• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

 Explosion outside Kabul airport
କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ

କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ କେତେ ଜଣଙ୍କ ପ୍ରାଣ ହରାଇଛନ୍ତି ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ମିଳିନାହିଁ। ଏୟାରପୋର୍ଟର ଆବେ ଗେଟ୍‌ ପାଖରେ ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି

afghanistan
କାବୁଲ୍‌ ବିମାନବନ୍ଦରରେ ପୁଣି ଫାୟାରିଂ

ପୁଣି କାବୁଲ ଏୟାରପୋର୍ଟରେ ଫାୟାରିଂ ହୋଇଛି। କାବୁଲରୁ ଇଟାଲୀର ଏକ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବା ସମୟରେ ବିମାନ ଉପରକୁ ଅନ୍ଧାଧୁନ୍‌ ଫାୟାରିଂ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୁଳିଚାଳନା ପରେ ବିମାନରେ କୌଣସି କ୍ଷୟକ୍ଷତି ହୋଇନାହିଁ। ତାଲିବାନୀଙ୍କ ଆତଙ୍କରେ ଥରହର ହେଉଛି ଆଫଗାନିସ୍ତାନ। ନିଜ ଜୀବନ ବଂଚାଇବା ଲାଗି ପ୍ରାଣପ୍ରଣେ ବିଭିନ୍ନ ଦେଶକୁ ଚାଲିଯାଉଛନ୍ତି ଆଫ୍‌ଗାନୀ

corona
ଏକ ଘରୋଇ ସ୍କୁଲରୁ ୨୨ ପିଲା କରୋନା ପଜିଟିଭ୍‌: ଚିନ୍ତାରେ ଅଭିଭାବକ

କେବଳ ଏତିକି ନୁହେଁ ବରଂ ଅନ୍ୟ ଏକ ସ୍କୁଲରେ ବି ୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହା ଫଳରେ ବିଏମସିର ଚିନ୍ତା ବଢିଛି। କରୋନା ସଂକ୍ରମଣ ଘଟଣା ଜଣାପଡ଼ିବା ପରେ ଏବେ ୯୫ ଜଣଙ୍କ କରୋନା ଟେଷ୍ଟ୍‌ କରାଯାଇଛି। ଆଉ ଯେଉଁମାନଙ୍କ ମଧ୍ୟରୁ ୨୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଘଟଣା ଜଣାପଡ଼ିବା ପରେ ସ୍କୁଲକୁ ସିଲ୍‌ କରିଛି ବିଏମ୍‌ସି।

Pakistan Border
ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ସ୍ଥିତି ଜଟିଳ: ପାକ୍‌ରେ ପଶିବାକୁ ଅପେକ୍ଷାରେ ଆଫଗାନୀ

ଏହି ଭିଡିଓକୁ ଅନ୍ତର୍ଜାତୀୟ ସ୍ତରର ସାମ୍ବାଦିକ ନାଇଟିକ୍ ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି ଯେ ଏହା କାବୁଲ ବିମାନବନ୍ଦର ନୁହେଁ ବରଂ ସ୍ପିନ୍ ବୋଲ୍ଡକ ସୀମା, ଯେଉଁଠାରେ ହଜାର ହଜାର ଲୋକ ଆଫଗାନିସ୍ତାନରୁ ପାକିସ୍ତାନ ଯିବାକୁ ଚାହୁଁଛନ୍ତି। ଏଠାରେ କାବୁଲ ବିମାନବନ୍ଦରରୁ ଆହୁରି ଖରାପ ପରିସ୍ଥିତି ରହିଛି, କିନ୍ତୁ ଏଠାରେ କୌଣସି ବିଦେଶୀ ସୈନିକ ନଥିବା ଦେଖାଯ।ଏ।

