Advertisment

କବିସୂର୍ଯ୍ୟନଗରରେ ବର୍ଷିଲେ ହିମନ୍ତ; ‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି, ଜଗନ୍ନାଥଙ୍କ ଅଭିଶାପ ପଡ଼ିବ’

ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ଲୁଚାଇଛନ୍ତି। କମିଶନ ତଦନ୍ତ କଲେ, ଏବେବି ତଦନ୍ତ ସରୁନି। ୧୦ ଜୁନ୍ ପୂର୍ବରୁ ସେ ଚାବି ଫେରାନ୍ତୁ, ନହେଲେ ଆମେ ଖୋଜି ବାହାର କରିବୁ ।

author-image
Sonali Ojha
ଅଦ୍ୟତନ ହୋଇଛି
Himanta Biswa Sarma Slams BJD Govt

Himanta Biswa Sarma

କବିସୂର୍ଯ୍ୟନଗରରେ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ବିଜେପି ପ୍ରଚାର ସଭାରେ ଓଡ଼ିଆରୁ ଭାଷଣ ଆରମ୍ଭ କରିଛନ୍ତି। ସାଧାରଣ ସଭାରେ ବିଜେଡି ଓ ପାଣ୍ଡିଆନ୍‌ଙ୍କୁ ସିଧାସଳଖ ଟାର୍ଗେଟ୍‌ କରିବା ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗଠାରୁ ଆରମ୍ଭ କରି ରାସନ ଚାଉଳ ଯାଏ ସବୁ ପ୍ରସଙ୍ଗ ଉଠାଇ ଜବାବ ମାଗିଲେ।

Advertisment

 ଗତକାଲି ଭଳି ଆଜି ମଧ୍ୟ ସଭାରେ ରତ୍ନଭଣ୍ଡାର ଚାବି ହଜିବା ନେଇ ବର୍ଷିଛନ୍ତି ହିମନ୍ତ ବିଶ୍ୱଶର୍ମା। ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ୍। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ହିମନ୍ତ ସିଧାସଳଖ ନିଶାନା କରି କହିଛନ୍ତି, ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ଲୁଚାଇଛନ୍ତି। କମିଶନ ତଦନ୍ତ କଲେ, ଏବେବି ତଦନ୍ତ ସରୁନି। ୧୦ ଜୁନ୍ ପୂର୍ବରୁ ସେ ଚାବି ଫେରାନ୍ତୁ, ନହେଲେ ଆମେ ଖୋଜି ବାହାର କରିବୁ । ଓଡ଼ିଶାରେ ଯଦି ଜଗନ୍ନାଥଙ୍କ ଚାବି ହଜିଯାଉଛି ତେବେ ପୃଥିବୀରେ ଆମେ ସବୁକିଛି ହରାଇ ଦେବା। ରତ୍ନ ଭଣ୍ଡାର ଚାବି କେଉଁଠି ଅଛି ପାଣ୍ଡିଆନ୍‌ ଜାଣିଛନ୍ତି। ଓଡ଼ିଶାବାସୀଙ୍କ ବିଶ୍ୱାସ ସହ ଖେଳନ୍ତୁ ନାହିଁ। ଚାବି ନଦେଲେ ଜଗନ୍ନାଥଙ୍କ ଅଭିଶାପ ନେଇ ସାରା ଜୀବନ କାଟିବାକୁ ହେବ ବୋଲି କହିଲେ ହିମନ୍ତ।

