଇବା ପାଣି ବି ନାହିଁ। ଏହାସତ୍ତ୍ୱେ ବର୍ବର ତାଲିନାବୀଙ୍କ କ୍ରୁରତାରୁ ବର୍ତ୍ତିବାକୁ ଅତି ଦୟନୀୟ ସ୍ତିତିରେ ପଡି ରହିଛନ୍ତି ଶହ ଶହ ଲୋକ। ବିମାନ ବନ୍ଦରରେ ପ୍ରବେଶ ଲାଗି ଆମେରିକୀୟ ସୈନ୍ୟ ଅନୁମତି ଦେଉନାହାନ୍ତି ତଥାପି ତୁଟିନି ଏମାନଙ୍କ ଆଶା।
ଆଫଗାନିସ୍ତାରେ ସ୍ଥିତି ଭୟଙ୍କର । ଚାରିଆଡ଼େ ହାହାକାର ପରିସ୍ଥିତି । ଖାଇବାକୁ ଖାଦ୍ୟ ନାହିଁ କି ଶୋଷ ମେଣ୍ଟାଇବାକୁ ପାଣି ନାହିଁ । ଭାତ ପ୍ଲେଟ୍ ୭ ହଜାର ଟଙ୍କା ହୋଇଥିବା ବେଳେ ପାଣି ଲିଟର ୩ ହଜାର ଟଙ୍କା ।
କାବୁଲ ଏୟାରପୋର୍ଟ ବାହାରେ ବଡ଼ ବିସ୍ଫୋରଣ । ୧୩ ମୃତ, ୧୫ରୁ ଅଧିକ ଗୁରୁତର ହୋଇଥିବା ସୂଚନା । ମୃତାହତ ନେଇ ବିଦେଶୀ ଗଣମାଧ୍ୟମ ସୂତ୍ରରୁ ସୂଚନା । ବିସ୍ଫୋରଣ ନେଇ ପେଣ୍ଟାଗନ୍ ପ୍ରେସ୍ ସଚିବ ଜନ୍ କିର୍ବିଙ୍କ ସୂଚନା ।
ବିଶ୍ୱବାସୀଙ୍କ ସମ୍ମୁଖରେ ତାଲିବନୀର ଅତ୍ୟାଚାର ସମସ୍ତଙ୍କ ଆଖି ଆଗରେ ନାଚି ଯାଉଛି। ୨୦ବର୍ଷ ପୂର୍ବର ତାଲିବାନ୍ ଶାସନ ଡରରେ ଦେଶବାସୀ ଆତଙ୍କିତ ହୋଇ ଦେଶ ଛାଡି ପଳାଇଛନ୍ତି। ଯେଉଁ ବିଦେଶୀ ନାଗରିକମାନେ ରହିଯାଇଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ସଂପୃକ୍ତ ଦେଶ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ଆଫଗାନିସ୍ତାନର ଏପରି ଦୟନୀୟ ପରିସ୍ଥିତି ପାଇଁ ଆମେରିକାକୁ ଦାୟୀ କରିଛନ୍ତି ପୂର୍ବତନ ବିଦେଶ ମନ୍ତ୍ରୀ ଯଶବନ୍ତ ସିହ୍ନା।