Advertisment

ଭାଇରାଲ ହେଲା ଫିଲ୍ମ ରମ୍ବୋ ୩ର ସିନ୍ ,ପସନ୍ଦ କଲେ ଦର୍ଶକ

ଲୋକପ୍ରିୟ ହଲିଉଡ ଫିଲ୍ମର ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ଭାବରେ ଭାଇରାଲ ହେବାରେ ଲାଗିଛି । ଏହି ଫିଲ୍ମଟି ଆଫଗାନିସ୍ତାନର ମୁଜାହିଦ୍ଧିନ ଯୁଦ୍ଧ ବିମାନ ଉପରେ ଆଧାରିତ । ବର୍ତ୍ତମାନ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସମଗ୍ର ଦେଶର ପରିସ୍ଥିତି ବିଗିଡି ଯାଇଛି,କିନ୍ତୁ ଏହି ସମୟରେ ଏକ ଫିଲ୍ମର ଭିଡିଓ ସୋସିଆଲ ମିଡିଆରେ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
rambo 3

rambo 3

ଲୋକପ୍ରିୟ ହଲିଉଡ ଫିଲ୍ମର ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ଭାବରେ ଭାଇରାଲ ହେବାରେ ଲାଗିଛି । ଏହି ଫିଲ୍ମଟି ଆଫଗାନିସ୍ତାନର ମୁଜାହିଦ୍ଧିନ ଯୁଦ୍ଧ ବିମାନ ଉପରେ ଆଧାରିତ । ବର୍ତ୍ତମାନ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସମଗ୍ର ଦେଶର ପରିସ୍ଥିତି ବିଗିଡି ଯାଇଛି,କିନ୍ତୁ ଏହି ସମୟରେ ଏକ ଫିଲ୍ମର ଭିଡିଓ ସୋସିଆଲ ମିଡିଆରେ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଫିଲ୍ମଟି ହେଉଛି ସିଲଭେଷ୍ଟର ଷ୍ଟାଲୋନଙ୍କ ୧୯୮୮ ମହିହାର ଚଳଚ୍ଚିତ୍ର ‘ରାମ୍ବୋ-୩ । ଏହି ଫିଲ୍ମଟି ଏକ ଆକ୍ସନଧର୍ମୀ ଫିଲ୍ମ ଥିଲା। ଏଥିରେ ଫିଲ୍ମର ହିରୋ ଜନ୍ ରାମ୍ବୋ ଆଫଗାନିସ୍ତାନ-ସୋଭିଏତ୍ ଯୁଦ୍ଧ ମଧ୍ୟରେ ନିଜ ସାଙ୍ଗ ତଥା କମାଣ୍ଡର କର୍ଣ୍ଣେଲ ସାମ ଟ୍ରଟମ୍ୟାନକୁ ଉଦ୍ଧାର କରିବାକୁ ଆଫଗାନିସ୍ତାନ ଯାଇଥିଲେ। ଭାଇରାଲ ହେଉଥିବା ଭିଡିଓରେ ଜାଇସେନ ତଥା ମାର୍କ ଡି ଜୋଙ୍ଗେ ଓ କର୍ଣ୍ଣେଲ ଟ୍ରଟ୍‌ମ୍ୟାନ୍‌ ତଥା ରିଚାର୍ଡ କ୍ରେନାଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଏଥିରେ ସ୍ୱାଧୀନତା ନାଁ ରେ ଯୁଦ୍ଧ ଆରମ୍ଭ କରିବା କେତେ ମୁର୍ଖାମୀର କାମ ବୋଲି ଚ୍ରଟମ୍ୟାନ ଜାଇସେନଙ୍କୁ ଚେତାବନୀ ଦେଇ କହିଛନ୍ତି।

Advertisment

ସୂଚନା ଅନୁସାରେ ଭିଡିଓର ଶେଷ ଭାଗରେ ଲେଖା ଅଛି ଯେ ଏହି ଫିଲ୍ମଟି ସାହାସୀ ମୁଜାହିଦ୍ଦିନ ଯୁଦ୍ଧବିମାନ ପାଇଁ ଉତ୍ସର୍ଗୀକୃତ ହୋଇଛି। କିନ୍ତୁ ପରବର୍ତ୍ତୀ ସମୟରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ଆକ୍ରମଣ ପରେ ଆଫଗାନିସ୍ତାନ ଓ ମୁଜାହିଦ୍ଦିନ ପ୍ରତି ଆମେରିକାର ମନୋଭାବ ବଦଳି ଯାଇଥିଲା । ଏହା ପରେ ଏହି ଫିଲ୍ମଟି ପ୍ରଥମେ ମୁଜାହିଦ୍ଦିନ ଯୁଦ୍ଧବିମାନ ପାଇଁ ଉତ୍ସର୍ଗ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଆଫଗାନିସ୍ତାନର ସାହସୀ ଲୋକମାନଙ୍କ ପ୍ରତି ଏହାକୁ ଉତ୍ସର୍ଗ କରାଯାଇଛି ।

Mumbai Entertainment News
Advertisment
Advertisment