habibullah
ଗୀତ ଛାଡ଼ି ପରିବା ବିକୁଛନ୍ତି ଆଫଗାନିସ୍ତାନୀ ଗାୟକ

ତାଲିବାନକୁ ଭୟ କରି ଅଫଗାନିସ୍ତାନର ପ୍ରସିଦ୍ଧ ଗାୟକ ହବିବୁଲ୍ଲା ଶବାବ୍ ଗୀତ ଗାଇବା ଛାଡି ପନିପରିବା ବିକ୍ରୀ କରୁଛନ୍ତି । ହବିବୁଲ୍ଲା ଶବାବ୍ ହେଉଛନ୍ତି ଆଫଗାନିସ୍ତାନର ଜଣେ ପ୍ରସିଦ୍ଧ ଗାୟକ ଓ କଳାକାର । ଅଫଗାନିସ୍ତାନର ଜନ ସାଧାରଣ ନିଜର ଭବିଷ୍ୟତକୁ ଆଖି ଆଗରେ ରଖି ଦେଶ ଛାଡି ପଳାୟନ କରୁଛନ୍ତି । ତେବେ ଆଫଗାନିସ୍ତାନର ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଏହିଭଳି ହୃଦୟ ବିଦାରକ ଚିତ୍ର ସାମନାକୁ ଆସୁଛି ।

karauli medical personnel
ଟିକାକରଣ ପାଇଁ ଜୀବନକୁ ବାଜି ଲଗେଇ ନଦୀ ପାର ହେଲେ ସ୍ୱାସ୍ଥ୍ୟକର୍ମୀ

ଲୋକଙ୍କୁ ଟିକା ଦେବା ପାଇଁ ଜୀବନକୁ ବାଜି ଲଗେଇଲେ ସ୍ୱାସ୍ଥ୍ୟକର୍ମୀ। ନଦୀ ଭିତରେ ପଶି ଗାଁ ଗଲେ ଓ ଲୋକଙ୍କୁ ଟିକା ଦେଲେ।

Corona Virus
ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ: ୨୪ ଘଂଟାରେ ୪୬,୧୬୪ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୪୬,୧୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଂଟାରେ ୬୦୭ ଜଣଙ୍କ ଯାଇଛି ଜୀବନ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୨୫,୫୮,୫୩୦ ଏତିକି ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪,୩୬,୩୬୫ରେ ପହଞ୍ଚିଛି

Journalist Jiyar Yaad
ତାଲିବାନୀ ଆତଙ୍କୀଙ୍କ ଆତଙ୍କରାଜ: ସାମ୍ବାଦିକଙ୍କୁ ପିଟିଲେ; ଫୋନ୍‌, କ୍ୟାମେରା ଛଡ଼ାଇ ନେଲେ

ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ଧୀରେ ଧୀରେ ଅସଲ ରୂପ ଦେଖାଉଛି ତାଲିବାନ୍‌। ତାଲିବାନୀ ଆତଙ୍କୀଙ୍କ ଆତଙ୍କରେ ଭୟଭୀତ ହୋଇ ପଡ଼ିଛନ୍ତି ଆଫଗାନବାସୀ।

sonu sood funny reply to fans
ସୋନୁ ସୁଦ୍‌ଙ୍କୁ ଫ୍ୟାନ୍ସ ମାଗିଲେ ୧ କୋଟିର ସହାୟତା...ପାଇଲେ ଏମିତି ଉତ୍ତର

ସୋନୁ ସୁଦଙ୍କୁ ଫ୍ୟାନ୍ସ ମାଗିଲେ ଅଜବ ସାହାଯ୍ୟ। ଏମିତି ଉତ୍ତର ଦେଇ ହୃଦୟ ଜିତିଲେ ଅଭିନେତା।

Covid 19 in India
ଚିନ୍ତା ବଢାଇଲା କେରଳ; ଦିନକରେ ବାହାରିଲେ ୩୧ ହଜାର କରୋନା ସଂକ୍ରମିତ

ଦେଶରେ ଆସିଲା କି କରୋନାର ତୃତୀୟ ଲହର ? କାହିଁକି ଏତେ ବଢିଗଲା ସଂକ୍ରମିତଙ୍କ ସଂଖ୍ୟା ?

Kabul Airport
କାବୁଲ ଏୟାରପୋର୍ଟରେ ଭୋକଶୋଷରେ ଛଟପଟ ହେଉଛନ୍ତି ଲୋକେ, ପାଣି ବୋତଲ ଦାମ ୩ ହଜାର, ଭାତ ପ୍ଲେଟ ୭ ହଜାର

କାବୁଲ ଏୟାରପୋର୍ଟରେ ଦୁର୍ଦ୍ଦଶା ମଧ୍ୟରେ କଟୁଛି ଜୀବନ। ତାଲିବାନୀଙ୍କ ଭୟରେ ଦେଶଛାଡ଼ିବା ପାଇଁ ଅପେକ୍ଷା କରିଥିବା ଲୋକେ ଅନାହାର ଓ ଅର୍ଦ୍ଧାହାରରେ ବଞ୍ଚିଛନ୍ତି। ବାପା-ମା’ ଭବିଷ୍ୟତକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ଏକାଏକା ବିମାନରେ ପଠାଇ ଦେଉଛନ୍ତି।

