ବିଜେଡି ବିରୋଧରେ ECIରେ ଫେରାଦ ହେଲା ବିଜେପି । ସାଇବର ଥାନାରେ ବି ବିଜେପିର ଅଭିଯୋଗ ।
SHGକୁ ଅପମାନ ଓ ଅର୍ଥବଳର ପ୍ରୟୋଗ ଅଭିଯୋଗ । ବିଜେପିର ଦାବି ଆଗ କ୍ଷମା ମାଗୁ ଶାସକଦଳ ।
ଭୋଟରଙ୍କୁ ଲାଞ୍ଚ ଯାଚିବା, ଧମକାଇବା, ପ୍ରଲୋଭନ ଦେଖାଇବା ଅପରାଧ । ଏଭଳି ଅଭିଯୋଗ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।
ଦିନେ ନୁହେଁ କି ଦୁଇଦିନ ନୁହେଁ ବରଂ ୭ ବର୍ଷ ହେଲା ଏମିତି ରାଜରାସ୍ତାରେ ଚାଲିଛି ବସ୍ଷ୍ଟାଣ୍ଡ । ଚାନ୍ଦବାଲିକୁ ଦୈନିକ ହଜାର ହଜାର ଲୋକ ବସ୍ରେ ଆସୁଥିବା ପରେ ବି ସ୍ଥାୟୀ ବସ୍ଷ୍ଟାଣ୍ଡଟିଏ ହୋଇପାରିଲା ନାହିଁ ।
ଏସ୍ଏଚଜିମାନେ ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ୍ ହେବା ଓ ବିଜେଡି କର୍ମୀ ସମ୍ମିଳନୀରେ କୋଟିଏ ଟଙ୍କାର ଅଫର୍ ଦିଆଯିବା ଅଭିଯୋଗକୁ ଧରି ଇସିଆଇ ପାଖରେ ଫେରାଦ ହୋଇଛି ବିଜେପି ।
ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଯେତିକି ଜମୁଛି, ପରସ୍ପର ଉପରକୁ କାଦୁଅ ଫିଙ୍ଗା ରାଜନୀତି ସେତିକି ବଢୁଛି ।
ଓଡ଼ିଶାର କେଉଁ କେଉଁ ସ୍ଥାନରେ ସୂର୍ଯ୍ୟୋପରାଗ କେତେ ସମୟ ହେବ ଦେଖନ୍ତୁ, ତାଲିକା . . .
ଧାମନଗରରେ ଚାଲିଥିଲା ନିର୍ବାଚନୀ ସଭା । ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ଚାଲିଥିବା କାର୍ଯ୍ୟକ୍ରମରେ ଭାଷଣରେ ବିଜେଡି କର୍ମୀ ଜଣଙ୍କ ଭୋଟର୍ଙ୍କୁ ଦେଲେ ଲୋଭନୀୟ ଅଫର୍ ।
ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟା ‘ସିତ୍ରାଙ୍ଗ’ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ‘ସିତ୍ରାଙ୍ଗ’ ଘଣ୍ଟା ପ୍ରତି ୧୨ କି.ମି. ବେଗରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି।
ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଫେରାଦ । ସଂଖ୍ୟାଲଘୁ ଭୋଟ୍ ହୋଇପାରେ ନିର୍ଣ୍ଣାୟକ ।
ଆଜି ଉପକୂଳ ଓଡିଶାରେ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ରହିପାରେ। ସର୍ବାଧିକ ପବନର ବେଗ ଘଣ୍ଟା ପ୍ରତି ୫୫ କିଲୋମିଟରକୁ ବୃଦ୍ଧି ହୋଇପାରେ।
ଆଖି ଝଲସିଆ ଆଲୁଅ, ଆକର୍ଷଣୀୟ ମଣ୍ଡପ, ମନଲୋଭା ସାଜସଜ୍ଜା । କାଳୀପୂଜା ପାଇଁ ସଜେଇ ହେଲାଣି ଭଦ୍ରକ ସହର ।
କିଏ ଜିତିବ ଧାମନଗର ବାଜି? କାହାକୁ ବାଛିବେ ଜନତା ଜନାର୍ଦ୍ଦନ? କଣ ରହିଛି ଧାମନଗରର ନିର୍ବାଚନୀ ମୁଦ୍ଦା? ଧାମନଗରବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ନଈ ବଢି ।
ବିଜେଡି ଟିକଟ୍ ନମିଳିବା ସତ୍ତ୍ୱେ ଦଳର ନିଷ୍ପତ୍ତିକୁ ଗ୍ରହଣ ନକରି ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ । ହେଲେ ବଡ଼ ପ୍ରଶ୍ନ, କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା ? କଣ ପାଇଁ ରାଜେନ୍ଦ୍ରଙ୍କୁ ଟିକଟ୍ ଦେଲାନାହିଁ ବିଜେଡି ?
