• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକରେ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ରୋଡ୍ ଶୋ' । ଗୋପବନ୍ଧୁ ଛକରୁ ଆରମ୍ଭ ହେଲା ଶାହଙ୍କ ରୋଡ୍‌ ଶୋ' । ଶାହଙ୍କ ସହ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବିଧାନସଭା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସାମିଲ ଅଛନ୍ତି । କଟକର ଜନସାଧାରଣ ଅମିତ ଶାହଙ୍କ ରୋଡ୍‌ ଶୋ' ପାଇଁ ବେଶ୍ ଉତ୍ସାହିତ ଦେଖିବାକୁ ମିଳିଛି । ସମସ୍ତେ ଘର ଦୁଆରେ, ଛାତ ଉପରେ ଛିଡ଼ା ହୋଇ ଅମିତ ଶାହଙ୍କ ରୋଡ୍‌ ଶୋ' ଦେଖିଛନ୍ତି । କଟକର ଗଳିକନ୍ଦି ଆଜି ବିଜେପି ପତାକାରେ ଛାଉଣି ହୋଇଯାଇଛସି । ତେବେ ଏହା ପୂର୍ବରୁ ଆଜି ସୋରଡ଼ାରେ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ ଅମିତ ଶାହ । ସେଠାରେ ରାଜ୍ୟ ସରକାରଙ୍କୁ ନିର୍ଧୁମ ଟାର୍ଗେଟ୍ କରିଛନ୍ତି । ସେଠାରୁ ଭୁବନେଶ୍ୱର ଆସିଥିଲେ ତାପରେ  କଟକରେ ପହଞ୍ଚି ରୋଡ୍‌ ଶୋ' କରିଛନ୍ତି ।

ଅଧିକ ପଢ଼ନ୍ତୁ: ଚିଟଫଣ୍ତ ତଦନ୍ତରେ ସରକାରଙ୍କ ସହଯୋଗ ନାହିଁ, BJP ଆସିଲେ ଦୋଷୀ ଜେଲ୍ ଯିବେ: ଅମିତ୍ ଶାହ

ସୋରଡ଼ା ସଭାରେ ପହଞ୍ଚୁ ପହଞ୍ଚୁ ସରକାରଙ୍କ ଉପରେ ବର୍ଷିଥିଲେ ଶାହ । ଓଡ଼ିଶାରେ ବିଜେପି ସରକାର ଆଣିବାକୁ ନାରା ଦେଲେ । ମୋଦିଜୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ଓଡ଼ିଶାର ସମ୍ମାନ ବଢ଼ାଇଛନ୍ତି କହିଲେ । ଜି-୨୦ରେ କୋଣାର୍କ ଚକ୍ରକୁ ସିମ୍ବଲ କରି ବିଶ୍ୱରେ ପ୍ରସିଦ୍ଧ କରାଇଛନ୍ତି । ପାଇକ ସଂଗ୍ରାମ ସ୍ମୃତିରେ ସ୍ୱତନ୍ତ୍ର ମୁଦ୍ରା, ଡାକ ଟିକଟ କରିଛନ୍ତି ମୋଦି କହିଲେ ଶାହ ।

ଏହାସହ କଂଗ୍ରେସ ରାମ ମନ୍ଦିରକୁ ଅଟକାଇଥିଲା, ମୋଦି ଆସିଲେ ମନ୍ଦିର କଲେ । ନବୀନ ସରକାର ଓଡ଼ିଶା ଲୋକଙ୍କୁ ରାମ ମନ୍ଦିର ସମାରୋହରେ ସାମିଲକୁ ରୋକିଲେ । ଯିଏ ରାମଙ୍କ ସମାରୋହ ଯିବାକୁ ରୋକିଲା, ତାକୁ ଓଡ଼ିଶା ଲୋକ କ୍ଷମା ଦେବେନି । ଓଡ଼ିଶା ନକ୍ସଲବାଦରେ ପୀଡ଼ିତ ଥିଲା, ୧୦ ବର୍ଷରେ ମୋଦି ନକ୍ସଲଙ୍କୁ ସଫା କଲେ । ମୋଦି ଗରିବଙ୍କୁ ଚାଉଳ ଦେଉଛନ୍ତି, ନବୀନ ସେଥିରେ ନିଜ ଫଟୋ ଛାପୁଛନ୍ତି । ନିଜ ଫଟୋ ଛାପି ନିଜେ ଚାଉଳ ଦେଉଥିବା କହୁଛନ୍ତି ନବୀନ । ନବୀନଙ୍କ ସରକାର ଠେଲା ସରକାର ବୋଲି କହିଲେ ଶାହ ।