Odisha Covid-19
୧୮ ବର୍ଷରୁ କମ୍ ବର୍ଗର ୧୩୦ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୫୯କୁ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ୭୧,୨୩୧ ଟେଷ୍ଟ କରାଯାଇଛି।ପଜିଟିଭିଟି ରେଟ୍‌ ୧.୧୯ ରହିଛି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। 

 Kabul airport
ଆତଙ୍କବାଦୀଙ୍କ ଟାର୍ଗେଟରେ କାବୁଲ ଏୟାରପୋର୍ଟ !

ଆତଙ୍କବାଦୀଙ୍କ ଟାର୍ଗେଟରେ ଆଫଗାନିସ୍ତାନ ରାଜଧାନୀ କାବୁଲ ଏୟାରପୋର୍ଟ। ଯେକୌଣସି ମୁହୂର୍ତ୍ତରେ କାବୁଲ ହମିଦ କର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି।

Onam festival
କେରଳରେ କୋଭିଡ୍ ସଂକ୍ରମଣ ବଢାଇଲା କି ଓନମ ପର୍ବ?

୧୨ରୁ ୨୩ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଏହି ଓନମ ପର୍ବ ପାଳିତ ହୋଇଥିଲା। ଏହି ପର୍ବ ପରେ ହଠାତ କୋଭିଡ୍ ସଂକ୍ରମଣ ବଢିଯାଇଛି। ଗତ ମେ ୨୦ରେ ରାଜ୍ୟରେ ୩୦ ହଜାର ଉପରେ ଥିଲା ଦୈନିକ ସଂକ୍ରମଣ। ତେବେ ଆଜି ସଂକ୍ରମଣ ଏହାକୁ ମଧ୍ୟ ଟପିଯାଇଛି।

Corona Vaccination
ଅକ୍ଟୋବରରେ ୧୨ରୁ ୧୭ ବର୍ଷର ପିଲାଙ୍କୁ ଟିକାକରଣ: ଡାକ୍ତର ଏନ୍.କେ. ଆରୋରା

ଅକ୍ଟୋବରରେ ୧୨ରୁ ୧୭ ବର୍ଷର ପିଲାଙ୍କୁ କରାଯିବ ଟିକାକରଣ । ଏହି ବର୍ଗର ପିଲାଙ୍କ ପାଇଁ ଅକ୍ଟୋବରରେ ଜାଇକୋଭ-ଡି ଭ୍ୟାକ୍ସିନ ଉପଲବ୍ଧ ହେବ । ଏନେଇ ସୂଚନା ଦେଇଛନ୍ତି ନିତି ଆୟୋଗର କୋଭିଡ୍ ଓ୍ୱାର୍କିଂ ଗ୍ରୁପ ଅଧ୍ୟକ୍ଷ ଡାକ୍ତର ଏନ୍.କେ. ଆରୋରା ।

Taliban
କାବୁଲ୍‌ରେ ଉଡ଼ିଲା ତାଲିବାନୀ ସଫେଦ୍ ଝଣ୍ଡା, ଉତ୍ସାହିତ ଆତଙ୍କୀ ସଂଗଠନ

କାବୁଲ୍‌ରେ ତାଲିବାନୀ ସଫେଦ୍ ଝଣ୍ଡା ଉଡ଼ିବା ପରେ, ଉତ୍ସାହିତ ବିଭିନ୍ନ ଆତଙ୍କୀ ସଂଗଠନ । ସତେ ଯେମିତି ସେମାନଙ୍କୁ ମିଳିଯାଇଛି ନୂଆ ଭୂସ୍ୱର୍ଗ । ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ତାଲିବାନ୍‌ର ବିଜୟ ଉତ୍ସବ ପାଳିଛି ଭାରତ ବିରୋଧୀ ଆତଙ୍କୀ ଗତିବିଧିରେ ଲିପ୍ତ ଜୈସ୍-ଇ-ମହମ୍ମଦ ଓ ଲସ୍କର୍-ଏ-ତୋଇବା ।

