• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଇଂଜିନିୟର ଏବେ ଜଣେ ସଫଳ ଚାଷୀ । ଦିନେ ପାୱାରପ୍ଲାଣ୍ଟରେ ଚାକିରି କରୁଥିବା ଯୁବ ଇଂଜିନିୟର, ଏବେ କୁକୁଡ଼ା ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଏବେ ଅନ୍ୟ ଯୁବକଙ୍କୁ ବି ଦେଇଛନ୍ତି ଚାକିରି । ଏବେ ତାଙ୍କ ଫାର୍ମରୁ ପ୍ରତିଦିନ ପ୍ରାୟ ୬ହଜାର ଅଣ୍ଡା ଉତ୍ପାଦନ ହେଉଥିବା ବେଳେ, ବର୍ଷକୁ ରୋଜଗାର କରୁଛନ୍ତି ୧୦ ଲକ୍ଷ ଟଙ୍କା ।

ଅଧିକ ପଢ଼ନ୍ତୁ: ବିଟେକ୍‌ରୁ ସଫଳ ଚାଷୀ; ଚାକିରି ପଛରେ ନ ଧାଇଁ ବି ଲକ୍ଷପତି

ଭଲ ଚାକିରୀ ତ ଥିଲା କିନ୍ତୁ ଥିଲା ଅଧିକ ଟେନସନ । ଚାକିରିରୁ ଯେତିକି ମିଳୁଥିଲା ସଞ୍ଚୟ କରିବା ମୁସକିଲ୍ ହୋଇପଡ଼ୁଥିଲା ।କ’ଣ କରିବେ ଭାବି ଶେଷରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଚାକିରୀ ଛାଡ଼ି ଗାଁକୁ ଆସିଲେ । ନିଜ ସ୍ୱପ୍ନର ବ୍ୟବସାୟ ଆରମ୍ଭ କଲେ ।କୁକୁଡ଼ା ପାଳନ କରି ଭଲ ଦି ପଇସା ରୋଜଗାର ସହ ଅନ୍ୟ କିଛି ଯୁବକଙ୍କୁ ସ୍ୱାବଲମ୍ବୀ କରାଇ ପାରିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଇପୁରର ଯୁବ ଇଞ୍ଜିନିୟର ସୁଶାନ୍ତ ଖଟୁଆ ।

କର୍ମକ୍ଷେତ୍ରରେ ପରିଶ୍ରମ ଏବଂ ପାରିଶ୍ରମିକକୁ ନେଇ ଅସନ୍ତୁଷ୍ଟ ଥିବା ଜଣେ ଯୁବକ ଶେଷରେ ସ୍ୱପ୍ନ ଦେଖନ୍ତି ନିଜକୁ ନିଜେ ସ୍ୱାବଲମ୍ବୀ କରିବା ସହ ଅନ୍ୟକୁ ରୋଜଗାର ଦେବେ । ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ଚାକିରୀ ଛାଡ଼ି ଗାଁକୁ ଆସିଲେ ଏବଂ କୁକୁଡ଼ା ଫାର୍ମ କରି ବ୍ୟବସାୟ ଆରମ୍ଭ କଲେ । ଆରମ୍ଭ ହୋଇଥିବା ବ୍ୟବସାୟ ଧିରେ ଧିରେ ବଡ଼ ହେବାକୁ ଲାଗିଲା । ୩୦୦ କିସମର ୬ହଜାରରୁ ଅଧିକ କୁକୁଡ଼ା ଚାଷ କରି ବାର୍ଷିକ ୧୦ ଲକ୍ଷ ଟଙ୍କା ଯାଏ ଆୟ କରିପାରୁଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଇପୁରର ଯୁବ ଇଞ୍ଜିନିୟର ସୁଶାନ୍ତ ଖଟୁଆ । ତାଙ୍କର ସଫଳତାର କାହାଣୀ ଆଜି କେବଳ ଜିଲ୍ଲା କାହିଁକି ଜିଲ୍ଲା ବାହାରେ ମଧ୍ୟ ଚର୍ଚ୍ଚାରେ ରହିଛି ।

ସୁଶାନ୍ତଙ୍କ କୁକୁଡ଼ା ଫାର୍ମରୁ ପ୍ରତ୍ୟେକ ଦିନ ୫ ହଜାରରୁ ଅଧିକ ଅଣ୍ଡା ଉତ୍ପାଦନ ହୁଏ । ସୁଶାନ୍ତ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ୟବସାୟ, ଖୁଚୁରା ଦୋକାନୀ ,ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ବିକ୍ରି କରୁଛନ୍ତି । କମ ଦାମରେ ଅଣ୍ଡା ମିଳୁଥିବାରୁ ଗ୍ରାମବାସୀ ମଧ୍ୟ କିଣିନେଉଛନ୍ତି। ଛୋଟ ଛୋଟ ଦୋକାନୀ ବି ଭଲ ଦି ପଇସା ରୋଜଗାର କରୁଛନ୍ତି । ଆଧୁନିକ ପଦ୍ଧତିରେ କୁକୁଡ଼ା ପାଳନ କରି ଏବେ ଚର୍ଚ୍ଚାରେ ଅଛନ୍ତି ସୁଶାନ୍ତ । ତାଙ୍କ ଧର୍ମପତ୍ନୀ ମଧ୍ୟ ଏଥିରେ ସହଯୋଗ କରନ୍ତି । ନିଜର ନିଷ୍ପତ୍ତି ଏବଂ ପରିଶ୍ରମର ଫଳ ମିଳୁଥିବାରୁ ବେଶ୍ ଖୁସି ଜାହିର କରିଛନ୍ତି ।