• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଭଗବାନ କୃଷ୍ଣଙ୍କର ପୁରା ଜୀବନ ମାନବ ସମାଜକୁ ଦିଗ ଦେଖାଇଥାଏ ।

  • ତାଙ୍କର ପ୍ରତ୍ୟେକ କାର୍ଯ୍ୟ କୌଣସି ନା କୌଣସି ଉଦ୍ଦେଶ୍ୟ ଜନିତ ହୋଇଥାଏ ।

  • ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତ୍ୟେକ କଥା, ମାନବ ଜୀବନର ଦିଗ ଉପରେ ଆଧାରିତ ।

ଭଗବାନ କୃଷ୍ଣଙ୍କର ପୁରା ଜୀବନ ମାନବ ସମାଜକୁ ଦିଗ ଦେଖାଇଥାଏ । ତାଙ୍କର ପ୍ରତ୍ୟେକ କାର୍ଯ୍ୟ କୌଣସି ନା କୌଣସି ଉଦ୍ଦେଶ୍ୟ ଜନିତ ହୋଇଥାଏ । ଏହିପରି ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତ୍ୟେକ କଥା, ମାନବ ଜୀବନର ସମସ୍ତ ଦିଗ ଉପରେ ଆଧାରିତ । ଏଥିପାଇଁ ସନାତନ ସଂସ୍କୃତିକୁ ମାନୁଥିବା ପ୍ରତ୍ୟେକ ଘରେ ତାଙ୍କର ପୂଜା କରାଯାଏ । ଶ୍ରୀକୃଷ୍ଣଙ୍କୁ ଘରେ ରଖିବା ଅତ୍ୟନ୍ତ ଶୁଭ ଦାୟକ ବୋଲି ବିଶ୍ୱାସ କରାଯାଏ । ଆସନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କ ପ୍ରତୀକ ଏବଂ ତାଙ୍କର ମହତ୍ୱ ।

ବଂଶୀ

ଶ୍ରୀକୃଷ୍ଣ ବଂଶୀକୁ ବହୁତ ଭଲ ପାଆନ୍ତି । ସେଥିପାଇଁ ତାଙ୍କୁ ଶ୍ରଦ୍ଧାରେ ମୁରଲିଧର ବୋଲି ମଧ୍ୟ କୁହାଯାଏ । ଏକ ବାଦ୍ୟଯନ୍ତ୍ର ଭାବରେ, ବଂଶୀର ଶ୍ୱର ଅତ୍ୟନ୍ତ ସୁମଧୁର । ଏହା ଆମକୁ ବାର୍ତ୍ତା ଦେଇଥାଏ ଯେ, ଆମ ଜୀବନ ମଧ୍ୟ ବଂଶୀ ପରି ସୁମଧୁର ଏବଂ ସୁରିଲା ହେବା ଉଚିତ୍ । ଜୀବନରେ କୌଣସି ବି ପରିସ୍ଥିତିରେ ମଣିଷ ନିଜେ ଖୁସି ହେବା ସହ ଅନ୍ୟକୁ ଖୁସି ଦେବା ଉଚିତ୍ ।

ମାଖନ୍ ମିଶ୍ରୀ

କହ୍ନାକୁ ଲହୁଣୀ ବହୁତ ପସନ୍ଦ ଥିଲା ।  ଗୋପୀମାନଙ୍କଠାରୁ ଲହୁଣୀ ଚୋରି କରି ଖାଇବା ଦ୍ୱାରା ତାଙ୍କୁ ମାଖନଚୋର ମଧ୍ୟ କୁହାଗଲା । ଭଗବାନ ବାଲମୁକୁନ୍ଦଙ୍କୁ ମଧ୍ୟ ମାଖନ ମିଶ୍ରୀ ବହୁତ ପସନ୍ଦ । ଯେତେବେଳେ ଲହୁଣୀ ଏବଂ ଚିନିକୁ ଏକାଠି କରାଯାଏ ସେତେବେଳେ ଏହାର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ । ଆମ ଜୀବନ ମଧ୍ୟ ମାଖନ୍ ମିଶ୍ରୀ ଭଳି ମିଳାମିଶା କରି ସମସ୍ତଙ୍କ ମଧ୍ୟରେ ଖୁସିରେ ଅତିବାହିତ କରିବା ଉଚିତ୍ ।

