• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଖଲ୍ଲିକୋଟ ରାଜନୈତିକ ହତ୍ୟାକାଣ୍ଡ ପଛରେ ଦିବଂଗତ ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ପୁତୁରା ସମ୍ପୃକ୍ତ । ଏଭଳି ଏକ ସଂଗୀନ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବିଜେପି କର୍ମୀ ତଥା ନେତା । ବିଜେପି ଲୋକସଭା ସଂଯୋଜକ ଯଜ୍ଞ ନାରାୟଣ ଦାଶଙ୍କ କହିବା ଅନୁସାରେ ଗତକାଲି ରାତିରେ ରାଣୀଙ୍କ ବଙ୍ଗଳାରେ ଭୋଜିଭାତ ଚାଲିଥିଲା । ଆଉ ସେଠାରୁ ହିଂସାକାଣ୍ଡ ଲାଗି ଯୋଜନା ହୋଇଥିଲା ।

ଭୋଜି ଭାତ ଖାଇ ସାରିବା ପରେ ସେଠାରୁ ଆସି ବିଜେପି କର୍ମୀଙ୍କ ଉପରେ ଆକମ୍ରଣ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି । ବଙ୍ଗଳାରେ ଟଙ୍କା ବଣ୍ଟା ଯାଉଛି, ପୋଲିସ କାହିଁକି ସେଠିକୁ ଯାଉନି ବୋଲି ବିଜେପିର ଯଜ୍ଞ ନାରାୟଣ ଦାସ ଅଭିଯୋଗ କରିଛନ୍ତି । ରାଣୀଙ୍କ ପୁତରା ସାକେତ ରାମା ରାଓଙ୍କ ପ୍ରଚ୍ଛନ୍ନ ନିର୍ଦ୍ଦେଶରେ ଏହି ହିଂସାକାଣ୍ଡ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି କର୍ମୀମାନେ ।  ତେବେ ଏହି ଅଭିଯୋଗକୁ ନେଇ ସାକେତ ରାମାରାଓ କିମ୍ବା ସ୍ଥାନୀୟ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଦେଖନ୍ତୁ ଭିଡିଓ | ପ୍ରଚାର ବେଳେ ହଟହଟ୍ଟା BJD ନେତା; ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି?

ସୂଚନା ଅନୁସାରେ ଗତକାଲି ଖଲ୍ଲିକୋଟ ଶ୍ରୀକୃଷ୍ଣ ଶରଣପୁର ଗାଁରେ ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଦିଲୀପ ପାହାଣ ନାମକ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ପରିବାର ଲୋକଙ୍କ ସହ ଥାନା ଘେରାଉ କରିଛନ୍ତି ବିଜେପି କର୍ମୀ । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ କରିଛନ୍ତି ବିଜେପି କର୍ମୀ । ଥାନା ଘେରାଉ ବେଳେ ଉତ୍ତେଜନା ଦେଖାଦେଇଛି। ତେବେ ଏହି ରାଜନୈତିକ ହିଂସାକାଣ୍ଡକୁ ନେଇ ପୋଲିସ କିମ୍ବା ଶାସକ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଗତକାଲି ଖଲ୍ଲିକୋଟ ଶ୍ରୀକୃଷ୍ଣ ଶରଣପୁର ଗାଁରେ ବିଜେପି କର୍ମୀ ବ୍ୟାନର ମାରୁଥିବାକୁ ବିରୋଧ କରିବାରୁ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଥିଲା । ଆକ୍ରମଣରେ ୪ ଜଣ ବିଜେପି କର୍ମୀ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବିଳମ୍ବିତ ରାତିରେ ଗୁରୁତର ଦିଲ୍ଲୀପ ପାହାଣ ନାମକଙ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ଅନ୍ୟଜଣେ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଜଣେ ଏବେ ବି ଏମକେସିଜିରେ ଚିକିତ୍ସାଧିନ ଅଛନ୍ତି । ଅନ୍ୟଜଣଙ୍କୁ ଚିକିତ୍ସା କରିବା ପରେ ଘରକୁ ପଠାଇ ଦିଆଯାଇଛି । ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଖବର ସାମନାକୁ ଆସିଥିଲା । ଆଠଗଡ଼, ଭୁବନେଶ୍ୱର ଓ ବରଗଡ଼ରେ ବିଜେଡି-ବିଜେପି କର୍ମୀ ମାର୍‌ପିଟ୍‌ ହୋଇଥିବା ଅଭିଯୋଗ ହୋଇଥିଲା।

ଅଧିକ ପଢ଼ନ୍ତୁ: BJPକୁ ଭୋଟ ଦେଲେ ବୋଲି ମାଡ଼ ଖାଇଲେ-ଗାଁରେ ଜରିମାନା ଦେଲେ !

ତେବେ ଏହି ଘଟଣାକୁ ନେଇ ଅଶାନ୍ତ ହୋଇଯାଇଛି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ। ନିର୍ବାଚନ ୨୦ ତାରିଖରେ ଥିବା ବେଳେ ତା ପୂର୍ବରୁ ରାଜନୈତିକ ହିଂସାକାଣ୍ଡ ଘଟିଛି। ବିଜେପି କର୍ମୀ ଦିଲୀପ ପାହାଣଙ୍କ ମୃତ୍ୟୁ ପରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ ପୋଲିସ ଗାଡ଼ି ଘେରିଛନ୍ତି ଲୋକେ । ପୋଲିସ ଗାଡ଼ିକୁ ପଥର ମାଡ଼ ସହ ପାଣି ବୋତଲ ମାଡ଼ କରିଛନ୍ତି । ଲୋକଙ୍କ ପଥର ମାଡ଼ରେ ପୋଲିସ ଭ୍ୟାନ୍‌ର କାଚ ଭାଙ୍ଗିଛି ।

ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସ ମଧ୍ୟ ଲାଠି ମାଡ଼ କରିଛି । ଖଲ୍ଲିକୋଟ ଥାନା ଆଗରେ ବହୁ ଗାଡ଼ି ଭାଙ୍ଗିଛନ୍ତି ପୋଲିସ କର୍ମଚାରୀ। ଲୋକଙ୍କୁ ପିଟିବା ସହ ରାସ୍ତା କଡ଼ରେ ଥିବା ଗାଡ଼ିକୁ ଭାଙ୍ଗିଛନ୍ତି ଦାୟିତ୍ୱରେ ଥିବା ପୋଲିସ । ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡ଼ି ସହ ବହୁ ଗାଡ଼ିକୁ ପଥରରେ ଛେଚି ଭାଙ୍ଗୁଥିବା ଦେଖିବାକୁ ମିଳିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now