Advertisment

ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ଫେକ୍‌ ସର୍ଭେ

ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ସୋସିଆଲ୍‌ ମିଡିଆରେ ନକଲି ସର୍ଭେ ରିପୋର୍ଟ ଘୂରି ବୁଲୁଛି। ଓଟିଭି ସମେତ ଓଡ଼ିଶାର ଅନ୍ୟ ବୈଦ୍ୟୁତିକ ଗଣମାଧ୍ୟମ ନାଁରେ ଏହି ସର୍ଭେ କରାଯାଇଥିବା ଫେକ୍ ରିପୋର୍ଟରେ ଦର୍ଶା ଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dhamnagar Bypoll 2022

Dhamnagar Bypoll: Fake Survey Report Viral On Social Media

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଧାମନଗର ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ହେଲେ ତା’ ପୂର୍ବରୁ ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ସୋସିଆଲ୍‌ ମିଡିଆରେ ନକଲି ସର୍ଭେ ରିପୋର୍ଟ ଘୂରି ବୁଲୁଛି।

Advertisment

ଓଟିଭି ସମେତ ଓଡ଼ିଶା ର ଅନ୍ୟ ବୈଦ୍ୟୁତିକ ଗଣମାଧ୍ୟମ ନାଁରେ ଏହି ସର୍ଭେ କରାଯାଇଥିବା ଫେକ୍ ରିପୋର୍ଟରେ ଦର୍ଶା ଯାଇଛି। ଏହା ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। କିଛି ବିଜେଡି ସମର୍ଥକ ଏହାକୁ ସୋସିଆଲ ମିଡିଆରେ ଶେୟାର କରୁଥିବା ନଜରକୁ ଆସିଛି।

ଅଧିକ ପଢ଼ନ୍ତୁ: ଧାମନଗର ଉପନିର୍ବାଚନ: ବିଷ୍ଣୁଙ୍କ ଗଡ଼ରେ କିଏ ମାରିବ ବାଜି ? ପୁଅ ରଖିପାରିବେ ତ ଟେକ...

Advertisment

ତେବେ ଓଟିଭି ପକ୍ଷରୁ ଏଭଳି କୌଣସି ସର୍ଭେ କରାଯାଇ ନାହିଁ। ତେଣୁ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ସର୍ଭେ ଫଟୋ ସମ୍ପୂର୍ଣ୍ଣ ଫେକ୍। ଏହି ଫେକ୍‌ ସର୍ଭେ ରିପୋର୍ଟକୁ କିଏ ଓ କେଉଁ ଉଦ୍ଦେଶ୍ୟରେ ସୋସିଆଲ୍‌ ମିଡିଆ ରେ ଶେୟାର କରୁଛି ତାହା ଜଣାପଡ଼ିନି।

ସୂଚନାଥାଉ କି, ଆଜି ଧାମନଗର ଉପନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏ ଭୋଟ୍‌ ଗ୍ରହଣ ଚାଲିବ। ଉପନିର୍ବାଚନ ମଇଦାନରେ ଅଛନ୍ତି ୫ଜଣ ପ୍ରାର୍ଥୀ। ମୋଟ୍ ୨୫୨ଟି ବୁଥ୍ ଥିବାବେଳେ ଏହା ମଧ୍ୟରୁ ୧୧୦ଟି ସମ୍ବେଦନଶୀଳ ବୁଥ୍ ରହିଛି। ସେଥିମଧ୍ୟରୁ ୧୨୬ଟି ୱେବ୍‌ କାଷ୍ଟିଂ ହେବ। ୨୫ ମାଇକ୍ରୋ ଅବ୍‌ଜରଭର୍‌ ରହିଛନ୍ତି। ୧୫ଟି ମଡେଲ ବୁଥ୍‌ ଓ ୫ଟି ପିଙ୍କ୍ ବୁଥ୍ କରାଯାଇଛି।

Dhamnagar Bypoll
Advertisment
Advertisment