/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667615207.jpg)
Dhamnagar Bypoll
ଆଉ ଦିନକ ପରେ ଆସିବ ଧାମନଗର ଉପନିର୍ବାଚନ ଫଳାଫଳ । କିଏ ମାରିବ ବାଜି ? କଡ଼ା ସୁରକ୍ଷା ଭିତରେ ଇଭିଏମ୍ଗୁଡ଼ିକୁ ରଖାଯାଇଥିବା ବେଳେ ଆସନ୍ତାକାଲି ସକାଳ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି । ୧୪ଟି ଟେବୁଲରେ, ୧୮ ରାଉଣ୍ଡରେ ଗଣତି ହେବ । ସରକାରୀ ଭାବେ ଏଥର ୬୮.୯୮ ପ୍ରତିଶତ ଭୋଟ୍ ହୋଇଛି ବୋଲି ଘୋଷଣା କରାଯାଇଛି । ଇଭିଏମ୍ରେ ଭୋଟ୍ ଗ୍ରହଣ ହୋଇଥିବାରୁ ଦିନ ୨ ଟା ସୁଦ୍ଧା ସମସ୍ତ ଫଳାଫଳ ମିଳିଯିବ ବୋଲି ଆଶା କରାଯାଉଛି ।
ଭୋଟ୍ ଗଣତି ଲାଗି ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏପଟେ ଗଣତି ପୂର୍ବରୁ ବଢିବାରେ ଲାଗିଛି ରାଜନୈତିକ ଦଳଙ୍କ ଉତ୍କଣ୍ଠା । ବିଜେପି, ବିଜେଡି ଓ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ମଧ୍ୟରେ କଡା ଟକ୍କର ହୋଇଥିବାରୁ ଆଗୁଆ ଆକଳନ ସମ୍ଭବ ହେଉନି । ୨୦୧୯ରେ ବିଷ୍ଣୁ ସେଠୀ ଯେତିକି ଭୋଟ୍ ବ୍ୟବଧାନରେ ଜିତିଥିଲେ ଏଥର ତାଠୁ ଅଧିକ ଭୋଟ୍ରେ ପୁଅ ସୂର୍ଯ୍ୟବଂଶୀ ସୂରଜ ଜିତିବେ ବୋଲି ଦଳ ବିଶ୍ୱାସ ରଖିଛି । ସେହିପରି ଶାସକ ବିଜେଡି ବି ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ନେଇ ଦୃଢୋକ୍ତି ପ୍ରକାଶ କରିଛି । ମାତ୍ର ଫଳ ଘୋଷଣା ଆଗରୁ ପରାଜୟ ସ୍ୱୀକାର କରିଛି କଂଗ୍ରେସ ।
ଆରମ୍ଭ ହେଲା କାଉଣ୍ଟ ଡାଉନ୍। ଇଭିଏମ୍କୁ ଘେରି ବସିଛନ୍ତି ପୋଲିସ୍ ବାହିନୀ। କାହାର ହେବ ଧାମନଗର ତାହା ଉପରେ ଫୋକସ୍ #Odisha#EVM#Dhamnagar#OTVpic.twitter.com/vZ7j47lyeu
— ଓଟିଭି (@otvkhabar) November 5, 2022
ବିଜେଡି ପକ୍ଷରୁ ପ୍ରାର୍ଥୀ ଅବନ୍ତୀ ଦାସ ୨୦ ହଜାରରୁ ଅଧିକ ଭୋଟରେ ଜିତିବ ବୋଲି ଆକଳନ କରାଯାଇଛି । ସେହିଭଳି କଂଗ୍ରେସ ପ୍ରାର୍ଥୀ ୩ ନମ୍ବରରେ ରହିଲେ ବି ଗତ ଥରଠାରୁ ଅଧିକ ଭୋଟ ପାଇବେ ବୋଲି ଦଳ ଆଶା ରଖିଛି ।
ସେପଟେ ଫଳ ବାହାରିବା ଆଗରୁ ଅଙ୍କ କଷିଛନ୍ତି ରାଜନୈତିକ ସମୀକ୍ଷକ । ୨୦୧୯ରେ ଏଠି ୭୨ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଏଥର ୬୯ ପ୍ରତିଶତକୁ ଖସି ଆସିଛି । ତେବେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଭୋଟ୍ ଦେଇଥିବାରୁ ସମୀକରଣକୁ ପ୍ରଭାବିତ କରିପାରେ । ପ୍ରାୟ ୭୫ ପ୍ରତିଶତ ମହିଳା ଭୋଟର ମତାଧିକାର ସାବ୍ୟସ୍ତ କରିଥିବାରୁ ବିଜେଡ଼ିକୁ ସୁହାଇବ ବୋଲି ଚର୍ଚ୍ଚା ହେଉଛି । ମାତ୍ର ନିର୍ଣ୍ଣାୟକ ହୋଇପାରେ ବିଜେଡିର ବ୍ରିଦୋହୀ ପ୍ରାର୍ଥୀ ରାଜୁ ଦାସଙ୍କ ଭୋଟ୍ ।
ନିଜର ଦବଦବା ଥିବା ୧୩ରୁ ଅଧିକ ପଞ୍ଚାୟତରେ ରାଜୁ ଦାସ ବିଜେଡି ଭୋଟ ବିଭାଜନ କରିବା ଆକଳନ କରାଯାଇଛି । ଏହା ହେଲେ ବିଜେପିକୁ ଫାଇଦା ମିଳିବ । ଅନ୍ୟପକ୍ଷରେ ନିର୍ବାଚନ ମଣ୍ଡଳୀର ୧୫ ହଜାର ସଂଖ୍ୟାଲଘୁ ଭୋଟ ଏଥର ୪ ଭାଗ ହୋଇଥିବା କୁହାଯାଉଥିବା ବେଳେ ୩୧ ପଞ୍ଚାୟତରେ ୩ ପ୍ରାର୍ଥୀଙ୍କ ମଧ୍ୟରେ ହୋଇଛି କଡା ଟକ୍କର । ତେଣୁ ପୂର୍ବ ଉପ ନିର୍ବାଚନରେ ବିଜେଡି ଯେଭଳି ସହଜ ବିଜୟ ହାସଲ କରୁଥିଲା, ଏଥର ସେ ସମ୍ଭାବନା କମ୍ ବୋଲି ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)