ଅଧିକ ପଢ଼ନ୍ତୁ: ଓଡ଼ିଶାରୁ ଲୁଟ୍‌ ହେଉଛି ଖଣି ଖାଦାନ: ମଲ୍ଲିକାର୍ଜୁନ ଖଡଗେ

ସେହିପରି ଛତିଶଗଡ଼ରେ ବିଜେପି ସରକାର ଅଛି। ସେଠାରେ ଅନେକ ସୁବିଧା ମିଳୁଛି। ଛତିଶଗଡ଼ରେ ଧାନପ୍ରତି କୁଇଣ୍ଟାଲ ୩୧୦୦ଟଙ୍କା, ମାତ୍ର ଓଡ଼ିଶାରେ ୨୧୦୦ଟଙ୍କା । ଏହା ସହ ଓଡ଼ିଶାରେ କଟନିଛଟଣି କରାଯାଉଛି। ବିଜେପି ଯଦି ସେଠାରେ ଏତେ ଟଙ୍କା ଦେଉଛି ତେବେ ବିଜେଡି କାହିଁକି ଦେଉନି ବୋଲି ପ୍ରଶ୍ନ କରିଛନ୍ତି ହିମନ୍ତ। ସଭାରେ ହିମନ୍ତ ବିଜେଡିର ଏକ୍ସପାରୀ ଡେଟ୍ ଜୁନ ୪ ବୋଲି ପୁଣି ଥରେ ଦୋହରାଇଛନ୍ତି। ବିଜେପି ସରକାର ଆସିବାର ମାସକରେ ଧାନପ୍ରତି କୁଇଣ୍ଟାଲ ୩୧୦୦ଟଙ୍କା କରାଯିବ। ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ଦେଉଛି ବେଜେପି।

Advertisment

ଆସାମ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ବିଜେପି ସରକାର ଅଛି। ମହିଳାଙ୍କ ଆକାଉଣ୍ଟରେ ପ୍ରତିମାସରେ ୧୨୫୦ଜମା ହେଉଛି। ମାତ୍ର ଓଡ଼ିଶାରେ କିଛି ନାହିଁ। ଓଡ଼ିଶାରେ ମୋଦି ଚାଉଳ ଦେଉଛନ୍ତି। ହେଲେ ପାଣ୍ଡଆନ୍ ୨ଟି ଲେଖାଏ ବ୍ୟାଗ୍ ଦେଲେ। ବିଜେଡି ଡାଲି ଦେବା ପରିବର୍ତ୍ତେ ବ୍ୟାଗ ଦେଇ ଭଣ୍ଡାଇଦେଲା। ସେ ବ୍ୟାଗ୍ ତାମିଲନାଡୁରେ ତିଆରି ବୋଲି ଖବରକାଗଜରେ ପଢିଥିଲି ବୋଲି କହିଛନ୍ତି ହିମନ୍ତ।

ସେହିପରି ବିଜେପି ଓଡ଼ିଶାରେ ସୁଭଦ୍ରା ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏହି ଯୋଜନାରେ ପ୍ରତି ମହିଳାଙ୍କୁ ୫୦ହଜାରର ଚେକ୍‌ ଦିଆଯିବ। ଏହି ଚେକ୍‌ ବ୍ୟାଙ୍କ୍ ରେ ଡିପୋଜିଟ୍ କରି ୨ବର୍ଷ ମଧ୍ୟରେ ଟଙ୍କା ଉଠାଇପାରିବେ। ରାମମନ୍ଦିର ନିର୍ମାଣ ସରିଛି। ହେଲେ ଏବେବି କୃଷ୍ଣ ଜନ୍ମଭୂମି ହେବା ବାକି ରହିଛି। ଜ୍ଞାନବାପୀ ମନ୍ଦିର ନିର୍ମାଣ ବି ବାକି ରହିଛି। ଏଥିପାଇଁ ବିଜେପି ସରକାର ଆସିବାର ଆବଶ୍ୟକତା ରହିଛି। ଏଥର ଜିତିଲେ POK ଭାରତରେ ମିଶିବ ବୋଲି ଏଡି ଅବସରରେ ଦୃଢ଼ୋକ୍ତି ବାଢ଼ିଛନ୍ତି ହିମନ୍ତ ବିଶ୍ୱଶର୍ମା।

ଅଧିକ ପଢ଼ନ୍ତୁ: ପୁଣି ଆଚରଣବିଧି ଉଲଂଘନ! ସରକାରୀ କର୍ମଚାରୀ BJD ପାଇଁ ପ୍ରଚାର କରୁଥିବା ଅଭିଯୋଗ

BJD BJP General Election 2024
Advertisment
Advertisment