ଅନ୍ୟପଟେ ରାଜ୍ୟରେ ନବୀନ ବାବୁ ସରକାର ଚଳାଉଛନ୍ତି କି ପ୍ରଶ୍ନ କଲେ ଶାହ । ଏଠାରେ ବାବୁମାନେ ସରକାର ଚଳାଉଛନ୍ତି । ଯଦି ବାବୁଙ୍କୁ ଦେବାର ଥିଲା, ଓଡ଼ିଆ ବାବୁଙ୍କୁ ହେଲେ ଦେଇଥାନ୍ତେ । ନବୀନ ୱାନ୍‌ ନେସନ, ୱାନ୍‌ ରାସନ କାର୍ଡ କରୁନାହାନ୍ତି । ରାସନ ହଡ଼ପ କରିବା ଲକ୍ଷ୍ୟରେ ତାଙ୍କ ବାବୁମାନେ ଏହା ଲାଗୁ କରୁନାହାନ୍ତି । ବିଜେପି ସରକାର ଆସିଲେ ୱାନ୍‌ ନେସନ ୱାନ୍‌ ରାସନ କାର୍ଡ ଲାଗୁ ହେବ ।

ଅଧିକ ପଢ଼ନ୍ତୁ: ବିଜେପିର ଓଡ଼ିଶାରେ ନେତୃତ୍ୱ ସଂକଟ ନାହିଁ; ବିକାଶ ହୋଇନି, ନବୀନ ସ୍ୱୀକାର କରନ୍ତୁ: ଅମିତ୍ ଶାହ

୫ ବର୍ଷ ବିଜେପିକୁ ଦିଅନ୍ତୁ, ଓଡ଼ିଶାର କେହି ରୋଜଗାର ପାଇଁ ବାହାରକୁ ଯିବେନି । ଓଡ଼ିଶାରେ ପାଣିର ଭଣ୍ଡାର ଅଛି, ଜଳସେଚନ ବ୍ୟବସ୍ଥା ନାହିଁ ବିଜେପି ଆସିଲେ ବ୍ୟାପକ ଜଳସେଚନ ବ୍ୟବସ୍ଥା କରାଯିବ । ଆଖୁ ଚାଷୀଙ୍କୁ ସମୃଦ୍ଧ କରିବା ବ୍ୟବସ୍ଥା କରିବ ବିଜେପି । ଗଂଜାମ ନବୀନ ବାବୁଙ୍କ ଜିଲ୍ଲା, ହେଲେ ଏଠାରେ ଗୋଟିଏ ବି କାରଖାନା ବସିନି । ଆମକୁ ଜିତାନ୍ତୁ, ଗଂଜାମକୁ ଦେଶର ନମ୍ବର ୱାନ୍‌ ଜିଲ୍ଲା କରାଯିବ । 

ଗରିବଙ୍କ ଚିଟ୍‌ଫଣ୍ଡ ଟଙ୍କା ଖାଇଥିବା ଲୋକଙ୍କୁ ସାବାଡ଼ କରାଯିବ । ୧୮ ମାସ ମଧ୍ୟରେ ସେଭଳି ଲୋକଙ୍କୁ ଓଲଟା ଲଟକାଇ ସିଧା କରାଯିବ । ଆଉ ନବୀନ ବାବୁ ଆସିବାର ନାହିଁ କହିଲେ ଶାହ । ନବୀନଙ୍କର ଆଉ ଆବଶ୍ୟକତା ନାହିଁ । ଓଡ଼ିଶା ଲୋକ ନବୀନଙ୍କୁ ଟାଟା, ବାଏ ବାଏ କହିଲେଣି । ଓଡ଼ିଶାରେ ଏବେ ବିଜେପି ସରକାର ଗଠନ ହେବାକୁ ଯାଉଛି ବୋଲି କହିଛନ୍ତି ଶାହ ।

OTV is now on Whatsapp

Join and get latest news update delivered to you via whatsapp

Join Now