• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କମ୍ପୁଛି ପ୍ରଚାର ମଇଦାନ । ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ପ୍ରାର୍ଥୀ । କଟକ ଚୌଦ୍ୱାର ଓ କଟକ ସଦର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ପ୍ରଚାର ଜୋର । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର କସରତ । କିଏ ପାଇବ ଜନତାଙ୍କ ସମର୍ଥନ ? ପ୍ରଚାର ମାଧ୍ୟମରେ ପ୍ରତିଯୋଗିତା କରୁଛନ୍ତି ପ୍ରାର୍ଥୀ। ସରକାରଙ୍କ ବିଫଳତା ଗଣି, ଆଶା ଭରସାର ସ୍ୱପ୍ନ ଦେଖାଉଛନ୍ତି ବିରୋଧୀ ପ୍ରାର୍ଥୀ।

ତେବେ କଟକ ସଦର ନିର୍ବାଚନ ମଣ୍ଡଳୀରେ କିଏ କରିବ ବାଜିମାତ୍ । ଏଠାରେ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି। ୨୦୧୪ ଓ ୨୦୧୯ରେ ଦୁଇ ଥର ଏଠାରୁ ବିଧାୟକ ହୋଇଛନ୍ତି ଚନ୍ଦ୍ର ସାରଥି ବେହେରା । ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ତେଣୁ ତାଙ୍କର ପଲ୍ଲା ଭାରି ଥିବା ଚର୍ଚ୍ଚା ହେଉଛି। ତାଙ୍କୁ କଡା ଟକ୍କର ଦେବେ ବିଜେପି ପ୍ରାର୍ଥୀ ପ୍ରକାଶ ସେଠୀ । ସେହିପରି ରାମଚନ୍ଦ୍ର ଗୋଛାୟତ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଛନ୍ତି । ସେ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ବିଜେପି ପ୍ରାର୍ଥୀ ମୋଦିଙ୍କ ଗ୍ୟାରେଣ୍ଟି କଥା କହୁଥିବା ବେଳେ ବିଜେଡି ବିକାଶର ପ୍ରତିଶ୍ରୁତି ଦେଉଛି ।

କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରଚାର ଜୋର । ବିଜେପି, ବିଜେଡି ଓ କଂଗ୍ରେସ ନାମାଙ୍କନ ଭରିବା ପରେ ଘର ଘର ବୁଲି ଲୋକଙ୍କୁ ଭେଟୁଛନ୍ତି । ବିଜେଡି ସୌଭିକ ବିଶ୍ୱାଳଙ୍କୁ ଆଉ ଥରେ ଭରସା କରିଥିବା ବେଳେ କଂଗ୍ରେସ ମୀରା ମଲ୍ଲିକଙ୍କୁ ଟିକେଟ ଦେଇଛି । ୨୦୦୯ ଏବଂ ୨୦୧୪ରେ ଜନାଦେଶ ହାତେଇ ଥିଲେ ପ୍ରଭାତ ବିଶ୍ୱାଳ । ୨୦୧୯ରେ ପ୍ରଭାତଙ୍କ ଟିକେଟ କଟିବା ପରେ ତାଙ୍କ ପୁଅ ସୋଭିକ୍ ବିଶ୍ୱାଳ ହୋଇଥିଲେ ବିଧାୟକ ।

ସେପଟେ ବାରମ୍ବାର ହାରି ଥିବା ବିଧାୟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି ଏଥର ବି ନିର୍ବାଚନ ମଇଦାନରେ । ଚୌଦ୍ଵାର ଅଞ୍ଚଳର ବିଭିନ୍ନ ସମସ୍ୟା ଭିତରେ ପ୍ରମୁଖ ସମସ୍ୟା ହେଉଛି ବେକାରୀ । ଏହାକୁ ନେଇ ବନ୍ଦ ଶିଳ୍ପର ଭିତ୍ତିଭୂମି ଉପରେ ନୂତନ ଶିଳ୍ପ କରାଯିବାର ପ୍ରତିଶ୍ରୁତି ନେଇ ପୁଣି ନିର୍ବାଚନ 

ମଇଦାନରେ ପହଞ୍ଚିଛନ୍ତି ନେତା ।

  • Reported by:
  • PRAVAT BISOI

OTV is now on Whatsapp

Join and get latest news update delivered to you via whatsapp

Join Now