Advertisment

ପ୍ରଚାର ମୈଦାନରେ ହଟହଟା ହେଲେ ଦେବୀ ମିଶ୍ର, ଗରା ଓ ବାଲଟି ଧରି ବିରୋଧ କଲେ ଗ୍ରାମବାସୀ

ହଟହଟା ହେଲେ ବଡ଼ମ୍ବା ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ର । ପାଣି ସମସ୍ୟାର ସମାଧାନ ପାଇଁ ଘେରିଲେ ଗାଁ ଲୋକ ।

author-image
Santosh Kumar Sahoo
Devi Mishra

Devi Mishra

ଭୋଟ୍ ମାଗିବାକୁ ଯାଇଥିଲେ । ଲୋକଙ୍କ ବିରୋଧର ସାମନା କଲେ । ହଟହଟା ହେଲେ ବଡ଼ମ୍ବା ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ର । ପାଣି ସମସ୍ୟାର ସମାଧାନ ପାଇଁ ଘେରିଲେ ଗାଁ ଲୋକ । ନରସିଂହପୁର ବ୍ଲକ ଅନ୍ତର୍ଗତ ଚମ୍ପେଶ୍ୱର ପଞ୍ଚାୟତର ଚଷା ବାରବାଟୀକୁ ସେ ପ୍ରଚାର ପାଇଁ ଯାଇଥିଲେ। ଏତିକିବେଳେ ପାଣି ସମସ୍ୟାର ସମାଧାନ ପାଇଁ ଗରା, ବାଲଟି, ଡେକ୍‌ଚି ରାସ୍ତାରେ ରଖି ପ୍ରତିବାଦ କରିଥିଲେ ଗାଁ ଲୋକ । ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ । ପାଣି ନାହିଁ ତ ଭୋଟ୍ ନାହିଁ ବୋଲି ରୋକଠୋକ ଶୁଣାଇଥିଲେ ଚଷା ବାରବାଟୀ ଗାଁ ଲୋକ । ବେଶ କିଛି ସମୟ ବିରୋଧର ସାମନା କରିଥିଲେ ଦେବୀ ମିଶ୍ର ।

Advertisment

ସେପଟେ ଆଜି ଓଡ଼ିଶା ଗସ୍ତରେ ଆସି ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସମ୍ବଲପୁର ରେଢ଼ାଖୋଲ ସଭାରେ ସେ କହିଛନ୍ତି, ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ ଓ ୨୫ ବର୍ଷ ବିଜେଡି ଶାସନ କରିଛି । ହେଲେ ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି । ଏପରିକି ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେ । ହେଲେ ଯେଉଁ ଦିନ ଆମ ସରକାର ହେବ ଏହାର ତଦନ୍ତ ହେବ । କିଏ ରତ୍ନଭଣ୍ଡାର ଚାବି ହଜାଇଲା ତା’ର ତଦନ୍ତ ହେବ ।

ସେହିପରି ଓଡ଼ିଶାରେ ପକ୍କା ଘର ଯେଭଳି ହେବା କଥା ବିଜେଡି ସରକାର କରିନି । ବିଜେପି ସରକାର ଆସିଲେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ଛବି ବଦଳିଛି । ଅନ୍ତର୍ଜାତୀୟ ମଞ୍ଚରେ ଏବେ ଭାରତ କହିଲେ ସମସ୍ତେ ଧ୍ୟାନ ଦେଉଛନ୍ତି ବୋଲି ରେଢ଼ାଖୋଲ ସଭାରେ କହିଛନ୍ତି ରାଜନାଥ ସିଂ ।

Advertisment

ସେହିପରି ଆସନ୍ତାକାଲି ସକାଳେ ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ବିଶାଳ ରୋଡ୍ ସୋ’। ମୋଦି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଆସନ୍ତାକାଲି ସକାଳେ ପୁରୀ ଯିବେ। ସକାଳ ୭ଟା ସୁଦ୍ଧା ତାଳବଣିଆ ହେଲିପ୍ୟାଡରୁ ଓହ୍ଲାଇ ଶ୍ରୀମନ୍ଦିର ଅଭିମୁଖେ ଯିବ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପରେ ସକାଳ ୮ଟାରେ ଆରମ୍ଭ ହେବ ମୋଦିଙ୍କ ରୋଡ୍ ସୋ’। ସିଂହଦ୍ୱାର ସାମ୍ନାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ବିଜେପି ବରିଷ୍ଠ ନେତା, କର୍ମୀ, ସମର୍ଥକ ଓ ସାଧାରଣ ଲୋକ ସାମିଲ ହେବେ। ମୋଦିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ନେଇ ପୁରୀରେ ଆଜି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ମୋଦିଙ୍କ ପୁରୀ ଗସ୍ତ ସମୟରେ ସେ ସମସ୍ତଙ୍କୁ ଆଚମ୍ବିତ କରିବା ଭଳି କିଛି କାର୍ଯ୍ୟ କରିପାରନ୍ତି ବୋଲି ସୂଚନା ଦେଇଛନ୍ତି ସମ୍ବିତ ପାତ୍ର ।

BJD Cuttack General Elections 2024
Advertisment
Advertisment