BOMB In BUS
ଚଳନ୍ତା ବସରୁ ୩୦ ବୋମା ଉଦ୍ଧାର, ବିହାରକୁ ହେଉଥିଲା ଚାଲାଣ

ଚଳନ୍ତା ବସରେ ବଢାଉ କରି ୩୦ଟି ବୋମା ଉଦ୍ଧାର କଲେ ସୁରକ୍ଷାକର୍ମୀ । ବସଟି କୋଲକାତାରୁ ଗୟା ଯାଉଥିଲା । ତେବେ ଏଥିରେ ବୋମା ନିଆଯାଉଥିବା ଆର୍ମି ଇଣ୍ଟେଲିଜେନ୍ସ ୟୁନିଟ୍‌କୁ ସୂଚନା ମିଳିଥିଲା ।

vaccination
ଟିକାକରଣରେ ଭାରତ ବିଶ୍ୱରେ ଦ୍ୱିତୀୟ, ଏବେ ସୁଦ୍ଧା ୬୦ କୋଟି ଡୋଜ ସରିଲାଣି

ଦେଶରେ ଏବେ ସୁଦ୍ଧା ୬୦ କୋଟି ଡୋଜ କରୋନା ଟିକାକରଣ ହୋଇସାରିଲାଣି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା ଟୁଇଟ କରି ସୂଚନା ଦେଇଛନ୍ତି । ଏଥି ସହ ଡୋଜ ପରିମାଣରେ ଚୀନ ପଛକୁ ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ସେ କହିଛନ୍ତି ।

MIG 21
ଆକାଶରୁ ହଠାତ୍‌ ଖସିପଡ଼ିଲା ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ MIG 21

ବୁଧବାର ରାଜସ୍ଥାନର ବାଡ଼ମେର ଜିଲ୍ଲାର ଭୁଟାରିଆ ଗାଁ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ବାୟୁସେନାର ଏକ ମିଗ୍ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Tarkari Express
‘ତରକାରୀ ଏକ୍ସପ୍ରେସ’ ଶୁଭାରମ୍ଭ, ଘରେ ଡେଲିଭରୀ ହେବ ଶସ୍ତା ପନିପରିବା

ବିହାରର ପାଟନାବାସୀଙ୍କ ପାଇଁ ଖୁସି ଖବର । ପରିବା କିଣିବା ପାଇଁ ଆଉ ବଜାର କିମ୍ବା ମଣ୍ଡିକୁ ଯିବାକୁ ପଡିବ ନାହିଁ । ଘରେ ବସି ରାଜଧାନୀବାସୀ ପାଇପାରିବେ ତାଜା ଓ ସତେଜ ପନିପରିବା । ମାତ୍ର କିଛି ଘଣ୍ଟାରେ ସିଧାସଳଖ କ୍ଷେତରୁ ଘରେ ଆସି ପହଞ୍ଚିବ ପରିବା । ଯାହାର ଦର ମଧ୍ୟ ବଜାର ମୂଲ୍ୟ ଠାରୁ କମ୍ ରହିବ । ଏନେଇ ଏକ ଯୋଜନାକୁ ଉନ୍ମୋଚନ କରାଯାଇଛି ।

Cricket
କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ‘ତାଲିବାନ’ ଏଣ୍ଟ୍ରିକୁ ନା..

ଭାରତ ସବୁବେଳେ ତାଲିବାନର ଆଚରଣ ଓ ବ୍ୟବହାରକୁ ବିରୋଧ କରିଆସିଛି । ତାଲିବାନର ଆତଙ୍କୀ କାର୍ଯ୍ୟକଳାପକୁ ଭାରତ ସବୁବେଳେ ନିନ୍ଦା କରୁଛି । ହେଲେ ଭାରତରେ ହିଁ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ତାଲିବାନ ସମର୍ଥନରେ ନିଜର ବୟାନ ଦେଉଛନ୍ତି ।