ପ୍ରଥମେ ସେ ବିଜେଡିର ଆଶାୟୀ ପ୍ରାର୍ଥୀ ଥିଲେ । କିନ୍ତୁ ଦଳରୁ ଟିକଟ ନମିଳିବାରୁ ସ୍ୱାଧିନ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।
ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ଓ ସ୍ୱାଧୀନ ପ୍ରାର୍ଥୀ ରାଜୁଙ୍କ କ୍ୟାମ୍ପେନ୍ ଜୋର୍ । ବିଜେଡି ଓ କଂଗ୍ରେସ ଯୋଦ୍ଧା ବି ମାଗିଲେଣି ଭୋଟ୍ ।
ବିଜେଡି ବିରୋଧରେ ବିଦ୍ରୋହ କରି ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ଦଳୀୟ ଶୃଙ୍ଖଳାକୁ ମାନି ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ନା ନିଜ ନିଷ୍ପତ୍ତିରେ ଅଟଳ ରହି ସ୍ୱାଧୀନ ଭାବେ ଲଢ଼ିବେ। ତାହା ଆଜି ସ୍ପଷ୍ଟ ହୋଇଯିବ।
ବିଜେଡି ପକ୍ଷରୁ ପ୍ରକାଶ ପାଇଥିବା ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଲିକାରୁ କିଏ ବାଦ ପଡିବ ତାହାକୁ ସମସ୍ତେ ଅପେକ୍ଷା କରିଥିବାବେଳେ ଏବେ ଏହି ତାଲିକା ସାମ୍ନାକୁ ଆସିଛି।
ନିର୍ବାଚନ ପ୍ରଚାର ପାଇଁ ସଜ ହେଲେଣି ସବୁ ଦଳ। ଷ୍ଟାର ପ୍ରଚାରକମାନେ ବି ପ୍ରସ୍ତୁତ ହେଲେଣି। ବିଜେପି ତାର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିସାରିଲାଣି। ଏହି ତାଲିକାକୁ ନିର୍ବାଚନ କମିଶନଙ୍କ ପାଖକୁ ପଠାଯାଇଥିବା ଜଣାଯାଇଛି।
ଧାମନଗର ବିଜେଡିରେ ବିଦ୍ରୋହ ନିଆଁ । କୁଚକ୍ରି ଗୋଷ୍ଠୀ କହି ଭଦ୍ରକ ବିଜେଡି ନେତାଙ୍କୁ ରାଜେନ୍ଦ୍ରଙ୍କ ଟାର୍ଗେଟ୍ ।
ନାମାଙ୍କନ ଦାଖଲ ପୂର୍ବରୁ ବିଜେଡି ନେତା ରାଜେନ୍ଦ୍ର ଦାସ ପ୍ରତିକ୍ରିୟା ରଖି କହିଛନ୍ତି, ‘କୁଚକ୍ରୀଙ୍କ ପାଇଁ ହାରିଥିଲି, ଏଥର ଜିତିବି। ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି।’
ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ତୀବ୍ର ହେଉଛି ଅସନ୍ତୋଷ । ରାଜେନ୍ଦ୍ରଙ୍କୁ ଟିକଟ୍ ନମିଳିବାରୁ ସମର୍ଥକଙ୍କ ଜୋରଦାର ବିରୋଧ । ଫେଲ୍ ମାରିଲା ଦଳର ତାଳିପକା ଉଦ୍ୟମ । ନାରାବାଜି ଚାଲିଛି ଯେ, ରାଜୁ ଦାସ ନାହିଁ ତ ଭୋଟ୍ ନାହିଁ ।
ଟିକେଟ ନପାଇ ନିଜ ମନରେ ନଥିବା କ୍ଷୋଭକୁ ପ୍ରକାଶ କରିଛନ୍ତି ଧାମନଗର ବିଜେଡି ନେତା ରାଜେନ୍ଦ୍ର ଦାସ ।
ଧାମନଗର ଉପନିର୍ବାଚନ: ଅବନ୍ତୀ ଦାସ ବିଜେଡି ପ୍ରାର୍ଥୀ । କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀଙ୍କୁ ଟିକଟ୍ ।
ଅବନ୍ତୀ ଦାସ ହେଲେ ବିଜୁ ଜନତା ଦଳର ପ୍ରାର୍ଥୀ । ଏବେ ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅଛନ୍ତି ଅବନ୍ତୀ ।