• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: କିଛ ଦିନ ହେବ ଭାରତୀର ଦୁର୍ଦଶ ବ୍ୟାଟ୍ସ ମ୍ୟାନ୍‌ ଚେତେଶ୍ୱର ପୂଜାରା ଭଲ ଫର୍ମରେ ନଥିଲେ । ହେଲେ ସେ ଲିଡ୍‌ସରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରିବାର ସମ୍ବାବନା ରହିଛି । ତାଙ୍କୁ ଫର୍ମକୁ ଫେରିବା ପାଇଁ ଦୀର୍ଘ ଦିନ ଲାଗିଥିଲେ ବି ଏବେ ସେ ସମ୍ପୂର୍ଣ୍ଣ ଫିଟ୍‌ ଥିବା ଦେଖାଯାଉଛନ୍ତି । ଏହାସହ ଜବରଦସ୍ତ ଫର୍ମରେ ମଧ୍ୟ ଅଛନ୍ତି । ଗୋଟିଏ ଶତକ ହାସଲ କରିବା ପାଇଁ ତାଙ୍କୁ ୩୫ଟି ଇନିଂସ ଖେଳିବାକୁ ପଡ଼ିଲା । ଅର୍ଥାତ ୩୫ଟି ଇନିଂସ ଖେଳିବା ପରେ ସେ ଶତକ ହାସଲ କରିବାର ସୁଯୋଗ ପାଇଛନ୍ତି । 

ଖରାପ ଫର୍ମରୁ ବାହାରି ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ସେ ଯେଉଁଭଳି ଭାବେ କମ୍‌ବ୍ୟାକ୍‌ କରିଛନ୍ତି ତାହା ପ୍ରଶଂସା ଯୋଗ୍ୟ । ତାଙ୍କ ପ୍ରତ୍ୟାବର୍ତ୍ତନକୁ ସାବାସୀ ନଦେଇ ରହିହେବ ନାହିଁ । ତାଙ୍କର ଏହି ଜବରଦସ୍ତ କମ୍‌ବ୍ୟାକ୍‌ ସମସ୍ତଙ୍କ ମନରେ ଆଶା ଭରିଦେଇଛି । କୁହାଯାଉଛି ଯେ, ୨୦୧୨ର ଇତିହାସକୁ ସେ ପୁଣିଥରେ ଦୋହରାଇବେ ।

ସୂଚନାଯୋଗ୍ୟ, ପୂଜାରା ଶେଷଥର ପାଇଁ ଜାନୁଆରୀ ୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଶତକ ମାରିଥିଲେ । ଗତ ୩୫ଟି ଇନିଂସରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୮୧ ରନ୍ । କିନ୍ତୁ ୩୬ ତମ ଇନିଂସରେ ସେ ଶତକ ପାଖରେ ପହଞ୍ଚିଛନ୍ତି ।

୨୦୧୨ ଭଳି ଚମକିବେ ପୁଜାରା

ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ସେ ୯୧ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟରେ ସେ ୧୫ଟି ଚୌକା ମାରିଛନ୍ତି । ତୃତୀୟ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ପୁଜାରା, ଅଧିନାୟକ ବିରାଟ କୋହଲିଙ୍କ ସହ କ୍ରିଜରେ ରହିଥିଲେ । ଟେଷ୍ଟ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ପୂଜାରା ଦିନର ଖେଳ ଶେଷ ପର୍ଯ୍ୟନ୍ତ ୯୦ ରୁ ଅଧିକ ରନ୍‌ କରି ଅପରାଜିତ ରହିଛନ୍ତି ।

ଏହାପୂର୍ବରୁ ନଭେମ୍ବର ୨୦୧୨ରେ ଅହମ୍ମଦାବାଦ ଠାରେ ଇଂଲଣ୍ଡ ବିପକ୍ଷରେ ଖେଳୁଥିବା ବେଳେ ପୂଜାରା ଦିନର ଖେଳ ଶେଷ ସୁଦ୍ଧା ୯୮ ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ । ଏହା ପରଦିନ ସେ ମଇଦାନକୁ ଓହ୍ଲାଇ ଦ୍ୱିଶତକ ହାସଲ କରିଥିଲେ । ସେ ସେହି ମ୍ୟାଚ୍‌ରେ ମୋଟ୍‌ ୨୦୬ ରନ୍‌ କରି ନଟ୍‌ଆଉଟ୍‌ ମଧ୍ୟ ରହିଥିଲେ । ଭାରତ ସେହି ମ୍ୟାଚକୁ ୯ ୱିକେଟରେ ଜିତିଥିଲା । ଖାଲି ସେତିକି ନୁହେଁ, ଇଂଲଣ୍ଡ ମାଟିରେ ଦିନର ଖେଳ ଶେଷ ସୁଦ୍ଧା ୯୦ ରନ୍‌ କରି ନଟଆଉଟ ରହିଥିବା ପ୍ରଥମ ବ୍ୟାଟ୍ସ ମ୍ୟାନ୍ ହେଉଛନ୍ତି ପୁଜାରା ।