Narayan Rane
ଉଦ୍ଧବ ଠାକ୍‌ରେଙ୍କ ଉପରେ ବର୍ଷିଲେ ନାରାୟଣ ରାଣେ

ଜାମିନ ପାଇବା ପରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ କହିବା କଥା ସେ ଯାହା କହିଛନ୍ତି, ସେଥିରେ ସେ ଅଟଳ। ସେ କହିଛନ୍ତି ଯେ- “ମୁଁ ଏମିତି କ’ଣ କହିଲି ଯେ ଯାହା ଦ୍ୱାରା ସେହି ଲୋକମାନେ ରାଗିଗଲେ? ମୁଁ କହିଲି ଯେ ଯିଏ ନିଜ ଦେଶ ପାଇଁ ଗର୍ବ କରେ ନାହିଁ, ଯିଏ ନିଜର ଜାତୀୟ ପର୍ବକୁ ମନେ ରଖେ ନାହିଁ, ମୋର ଏହି କଥାଗୁଡ଼ିକ ରେକର୍ଡ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ କ’ଣ କହିଥିଲେ? ଯିଏ ମାତୋଶ୍ରୀଙ୍କ ବିରୁଦ୍ଧରେ କହିବ, ତା’ର ମୁହଁ ଭାଙ୍ଗିଦିଆଯିବ। ଏହା ଅପରାଧ ନୁହେଁ କି?”

Volcano
ଆଗ୍ନେୟଗିରି ଉଦ୍‌ଗିରଣ ବିଶ୍ୱ ତାପମାତ୍ରାର ପ୍ରମୁଖ କାରଣ

ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରାର ଖରାପ ପ୍ରଭାବ ବର୍ତ୍ତମାନ ସମଗ୍ର ବିଶ୍ୱ ସାମ୍ନା କରୁଛି। ବୈଜ୍ଞାନିକମାନେ ଏହା ପଛରେ ଥିବା କାରଣଗୁଡିକ ଅଧ୍ୟୟନ କରୁଛନ୍ତି ଏବଂ ଏଥିରେ ମାନବଜନିତ କାର୍ଯ୍ୟକଳାପ ସହିତ ପ୍ରାକୃତିକ କାରଣଗୁଡିକ କ’ଣ ଏବଂ ଆମେ କିପରି ଏହି ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିପାରିବା ଜାଣିବାକୁ ଚେଷ୍ଟା କରୁଛନ୍ତି। ଜଳବାୟୁ ପରିବର୍ତ୍ତନ ଉପରେ ହୋଇଥିବା ଏକ ଅଧ୍ୟୟନରେ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ ଭୌଗୋଳିକ ସମୟ ମଧ୍ୟରେ ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ୍ ଅପସାରଣ ପାଇଁ ବାରମ୍ବାର ଆଗ୍ନେୟଗିରି ଉଦ୍‌ଗିରଣ ହିଁ ଦାୟୀ।

bipin-rawat
ଆମେ ଯାହା ଆଶଙ୍କା କରିଥିଲୁ ତାହା ହିଁ ହେଲା ଆଫଗାନିସ୍ତାନରେ: CDS ବିପିନ ରାୱତ

ଆଫଗାନିସ୍ତାନ ସ୍ଥିତିକୁ ନେଇ CDS ବିପିନ ରାୱତଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ । ସେ କହିଛନ୍ତି, ‘ଆଫଗାନ୍‌ରେ ଯାହା ଘଟିବ ବୋଲି ଭାବିଥିଲୁ ତାହା ଘଟିଲା ବୋଲି କହିଛନ୍ତି CDS ବିପିନ୍‌ ରାୱତ ।

Twin Village
ରହସ୍ୟମୟ ଗାଁ ; ଅଛନ୍ତି ୪୦୦ରୁ ଅଧିକ ଯାଆଁଳା ପିଲା

ଦୁନିଆରେ ଏମିତି ଅନେକ ଘଟଣା ଘଟେ ଯାହା ଅଜବ ଲାଗେ। ଏହାକୁ ନେଇ ଦେଶ-ବିଦେଶରେ ଅନେକ ଚର୍ଚ୍ଚା ମଧ୍ୟ ହୁଏ। ବେଳେ ବେଳେ ଏପରି ଘଟଣା ଶୁଣି ବିଶ୍ୱାସ ମଧ୍ୟ କରିହୁଏନି। ଏହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଭାରତରେ ଏମିତି ଏକ ଜାଗା ଅଛି ଯେଉଁଠାରେ ଅଧିକାଂଶ ପିଲା ଯାଆଁଳା ହୋଇ ଜନ୍ମ ନିଅନ୍ତି। ଏହା କେରଳର ମାଲାପୁରାମ ଜିଲ୍ଲାର କୋଡିନ୍‌ହି ଗ୍ରାମରେ ଅବସ୍ଥିତ। ଗାଁର ଏହି ଖବର ଦୀର୍ଘ ଦିନ ହେବ ଦେଶ ତଥା ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି।