Advertisment

ଆଜି ଆସିବ ଧାମନଗର ରାୟ: ଭୋଟ୍‌ ଗଣତି ପୂର୍ବରୁ ବଢ଼ିଲାଣି ପ୍ରାର୍ଥୀଙ୍କ ହାର୍ଟବିଟ୍‌

ସାଢେ ୮ଟାରୁ ଆରମ୍ଭ ହେବ ଇଭିଏମ୍ କାଉଣ୍ଟିଂ।  ୧୮ ରାଉଣ୍ଡରେ ଗଣତି ସରିବା ପରେ ୫ଟି ବୁଥ୍‌ର ଭିଭିପାଟ୍ ଗଣତି କରାଯିବ।  ଦିନ ୨ଟା ସୁଦ୍ଧା ଫଳାଫଳ ମିଳିଯିବା ଆଶା କରାଯାଉଛି।

author-image
Rajalaxmi Sahoo
Today Dhamnagar Bypoll Results

Today Dhamnagar Bypoll Results

ଧାମନଗରରେ କିଏ ମାରିବ ବାଜି ? କାହାକୁ ନେତା ଭାବେ ବାଛିବେ ଧାମନଗରବାସୀ ? ଧାମନଗର ଫଳାଫଳ ଉପରେ ସାରା ରାଜ୍ୟର ନଜର। ଆଜି ଆସିବ ଧାମନଗର ଉପନିର୍ବାଚନ ରେଜଲ୍ଟ।  କିଏ ନିର୍ବାଚନରେ ବିଜୟୀ ହେବ, ତାହା ଭୋଟ୍ ଗଣତି ପରେ ହିଁ ସ୍ପଷ୍ଟ ହୋଇଯିବ। ସକାଳ ୮ଟାରୁ ଗଣତି ଆରମ୍ଭ ହେବ।  ମୋଟ୍‌ ୧୪ଟି ଟେବୁଲ୍‌ରେ ୧୮ ରାଉଣ୍ଡ୍‌ ଗଣତି କରାଯିବ। ୨୫୨ ବୁଥ୍‌ର ଭୋଟ୍‌  ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି କରାଯିବ।

Advertisment

ଏହାପରେ ସାଢେ ୮ଟାରୁ ଆରମ୍ଭ ହେବ ଇଭିଏମ୍ କାଉଣ୍ଟିଂ।  ୧୮ ରାଉଣ୍ଡରେ ଗଣତି ସରିବା ପରେ ୫ଟି ବୁଥ୍‌ର ଭିଭିପାଟ୍ ଗଣତି କରାଯିବ।  ଦିନ ୨ଟା ସୁଦ୍ଧା ଫଳାଫଳ ମିଳିଯିବା ଆଶା କରାଯାଉଛି। ରାଜ୍ୟ ନିର୍ବାଚନ ଅଫିସ ସମେତ results.eci.gov.in ୱେବ୍‌ସାଇଟ୍‌ରେ ମଧ୍ୟ ଉପନିର୍ବାଚନ ଫଳାଫଳ ଉପଲବ୍ଧ ହେବ। 

ସେପଟେ ଗଣତି ପୂର୍ବରୁ ବଢ଼ିଲାଣି ପ୍ରାର୍ଥୀଙ୍କ ହାର୍ଟବିଟ୍‌। ଧାମନଗରରେ ଏଥର ହୋଇଛି କଡ଼ା ଟକ୍କର।  ବିଜେଡିିର ଅବନ୍ତୀ ଦାସ ଓ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଭୋଟ୍ ଗଣତି ପାଇଁ ଭଦ୍ରକ ସଂସ୍କୃତି ଭବନରେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି। କେବଳ ଅନୁମତି ମିଳିଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ର ପରିସରକୁ ଛଡାଯିବ।

Advertisment

ଗତକାଲି ଭଦ୍ରକ ଜିଲ୍ଲାପାଳ ଓ ଏସ୍‌ପି ଗଣତି କେନ୍ଦ୍ର ପ୍ରସ୍ତୁତିର ଅନୁଧ୍ୟାନ କରିଥିଲେ। ଗଣତି ପାଇଁ ୧୦ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ ଫୋର୍ସ ସହ ଏକ ପ୍ଲାଟୁନ୍ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି। ଭୋଟ୍ ଗଣତି କେନ୍ଦ୍ରର ୧୦୦ ମିଟର ଦୂରରେ ଗାଡି ପାର୍କିଂ କରାଯାଉଛି। ଯେଉଁମାନେ ଅଥରିଟି କାର୍ଡ ରାଜ୍ୟ ନିର୍ବାଚନ ଅଧିକାରୀ କିମ୍ବା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରୁ ପାଇଥିବେ, ସେହିମାନଙ୍କୁ କେବଳ ଗଣତି କେନ୍ଦ୍ର ପରିସରକୁ ଛଡାଯିବ ବୋଲି ଏସ୍‌ପି କହିଛନ୍ତି।

Dhamnagar Bypoll
Advertisment
Advertisment