/odishatv-khabar/media/post_attachments/uploadimage/library/16_9/16_9_0/Mosquito_1667316616.jpg)
Mosquito
ବିଜେଡିରେ ଏବେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପଲ୍ଲା ଭାରି ! ଦଳରେ ନେତା ଓ କର୍ମୀ ଗୌଣ, SHGଙ୍କୁ ନେଇ ଚାଲିଛି ସମାନ୍ତରାଳ ସଙ୍ଗଠନ ! ଧାମନଗର ଉପନିର୍ବାଚନରେ ବିଜେଡି ଟିକଟ୍ ପାଇଁ ଟଣାଓଟରା ଭିତରେ ବାଜି ମାରି ନେଇଥିଲେ SHG ବ୍ୟାକ୍ଗ୍ରାଉଣ୍ଡରୁ ଆସିଥିବା ଅବନ୍ତୀ ଦାସ । ପ୍ରଚାର ବେଳେ ବି ସ୍ୱୟଂ ସହାୟକ ଗୋଷ୍ଠୀ ଖୋଲାଖୋଲି ସାମିଲ ହେଲେ । ଅନେକ ସ୍ଥାନରେ SHG ସଦସ୍ୟା ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ୍ ହେଲା ।
ବଡ଼ କଥା ହେଉଛି ଜଣେ ଏସ୍ଏଚ୍ଜି ସଦସ୍ୟାଙ୍କୁ ପ୍ରାର୍ଥୀ କରିବା ପାଇଁ ଦଳ ରାଜେନ୍ଦ୍ର ଦାସଙ୍କ ଭଳି ଜଣେ ଟାଣୁଆ ନେତାଙ୍କୁ ବାଦ୍ ଦେଇ ରିସ୍କ ଉଠାଇଲା । ଖୋଦ୍ ମୁଖ୍ୟମନ୍ତ୍ରୀ ଗତକାଲି ଭର୍ଚୁଆଲ୍ ମୋଡ୍ରେ ପ୍ରଚାର ବେଳେ ମିଶନ୍ ଶକ୍ତି ପ୍ରସଙ୍ଗ ଉଠାଇ ମହିଳାମାନଙ୍କୁ ପ୍ରଶଂସା କରିଥିଲେ । ଏବେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର୍ ଚର୍ଚ୍ଚା । କ’ଣ ୨୪ ନିର୍ବାଚନ ପୂର୍ବରୁ ଏହା ବିଜେଡିର ଏକ ଏକ୍ସପେରିମେଣ୍ଟ ?
ଏହି ଟ୍ରେଣ୍ଡକୁ ବଜାୟ ରଖି ଆଗାମୀ ନିର୍ବାଚନରେ କଣ ଏସ୍ଏଚ୍ଜି ସଦସ୍ୟାଙ୍କୁ ମିଳିବ ଅଧିକ ଟିକଟ୍ ? ଚର୍ଚ୍ଚା ହେଉଛି, ଦଳ ନିଜର ନେତା ଓ କର୍ମୀଙ୍କ ଅପେକ୍ଷା ସ୍ୱୟଂ ସହାୟିକାମାନଙ୍କ ଉପରେ ଅଧିକ ବିଶ୍ୱାସ ଓ ଭରସା କରୁଛି । ସେଥିପାଇଁ ଏବେ ପ୍ରାୟ ୭୦ ଲକ୍ଷ ସ୍ୱୟଂ ସହାୟକ ଥିବାବେଳେ ତାକୁ ଏକ କୋଟି କରିବା ଓ ସେମାନଙ୍କୁ ଅଧିକ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ବିରୋଧୀ ଅଭିଯୋଗ କରିଛନ୍ତି ମହିଳା ସଶକ୍ତୀକରଣ ନାଁରେ ବିଜେଡି ନିଜର ଭୋଟ୍ ବ୍ୟାଙ୍କ ପ୍ରସ୍ତୁତ କରିବା ସହ ସେମାନଙ୍କୁ ନିର୍ବାଚନରେ ବ୍ୟବହାର କରୁଛି ।
ତେବେ କାହିଁକି ବିଜେଡିର ଏହି ପ୍ଲାନ ? କଣ ପାଇଁ SHG ଉପରେ ଏତେ ଭରସା ? କୁହାଯାଉଛି ରାଜ୍ୟର ମୋଟ୍ ଭୋଟରଙ୍କ ମଧ୍ୟରୁ ପାଖାପାଖି ଅଧା ହେଉଛନ୍ତି ମହିଳା । ଆଉ ଗ୍ରାମାଞ୍ଚଳରେ ଥିବା ମହିଳାମାନେ ହେଉଛନ୍ତି ବିଜେଡିର ଲୟାଲ ଭୋଟର୍ । ତେଣୁ ମହିଳା ଭୋଟ୍ ବ୍ୟାଙ୍କକୁ ଆହୁରି ମଜଭୁତ୍ କରିବା ଲାଗି ସେମାନଙ୍କୁ ସରକାର ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ୨୪ ନିର୍ବାଚନ ବେଳେ ସରକାରୀ ବିରୋଧୀ ହାଓ୍ୱାକୁ ଚେକ୍ ଦେବା ଲାଗି ବିଜେଡିର ଏହା ମାଷ୍ଟର ପ୍ଳାନ୍ ବୋଲି କୁହାଯାଉଛି । SHG ମାନଙ୍କୁ ନେଇ ବିଜେଡି ଯେଉଁ ପ୍ଲାନ୍ କରୁଛି ତାକୁ ବିରୋଧୀ ବିଜେପି ଓ କଂଗ୍ରେସ୍ କିଭଳି କାଉଣ୍ଟର କରିବେ ତାହା ଏବେ ବଡ ପ୍ରଶ୍ନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)