• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • AAI ରେ ଖାଲି ପଡ଼ିଥିବା ପଦବୀ ପୂରଣ ହେବ

  • ୨୯ଟି ପଦବୀରେ ନିଯୁକ୍ତି ପାଇଁ ଆବେଦନପତ୍ର ଆହ୍ୱାନ

  • ଅଗଷ୍ଟ ୩୧ ସୁଦ୍ଧା ଆବେଦନ କରନ୍ତୁ

ନୂଆଦିଲ୍ଲୀ:ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି।  AAI Recruitment 2021 ପକ୍ଷରୁ ବିଭିନ୍ନ ପଦବୀ ପାଇଁ ଆବେଦନ ପତ୍ରା ଆହ୍ୱାନ କରିଛନ୍ତି। ଏୟାରପୋର୍ଟ ଅଥରିଟି ଏ ନେଇ ଜୁଲାଇରେ ନୋଟିଫିକେଶନ ଜାରି କରିଥିଲେ। ଖାଲି ଥିବା ମୋଟ ୨୯ଟି ସିନିଅର ଆସିଷ୍ଟାଣ୍ଟ ପଦବୀ ପାଇଁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଏହି ପଦବୀରେ ନିଯୁକ୍ତ ବ୍ୟକ୍ତିଙ୍କ ଦରମା ୧.୧୦ ଲକ୍ଷ ଟଙ୍କା । ନୋଟିଫିକେଶନ ଅନୁସାରେ ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ ୩୧ ତାରିଖ। ଏହି ପଦବୀ ପାଇଁ ଆବେଦନ କରିବା ଚାହୁଁଥିଲେ ତୁରନ୍ତ ଫର୍ମ ଦାଖଲ କରନ୍ତୁ। କାରଣ ହାତରେ ଆଉ ମାତ୍ର ୩ ଦିନ। ପ୍ରାର୍ଥୀ ଅଫିସିଆଲ ୱେବସାଇଟ aai.aeroରେ ଫର୍ମ ଜମା କରିବା ପାଇଁ କୁହାଯାଇଛି। 

AAI Recruitment 2021 ଅନୁଯାୟୀ,  NE-6 ସ୍ତରରେ ନିଯୁକ୍ତି ଦିଆଯିବ। ଏହା ପୂର୍ବ କ୍ଷେତ୍ରର ଡିପାର୍ଟମେଣ୍ଟାଲ ଏକ୍‌ଜାମିନେଶନ ଆଧାରରେ ସ୍ଥିର କରାଯିବ। ଅଫିସିଆଲ ନୋଟିସ ଅନୁସାରେ, ପ୍ରାର୍ଥୀ ପ୍ରପର ଚାନେଲରେ ନିଜର ଫର୍ମ ପୂରଣ କରି ପଠାଇଲେ ତାହାକୁ ଗ୍ରହଣ କରାଯିବ। ଆବେଦନ ପତ୍ର ଇମେଲ କରିପାରିବେ । ନଚେତ୍‌ ପୋଷ୍ଟାଲରେ ମଧ୍ୟ ପଠାଇ ପାରିବେ। 
AAI Recruitment 2021: ପଦବୀର ବିବରଣୀ
ସିନିଅର ଆସିଷ୍ଟାଣ୍ଟ ଅପରେଶନ-୧୪ଟି ପଦ।
ଦରମା-୩୬, ୦୦୦ରୁ ୧, ୧୦,୦୦୦
ସିନିଅର ଆସିଷ୍ଟାଣ୍ଟ ଫାଇନାନ୍ସ-୬ଟି ପଦ।
ଦରମା-୩୬ ହଜାରରୁ ଏକ ଲକ୍ଷ ୧୦ ହଜାର।
ସିନିଅର ଆସିଷ୍ଟାଣ୍ଟ ଇଲେକ୍ଟୋନିକ୍ସ-୯ଟି ପଦ
ଦରମା-୩୬ ହଜାରରୁ ୧ ଲକ୍ଷ ୧୦ ହଜାର

ଏଥିମଧ୍ୟରୁ SC, ST, UR ଏବଂ OBCଙ୍କ ପାଇଁ ମଧ୍ୟ କିଛି ପଦବୀ ସଂରକ୍ଷିତ ରହିଛି। ଅଧିକ ସୂଚନା ପାଇଁ ଅଫିସିଆଲ ୱେବସାଇଟ ଯାଇ ଦେଖି ପାରବେ।
କେମିତି କରିବେ ଆବେଦନ-
୧-ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅଫିସିଆଲ ୱେବସାଇଟ୍‌ aai.aeroକୁ ଯାଆନ୍ତୁ ।
୨-ସେଠାରେ ଦିଆଯାଇଥିବା  ‘AAI Recruitment 2021 for Sr. Assistant posts’ ନୋଟିଫିକେଶନରେ କ୍ଲିକ୍‌ କରନ୍ତୁ
୩-ନୋଟିଫିକେଶନ ସହ ଦିଆଯାଇଥିବା ଆପ୍ଲିକେଶନ ଫର୍ମକୁ ଡାଉନଲୋଡ କରନ୍ତୁ ଏବଂ ନିଜର ପୂରା ବିବରଣୀ ଭରନ୍ତୁ
୪- ପୂରଣ କରିସାରିବା ପରେ ଫର୍ମକୁ ଇମେଲ କରନ୍ତୁ ନଚେତ୍‌ ନିମ୍ନରେ ଦିଆଯାଇଥିବା ଠିକଣାରେ ଡାକ ମାଧ୍ୟମରେ ପଠାନ୍ତୁ

ଇ ମେଲ-dpcrhqer@aai.aero
ପୋଷ୍ଟାଲ ଠିକଣା-DPC Cell, Department of HRM, Regional Headquarters (Eastern Region), Kolkata
ପ୍ରାର୍ଥୀଙ୍କ ଯୋଗ୍ୟତା
୧-ସିନିଅର ଆସିଷ୍ଟାଣ୍ଟ ଅପରେଶନ- ଇଚ୍ଛୁକ ପ୍ରାର୍ଥୀ LMV ଲାଇସେନ୍ସରେ ଗ୍ରାଜୁଏସନ କରିଥିବେ। ମ୍ୟାନେଜମେଣ୍ଟରେ ଡିପ୍ଲୋମା କରିଥିବା ବ୍ୟକ୍ତିଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ
୨-ସିନିଅର ଆସିଷ୍ଟାଣ୍ଟ ଫାଇନାନ୍ସ- B.Com ଡିଗ୍ରୀ ସହ ୩ରୁ ୬ ମାସ କମ୍ପ୍ୟୁଟ ଟ୍ରେନିଂ ନେଇଥିବେ
୩-ସିନିଆର ଆସିଷ୍ଟାଣ୍ଟ ଇଲେକ୍ଟ୍ରୋନିକ୍ସ-ପ୍ରାର୍ଥୀ ଇଲେକ୍ଟ୍ରୋନିକ/ଟେଲିକମ୍ୟୁନିକେଶନ/ରେଡିଓ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବେ