• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ନିର୍ବାଚନୀ ହିଂସା ନେଇ ବିଜେଡିକୁ ଟାର୍ଗେଟ୍ କଲେ ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ବିଜେଡି ଯଦି ସ୍ୱଚ୍ଛ ତେବେ ଟଙ୍କା କାହିଁକି ବାଣ୍ଟୁଛି, ହିଂସା କାହିଁକି ସୃଷ୍ଟି କରୁଛି ବୋଲି ପ୍ରଶ୍ନ କରିନ୍ତି ପ୍ରଦୀପ । ୨୦୦୯ରେ ବିଜେପି ପାୱାରରୁ ଗଲା ପରେ ଏତେ ହିଂସା ହେଉ ନଥିଲା । ୨୦୧୪ ଏବଂ ୨୦୧୯ରେ ବି ହିଂସା ହୋଇ ନଥିଲା । ହେଲେ ୨୦୨୪ରେ ଗଞ୍ଜାମ ଜିଲ୍ଲା ସାରା ହିଂସା ଦେଖାଦେଇଛି ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

ସେ ଆହୁରି କହିଛନ୍ତି ଯେ, ବିଜେଡିର ଲେଖା ଛିଡ଼ି ଯାଇଛି, ଏଥର ହିଞ୍ଜିଳିରୁ ହାରୁଛନ୍ତି ନବୀନ ବାବୁ । ଏଥିସହ ସେ କହିଛନ୍ତି, ମୋତେ ଆକ୍ରମଣ ହୋଇଥିଲା ତାହା ସିସିଟିଭିରେ ସ୍ପଷ୍ଟ ହୋଇଛି କିଏ ଆକ୍ରମଣ କରିଛି । ବେଗୁନିଆ ଘଟଣାରେ ବି ସିସିଟିଭି ଦେଖାନ୍ତୁ, କାହିଁକି ଚୁପ୍ ରହିଛନ୍ତି ।

ଜଣେ ବିଧାୟକଙ୍କୁ କେଉଁ ପ୍ରମାଣ ଆଧାରରେ ଗିରଫ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। କିଛି ନିର୍ଦ୍ଦିଷ୍ଟ ଅଫିସର ଛବିକୁ ବଦ୍‌ନାମ କରୁଛନ୍ତି। ପୋଲିସର ଦାୟିତ୍ୱ ନାଗରିକଙ୍କୁ ସୁରକ୍ଷା ଦେବା। ହେଲେ ପକ୍ଷପାତିତା ହେଉଛି ବୋଲି ଅଭିଯୋଗ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ତେବେ ପ୍ରଦୀପଙ୍କ ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ଅଧିକ ପଢ଼ନ୍ତୁ: ‘ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି'

ସେପଟେ ପାଟକୁରା ସଭାରେ ପାଣ୍ଡିଆନ୍‌ଙ୍କୁ ଆଟାକ୍ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା । ସେ କହିଛନ୍ତି, ‘ଓଡ଼ିଶାରେ ଜଣେ ଲୋକ ରାଜା ମହାରାଜା ଭଳି ବସିଛି । ଓଡ଼ିଶାର ସବୁ ଚାକିରି ପାଣ୍ଡିଆନ ପାଖରେ ରହିଛି । ଓଡ଼ିଶାର ଯୁବକଙ୍କୁ କାହିଁକି ଚାକିରି ଦିଆଯାଉନି । ରତ୍ନଭଣ୍ଡାର ଚାବି ମିଳୁନାହିଁ, ତଦନ୍ତ କମିଶନ ରିପୋର୍ଟ ଚାପିଛନ୍ତି । ମୋର ବିଶ୍ୱାସ ରତ୍ନଭଣ୍ଡାର ଚାବି ପାଣ୍ଡିଆନ ଲୁଚାଇ ରଖିଛନ୍ତି । ପାଣ୍ଡିଆନ ଚାବି ପାତାଳରେ ରଖିଥିଲେ ବି ବିଜେପି ଖୋଜିଆଣିବ’ ।

‘୪ ଜୁନ୍ ପୂର୍ବରୁ ରତ୍ନଭଣ୍ଡାର ଚାବି ହାଇକୋର୍ଟରେ ଦେଇଦିଅନ୍ତୁ । ନହେଲେ ଆପଣଙ୍କ ହିସାବ ଆମେ ବରାବର କରିଦେବୁ । ଫାଇଭ୍ ଟି କହୁଛନ୍ତି, କୌଣସି ଟିମ୍ ୱାର୍କ ଅଛି କି ଓଡ଼ିଶାରେ । ଏଠାରେ କେବଳ ଗୋଟିଏ ଟିମ୍ ପାଣ୍ଡିଆନ ଓ ତାଙ୍କ ପତ୍ନୀଙ୍କ ଟିମ୍ । ଏଠି କୌଣସି କ୍ୟାବିନେଟ କି ଅଫିସରଙ୍କ ପାୱାର ନାହିଁ । ଏଠି ଗୋଟିଏ ଟି ଅଛି, ସେ ଟି’ର ନାଁ ତାମିଲନାଡୁ’ ବୋଲି କହିଛନ୍ତି ବିଶ୍ୱଶର୍ମା ।

ସେ ଆହୁରି କହିଛନ୍ତି ଯେ, ‘୧ ଟଙ୍କା ଲେଖାଏଁ ଚାନ୍ଦା କରି ପାଣ୍ଡିଆନଙ୍କ ପାଇଁ ଟିକେଟ କିଣନ୍ତୁ । ପାଣ୍ଡିଆନଙ୍କ ପାଇଁ ଟିକେଟ କିଣି ତାମିଲନାଡୁ ପଠାଇ ଦିଅନ୍ତୁ । ପାଣ୍ଡିଆନ ନବୀନ ବାବୁଙ୍କୁ ହୋଷ୍ଟେଜ ରଖିଛନ୍ତି । ନବୀନ ବାବୁଙ୍କ ମାଇକ୍ କାହିଁକି ପାଣ୍ଡିଆନ ଧରୁଛନ୍ତି । ମାଇକ୍ ଧରି ନବୀନ ବାବୁଙ୍କୁ ନଚାଉଛନ୍ତି ପାଣ୍ଡିଆନ । ନିଜ ଇସାରାରେ ନବୀନ ବାବୁଙ୍କୁ ନଚାଉଛନ୍ତି ପାଣ୍ଡିଆନ । ଯାହା ପାଣ୍ଡିଆନ କହୁଛନ୍ତି, ତାହା କରୁଛନ୍ତି ନବୀନ ବାବୁ’ ।

ଅଧିକ ପଢ଼ନ୍ତୁ: ‘ଓଡ଼ିଶାର ସବୁ ଚାକିରି ପାଣ୍ଡିଆନ୍‌ଙ୍କ ପାଖରେ, ରତ୍ନଭଣ୍ଡାର ଚାବି ବି ସେ ରଖିଛନ୍ତି’

OTV is now on Whatsapp

Join and get latest news update delivered to you via whatsapp

Join Now