ମୟୂରପୁଚ୍ଛ

ମୟୂରପୁଚ୍ଛ ମଧ୍ୟ ଶ୍ରୀକୃଷ୍ଣଙ୍କୁ ବହୁତ ସୁନ୍ଦର ଲାଗେ । ସେଥିପାଇଁ ସେ ଏହାକୁ ମଥାରେ ତଥା ମୁକୁଟରେ ସବୁବେଳେ ଲଗାଇଥାନ୍ତି । ଧର୍ମ ଶାସ୍ତ୍ରରେ ମୟୂରପୁଚ୍ଛର ଅନେକ ମହତ୍ତ୍ୱ ବିଷୟରେ କୁହାଯାଇଛି । ଏହା ଜୀବନରେ ଦୁଃଖକୁ ହ୍ରାସ କରି ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିଥାଏ ।

ପଦ୍ମ

ଶାସ୍ତ୍ରରେ ପଦ୍ମ ଫୁଲକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । କାଦୁଅରୁ ଜାତ ହୋଇଥିଲେ ମଧ୍ୟ ସେ ନିଜର ପବିତ୍ରତା ବଜାୟ ରଖିଥାଏ । ଏହାସହ ନିଜର ଶୁଦ୍ଧତା, ସୌନ୍ଦର୍ଯ୍ୟ ଏବଂ କୋମଳତା ମଧ୍ୟ ସେ ଛାଡ଼ି ନଥାଏ । ସେହିଭଳି ମଣିଷ ଯେତେ ଖରାପ ସ୍ଥାନରୁ ଆସିଲେ ମଧ୍ୟ ନିଜର ସୁଦ୍ଧତା, ସଚ୍ଚୋଟତା ଏବଂ ସୌନ୍ଦର୍ଯ୍ୟତା ବଜାୟ ରଖିବା ଉଚିତ୍ ।

ବୈଜୟନ୍ତୀ ହାର

ମୁରଲୀ ମନୋହର ବେକରେ ସବୁବେଳେ ବୈଜୟନ୍ତୀ ମାଳା ପରିଧାନ କରିଥାନ୍ତି । କମଳା ମଞ୍ଜିକୁ ପେଶି ଏହି ମାଳା ପ୍ରସ୍ତୁତ କରାଯାଇଥାଏ । ପଦ୍ମ ଫୁଲର ମଞ୍ଜି ବହୁତ କଠିନ ହୋଇଥାଏ । ବୈଜୟନ୍ତୀ ମାଳା ଆମକୁ ଜୀବନରେ ଏହି ଶିକ୍ଷା ଦେଇଥାଏ ଯେ, ଯେତେ କଠିନ ରାସ୍ତା ହୋଇଥାଉ ନା କାହିଁକି, ନିଜର ଦୃଢ଼ ନିଷ୍ପତି ଜୀବନର ରାହାକୁ ସହଜ କରିଥାଏ ।

ସନାତନ ସଂସ୍କୃତିର ଗାଈକୁ ସବୁଠାରୁ ପବିତ୍ର ଜୀବ ବୋଲି ବିବେଚନା କରାଯାଏ । ପଞ୍ଚାର୍ଘ୍ୟ ଅର୍ଥାତ୍‌ ଗାଈ ଦୁଗ୍ଧ, ଗାଈ ଦହି,ଗୋମୂତ୍ର, ଗାଈ ଘିଅ ଏବଂ ଗୋବରକୁ ଧର୍ମ ଶାସ୍ତ୍ରରେ ଅନେକ ଗୁରୁତ୍ୱ ଦିଆଯାଇଥାଏ । ଗାଈର ସେବା କରିବା ଦ୍ୱାରା ଜୀବନରେ ଦୁଃଖ ହ୍ରାସ ହୋଇଥାଏ ଓ ସମୃଦ୍ଧି ହୋଇଥାଏ ।