Advertisment

ଆପଣଙ୍କ ପାଖରେ ଏପରି ୫ ଟଙ୍କିଆ ଓ ୧୦ ଟଙ୍କିଆ କଏନ ଅଛି କି ? ହୋଇପାରନ୍ତି ଲକ୍ଷପତି

ଆପଣଙ୍କୁ ପୁରୁଣା ଜିନିଷ ସଂଗ୍ରହ କରିବାକୁ ଭଲ ଲାଗେ କି ? ଆପଣଙ୍କ ପାଖରେ ପୁରୁଣା କଏନ ଅଛି କି ? ତା’ହେଲେ ହୁଏତଏହା ଆପଣଙ୍କ ପାଇଁ ଏକ ଖୁସି ଖବର। କାରଣ ପୁରୁଣା କଏନକୁ ବିକ୍ରି କରି ଆପଣ ଏବେ ଲକ୍ଷପତି ହୋଇପାରନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Rs 5 And Rs 10 old Coins

Rs 5 And Rs 10 old Coins

ଆପଣଙ୍କୁ ପୁରୁଣା ଜିନିଷ ସଂଗ୍ରହ କରିବାକୁ ଭଲ ଲାଗେ କି ? ଆପଣଙ୍କ ପାଖରେ ପୁରୁଣା କଏନ ଅଛି କି ? ତା’ହେଲେ ହୁଏତଏହା ଆପଣଙ୍କ ପାଇଁ ଏକ ଖୁସି ଖବର। କାରଣ ପୁରୁଣା କଏନକୁ ବିକ୍ରି କରି ଆପଣ ଏବେ ଲକ୍ଷପତି ହୋଇପାରନ୍ତି। ଏହା ଶୁଣିଲା ପରେ ହୁଏତ ଆପଣ ଏହାକୁ ଗୁଜବ ବୋଲି କହିବେ। ହେଲେ ଘଟଣାଟି ସତ। ଏମିତି କିଛି ୱେବ୍‌ସାଇଟ୍‌ ଅଛି, ଯେଉଁଠି ପୁରୁଣା କଏନକୁ ବିକ୍ରି କରି ଆପଣ ଲକ୍ଷପତି ହୋଇପାରିବେ। ମାତା ବୈଷ୍ଣୋ ଦେବୀଙ୍କ ଖୋଦିତ ପ୍ରତିଛବି ଥିବା ୫ ଟଙ୍କିଆ ଓ ୧୦ ଟଙ୍କିଆ କଏନକୁ ବିକ୍ରି କରି ଆପଣ ଲକ୍ଷପତି ହୋଇପାରିବେ। 

Advertisment

୨୦୦୨ରେ ପ୍ରଥମଥର ପାଇଁ ଶ୍ରୀ ମାତା ବୈଷ୍ଣୋ ଦେବୀ ଶ୍ରାଇନ୍‌ ବୋର୍ଡ ପକ୍ଷରୁ ଏଭଳି କିଛି କଏନ୍‌ ରିଲିଜ୍‌ କରାଯାଇଥିଲା। ହେଲେ ଏବେ ଏହି କଏନର ଚାହିଦା ବେଶ୍‌ ଅଧିକ। DNAର ଏକ ରିପୋର୍ଟ ଅନୁସାରେ, ଏହିସବୁ କଏନକୁ ବିକ୍ରି କରି ଜଣେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଅନେକ ଇ-କମର୍ସିଆଲ୍‌ ପ୍ଲାଟଫର୍ମ ଅଛି, ଯେଉଁଠାରେ ଏପରି ମୁଦ୍ରା ଗୁଡ଼ିକୁ ନିଲାମ କରାଯାଇ ପାରିବ ଏବଂ ଅନେକ ବିଡର ନିଲାମରେ ମଧ୍ୟ ଅଂଶଗ୍ରହଣ କରିପାରିବେ। ଏଥିପାଇଁ ଆପଣଙ୍କୁ ଇ-କମର୍ସ ଟ୍ରେଡିଂ ୱେବ୍‌ସାଇଟ୍‌ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଏହାପରେ ପୁରୁଣା କଏନର ସାମ୍ନା ଓ ପଛପଟର ଫଟୋ ଅପଲୋଡ୍‌ କରିବାକୁ ପଡ଼ିବ। ଏହାସହ ଆପଣ ନିଜର ଠିକଣା, ମୋବାଇଲ୍‌ ନମ୍ବର ଓ ଇ-ମେଲ୍‌ ଦେବେ। 

  • ଇଣ୍ଡିଆ ମାର୍ଟ: https://dir.indiamart.com/impcat/old-coins.html
  • ଜେଜେ କଲେକ୍ସନ: https://indiancurrencies.com/
  • ପିଣ୍ଟରସେଟ୍‌: https://in.pinterest.com/080841052o/sell-old-coins/.... ଏହିସବୁ ୱେବ୍‌ସାଇଟ୍‌କୁ ଯାଇ ଆପଣ ପୁରୁଣା କଏନ ବିକ୍ରି କରିପାରିବେ। 
Advertisment

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅନ୍‌ଲାଇନ୍‌ରେ ପୁରୁଣା କଏନ୍‌ ଓ ନୋଟ୍‌ କ୍ରୟ ଏବଂ ବିକ୍ରୟକୁ ନେଇ Reserve Bank of India (RBI) ନିକଟରେ ସତର୍କ ସୂଚନା ଜାରି କରିଥିଲା। କିଛି ଜିନିଷକୁ ଜାଲିଆତି କରାଯାଇ RBIର ଲୋଗୋ ଓ ନାଁ ବ୍ୟବହାର କରି ଲୋକଙ୍କଠୁ କମିଶନ/ଟ୍ୟାକ୍ସ ଆଦି ମଗା ଯାଉଥିବା ଘଟଣା ସାମ୍ନାକୁ ଆସିବା ପରେ RBI ଏହି ସତର୍କ ସୂଚନା ଜାରି କରିଥିଲା। ତେଣୁ ଅଫ୍‌ଲାଇନ୍‌/ଅନ୍‌ଲାଇନ୍‌ରେ ପୁରୁଣା ବ୍ୟାଙ୍କ୍‌ ନୋଟ୍‌ ଓ କଏନ୍‌ କ୍ରୟ ଏବଂ ବିକ୍ରୟ ସହ ଜଡ଼ିତ ଘଟଣାକୁ ନେଇ ସତର୍କ ରହିବାକୁ RBI ଏକ ବିବୃତିରେ କହିଛି। 

Old Coins Coins 5 Rupees Coin 10 Rupees Coins Coin Bidding Vaishno Devi
Advertisment
Advertisment