Advertisment

ଜେଲ୍ ଗଲେ ପିଣ୍ଟୁ ଦାସ Aiimsରେ ଭର୍ତ୍ତି ହେଲେ ପ୍ରଦୀପ, ପଞ୍ଜରାରେ ଲାଗିଛି ଆଘାତ

ବ୍ରହ୍ମପୁର ଏମକେସିଜି ମେଡିକାଲରେ ରୁଣ୍ଡ ହୋଇଥିଲେ ପ୍ରଦୀପଙ୍କ ଶତାଧିକ ସମର୍ଥକ । ଭିତରେ ପ୍ରଦୀପଙ୍କ ଚିକିତ୍ସା ଚାଲିଥିବା ବେଳେ ବାହାରେ ପିଣ୍ଟୁଙ୍କ ଗିରଫ ଦାବିରେ କରିଥିଲେ ନାରାବାଜି। ଗୋଷାଣିନୂଆଗଁ ଥାନା ଆଗରେ ପିଣ୍ଟୁଙ୍କ ସମର୍ଥକ ବି ତାଙ୍କ ନେତାଙ୍କୁ ଛାଡ଼ିବା ଦାବିରେ ଗହଳି କରିଥିଲେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Pradeep Panigrahi

ସୋମବାର, ରାତି ପ୍ରାୟ ୮ଟା । ଗୋଷାଣୀ ନୂଆଗାଁ, ବ୍ରହ୍ମପୁର ମତଦାନ କେନ୍ଦ୍ର ଆଗରେ ଠିଆ ହୋଇଥିଲା ପୋଲିଂ ଅଧିକାରୀଙ୍କ ଗାଡ଼ି । ତା’ସାମ୍ନାରେ ଚାଲିଥିଲା ଆଲୋଚନା। ଇଭିଏମ୍ ଠିକରେ ସିଲ୍ ହୋଇଛି କି ନାହିଁ, ସେନେଇ ଅଧିକାରୀଙ୍କୁ ପଚାରି ବୁଝୁଥିଲେ ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ପାଖରେ କେନ୍ଦ୍ରୀୟ ଫୋର୍ସ, ସ୍ଥାନୀୟ ପୋଲିସ ବି ଥିଲେ ।

Advertisment

ଦେଖୁ ଦେଖୁ ସମସ୍ତଙ୍କ ସାମ୍ନାରେ ପାଖକୁ ମାଡି ଆସିଥିଲେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଓରଫ୍ ପିଣ୍ଟୁ ଦାସ। ଉଭୟଙ୍କ ମଧ୍ୟରେ କିଛି କ୍ଷଣ ବଚସା ହେବା ଭିତରେ ପ୍ରଦୀପଙ୍କ ଉପରେ ହଠାତ୍ ଆକ୍ରମଣ କରିଦେଇଥିଲେ ପିଣ୍ଟୁ । ତଳେ ପଡ଼ି ଯାଇଥିଲେ ପ୍ରଦୀପ। ପାଖରେ ଥିବା ପୋଲିସ ପିଣ୍ଟୁଙ୍କୁ କାବୁ କରି ତୁରନ୍ତ ଥାନାକୁ ନେଇଥିଲା।

ସେପଟେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ରୁଣ୍ଡ ହୋଇଥିଲେ ପ୍ରଦୀପଙ୍କ ଶତାଧିକ ସମର୍ଥକ । ଭିତରେ ପ୍ରଦୀପଙ୍କ ଚିକିତ୍ସାଚାଲିଥିବା ବେଳେ ବାହାରେ ପିଣ୍ଟୁଙ୍କ ଗିରଫ ଦାବିରେ କରିଥିଲେ ନାରାବାଜି।ଗୋଷାଣିନୂଆଗଁ ଥାନା ଆଗରେ ପିଣ୍ଟୁଙ୍କ ସମର୍ଥକ ବି ତାଙ୍କ ନେତାଙ୍କୁ ଛାଡ଼ିବା ଦାବିରେ ଗହଳି କରିଥିଲେ।

Advertisment

ଏପଟେ ପ୍ରଦୀପଙ୍କୁ ଏମକେସିଜିରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ପ୍ରଦୀପଙ୍କ ସ୍କାନିଂ, ଏକ୍ସରେ ଏବଂ ଏମଆରଆଇ କରାଯାଇଛି। ତାଙ୍କ ପଞ୍ଜରା ହାଡ଼ରେ ଲାଗିଛି ଆଘାତ। ବେକରେ ବି ମାଡ଼ ହୋଇଛି। ସେ କଥା କହିବାରେ କଷ୍ଟ ଅନୁଭବ କରୁଥିବା ପ୍ରଦୀପଙ୍କ ପତ୍ନୀ ସୁଜାତା ସୂଚନା ଦେଇଛନ୍ତି। ତାସହିତ ସ୍ୱାମୀଙ୍କ ଉପରେ ଆକ୍ରମଣକୁ ନେଇ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ସୁଜାତା। କହିଛନ୍ତି, ହାରିବା ଭୟରେ ସେମାନେ ତାଟିଆ କାମୁଡିବା ଆରମ୍ଭ କରିଛନ୍ତି। ତେବେ ସୁଜାତା ବିଜେଡି ଆଡ଼କୁ ଦୋଷାରୋପ କରିଥିବା ବେଳେ ଶାସକ ଦଳର ପ୍ରତିକ୍ରିୟା ମିଳିପାରିନାହିଁ।

ଏଣେପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଗିରଫ ହୋଇଛନ୍ତି ପିଣ୍ଟୁ ଦାସ। ଗତକାଲିଠାରୁ ପୋଲିସ ତାଙ୍କୁ ଅଟକ ରଖିଥିଲା। ଆଜି ଜାମିନ ନାମଞ୍ଜୁର ହେବାରୁ ପିଣ୍ଟୁଙ୍କୁ ଜେଲ୍ ପଠାଇ ଦିଆଯାଇଛି। ପିଣ୍ଟୁଙ୍କ ବିରୋଧରେ ଲାଗିଛି ହତ୍ୟା ଉଦ୍ୟମ ଦଫା। ରାଜ୍ୟରେ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ହଟ୍ ସିଟ୍ ବ୍ରହ୍ମପୁରରେ ଘଟିଥିବା ହିଂସାକୁ ନେଇ ଜୋର୍ ଧରିଛି ରାଜନୀତି।

BJD BJP Congress Odisha Politics General Election 2024
Advertisment
Advertisment