Advertisment

ନିର୍ବାଚନୀ ହିଂସା: ଗଞ୍ଜାମ ଯିବେ ଅତିରିକ୍ତ ୨୦ କମ୍ପାନୀ CAPF

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଞ୍ଜାମରେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବା ପାଇଁ ଅନୁମୋଦନ ଦେଇଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
CRPF To Be Deployed In Ganjam For Election

CAPF

ଆସନ୍ତା ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ଅତିରିକ୍ତ ୨୦ କମ୍ପାନୀ ସେଣ୍ଟ୍ରାଲ୍ ଆର୍ମଡ ପୋଲିସ ଫୋର୍ସ । ଜିଲ୍ଲାରେ ଯେପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇପାରିବ, ସେଥିପାଇଁ ଏହି ଫୋର୍ସକୁ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ ଗୁଡ଼ିକରେ ମୁତୟନ କରିବାକୁ ଗଞ୍ଜାମ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ରିଜର୍ଭ ଫୋର୍ସ କିମ୍ବା ଷ୍ଟାଇକିଂ ଫୋର୍ସ ଭାବେ ମୁତୟନ କରିବାକୁ ବାରଣ କରିଛନ୍ତି CEO।

Advertisment

ଗଞ୍ଜାମରେ ରାଜନୈତିକ ହିଂସା ବୃଦ୍ଧି ପାଇବା ପରେ ଆସନ୍ତା ୨୦ରେ ହେବାକୁ ଥିବା ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଞ୍ଜାମରେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବା ପାଇଁ ଅନୁମୋଦନ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଅଶାନ୍ତ ବଲାଙ୍ଗିର; ୨ବିଜେପି କର୍ମୀଙ୍କୁ ଅପହରଣ ଅଭିଯୋଗ

ସୂଚନା ଅନୁସାରେ ଭୋଟ୍ ପୂର୍ବରୁ ଖଲ୍ଲିକୋଟରେ ଗଡ଼ିଛି ବିଜେପି କର୍ମୀଙ୍କ ମୁଣ୍ଡ । ବ୍ୟାନର ମରାକୁ କେନ୍ଦ୍ର କରି ଜଣେ ବିଜେପି କର୍ମୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ବୁଧବାର, ରାତି ପ୍ରାୟ ୮ଟା । ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପିର ବ୍ୟାନର୍ ଲଗାଇବାକୁ କେନ୍ଦ୍ର କରି ଉପୁଜିଥିଲା ତୁମୁଳକାଣ୍ଡ । ବାଇକରେ ୧୦ରୁ ଅଧିକ ବିଜେଡି କର୍ମୀ ଆସି ବିଜେପି କର୍ମୀ ଦିଲୀପ ପାହାଣଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡର ପୂର୍ବଦିନ ବ୍ୟାନର ମରାକୁ ନେଇ ଧମକ ଦିଆଯାଇଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଦିଲୀପ । କିନ୍ତୁ, ପୋଲିସ କୌଣସି ଆକ୍ସନ ନେଇ ନ ଥିବା ଅଭିଯୋଗ ହୋଇଛି । ୨ ମାସ ତଳେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ଦିଲୀପ । ବିଜେଡିରେ ଥାଇ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ଦିଲୀପ କୁଆଡ଼େ ବିରୋଧ କରିଆସୁଥିଲେ । ଏପରିକି ସୂର୍ଯ୍ୟମଣିଙ୍କ ବଦଳରେ ଅନ୍ୟ କାହାକୁ ଟିକଟ ଦେବାକୁ ନବୀନ ନିବାସ ଆସି ଦାବି କରିଥିଲେ ।

Advertisment

ଦିଲୀପ ପାହାଣ ନାମକ ଜଣେ ବିଜେପି କର୍ମୀଙ୍କୁ ହତ୍ୟା ପରଠୁ ଲାଗିରହିଥିଲା ଉତ୍ତେଜନାମୂଳକ ସ୍ଥିତି। ରାଜନୈତିକ ହତ୍ୟା ପରେ ଏବେ ରଣକ୍ଷେତ୍ର ପାଲଟିଛି ଇଲାକା । ମୃତକଙ୍କ ସଂପର୍କୀୟ ଓ ସମର୍ଥକ ଉତ୍ତ୍ୟକ୍ତ ହୋଇ କେଉଁଠି ରାସ୍ତାରୋକ କରିଛନ୍ତି  ତ ଆଉ କେହି ଥାନାକୁ ଘେରିଛନ୍ତି । ତେଣେ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିବା ସମୟରେ ପୋଲିସ ଗାଡ଼ି ଉପରକୁ ପଥର ସହ ପାଣି ବୋତଲ ମାଡ଼ ହୋଇଛି। ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ପୋଲିସ ବି ଥାନା ସାମ୍ନାରେ ରଖାଯାଇଥିବା ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା କରିଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡ଼ିକୁ ବି ପଥରରେ ଛେଚି ଭାଙ୍ଗୁଥିବା ଦେଖିବାକୁ ମିଳିଛି । ଶେଷରେ ଖଲ୍ଲିକୋଟ ଥାନା ନିକଟରେ ୧୪୪ ଧାରା ଜାରି ପରେ ସ୍ଥିତି ନିୟନ୍ତ୍ରଣାଧିନ ଥିବା ସୂଚନା ମିଳିଛି ।

ତେବେ ଏହି ହତ୍ୟାକାଣ୍ଡ ପଛରେ ଦିବଂଗତ ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ପୁତୁରା ସାକେତ ରାମାରାଓଙ୍କ ଆଡ଼କୁ ଇଙ୍ଗିତ କରିଛି ବିଜେପି । ବିଜେପିର ଲୋକସଭା ସଂଯୋଜକ ଯଜ୍ଞ ନାରାୟଣ ଦାଶଙ୍କ କହିବା କଥା, ରାତିରେ ରାଣୀଙ୍କ ବଙ୍ଗଳାରେ ଭୋଜିଭାତ ଚାଲିଥିଲା। ସେଠାରେ ଷଡ଼ଯନ୍ତ୍ର ରଚି ବିଜେପି କର୍ମୀଙ୍କୁ ହମଲା କରାଯାଇଥିଲା। ତେବେ ଅଭିଯୋଗ ନେଇ ସାକେତ ରାମାରାଓଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ: ରକ୍ତରଂଜିତ ହେଲା ନିର୍ବାଚନୀ ରାଜନୀତି, ଖଲ୍ଲିକୋଟରେ ଗଡ଼ିଲା ବିଜେପି କର୍ମୀଙ୍କ ମୁଣ୍ଡ

Odisha Election CAPF General Elections 2024
Advertisment
Advertisment