• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Berhampur

Sumit-Tapaswini Marital Discord
ତପସ୍ୱିନୀଙ୍କ ଆଖିରେ ଖୁସିର ଲୁହ, କହିଲେ- ‘ସୁମିତଙ୍କୁ ପାଇବା ପାଇଁ ପ୍ରଭୁ ଜଗନ୍ନାଥ ମୋତେ ସାହା ହେଲେ’

ସୁମିତଙ୍କ ଘରେ ତପସ୍ୱିନୀ ରହିବା ନେଇ କୋର୍ଟ ରାୟ ଶୁଣାଇ ଥିବାବେଳେ ଖର୍ଚ୍ଚ ପାଇଁ ପ୍ରତି ମାସରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ସୁମିତ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 Tapaswini Sumit Dispute
କୋର୍ଟଙ୍କ ବଡ଼ ରାୟ : ସୁମିତ୍‌ଙ୍କ ଘରେ ରହିବେ ତପସ୍ୱିନୀ

ତପସ୍ୱନୀ ଜିତିଲେ। ଏଣିକି ସୁମିତଙ୍କ ଘରେ ରହିବେ ତପସ୍ୱନୀ। କୋର୍ଟ ତପସ୍ୱନୀଙ୍କ ସପକ୍ଷରେ ଶୁଣାଇଲେ ରାୟ। ଦୀର୍ଘ ଡାକ୍ତର ସୁମିତ ଓ ତପସ୍ୱିନୀ ବିବାହ ବିବାଦ ମାମଲା

cyber fraud
ବିନା OTP, ବିନା ମେସେଜ୍‌ରେ ଆକାଉଣ୍ଟରୁ ୧ ଲକ୍ଷ ୪୮ ହଜାର ଟଙ୍କା ଗାଏବ

ଯଦି ଅନ୍‌ଲାଇନ୍‌ରୁ ଜିନିଷ କିଣୁଛନ୍ତି, ତା’ହେଲେ ଅନ୍‌ଲାଇନ୍‌ ପେମେଣ୍ଟ୍‌ ବେଳେ ସାବଧାନ ରୁହନ୍ତୁ। ନଚେତ୍‌ ଟିକିଏ ଅସାବଧାନତା ଯୋଗୁ ଆପଣ ଠକାମିର ଶିକାର ହୋଇପାରନ୍ତି।

junior Doctors Protest
ତୀବ୍ର ହେଉଛି ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ, ରୋଗୀ ହନ୍ତସନ୍ତ

ପିଜି ଡାକ୍ତରୀ ଛାତ୍ରଛାତ୍ରୀମାନେ କଳା ବ୍ୟାଜ୍ ପିନ୍ଧି ପ୍ରତୀକାତ୍ମକ ବିରୋଧ କରିବା ସହ ନାରାବାଜି ମଧ୍ୟ କରିଥିଲେ ।

winter
ହାଡ଼ ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଥଣ୍ଡା । ଗତକାଲି ସୁନ୍ଦରଗଡ଼ ସବୁଠାରୁ ଥଣ୍ଡା ସହର ହୋଇଥିବା ବେଳେ ଫୁଲବାଣୀ, ଦାରିଙ୍ଗିବାଡ଼, ଟିଟିଲାଗଡ଼ ଏବଂ ବୌଦ୍ଧରେ ସର୍ବନିମ୍ନ ପାରଦ ରେକର୍ଡ କରାଯାଇଛି ।

Tapaswini
ମାସେ ପରେ ହେଲାଣି, ସମାଧାନର ବାଟ ବାହାରୁନି ! ଏବେ ତପସ୍ୱିନୀଙ୍କୁ କୋର୍ଟଙ୍କ ଝଟ୍‌କା

ତପସ୍ୱିନୀଙ୍କ ଓକିଲ ଏବେ ଏନେଇ ଜିଲ୍ଲା କୋର୍ଟରେ ଆବେଦନ କରିଛନ୍ତି । ଏହାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି ।

Tapaswini-Sumit Marital Dispute
ତପସ୍ୱିନୀଙ୍କ ଶ୍ୱଶୂର ଘର ସାମ୍ନାରେ ୧୪୪ ଧାରା ଜାରି କଲା ପୋଲିସ୍‌

ସୁମିତ୍‌ଙ୍କ ଘର ସାମ୍ନାରେ ୧୪୪ ଧାରା ଲାଗୁ ହେଲା। ବ୍ରହ୍ମାନଗର ଅଂଚଳରେ ଥିବା ସୁମିତଙ୍କ ଘର ଆଗରେ ପୋଲିସ ୧୪୪ ଧାରା ଲାଗୁ କରିଛି। ସୂଚନା ଅନୁସାରେ, ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଧାରା ଲାଗିଛି।

Tapaswini Das
ସୁମିତ-ତପସ୍ୱିନୀଙ୍କ ଦାମ୍ପତ୍ୟ କଳିରେ ଟ୍ୱିଷ୍ଟ, ଭାଇରାଲ ହେଲା ଭିଡିଓ

ଭିଡ଼ିଓଟି କେବେକାର ଏବଂ କାହିଁକି ସେ ସୁମିତଙ୍କଠାରୁ ୮ ଲକ୍ଷ ଟଙ୍କା ଦାବି କରିଥିଲେ, ସେନେଇ ତପସ୍ୱିନୀ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି, ଘଟଣାଟି ବର୍ଷେ ତଳର ।

Tapaswini- Sumit
ପୁଣି ଶୀତ କାକରରେ ତମ୍ବୁଟାଣି ବସିଲେ ତପସ୍ୱିନୀ, ଏଥର ଗୋଟିଏ ଜିଦ୍‌..

ସନ୍ଧ୍ୟାରେ ସେଇଠି ରନ୍ଧାବଢ଼ା କରି ଖିଆପିଆ କଲେ । ପୁଣି ବସିରହିଲେ ସେହି ଜାଡ଼ରେ । କାରଣ, ଯେଉଁ ଗେଷ୍ଟ ହାଉସ୍‌କୁ ଯାଇ ସପ୍ତାହେ ରହିଥିଲେ ତପସ୍ୱିନୀ ଓ ସୁମିତ, ପରବର୍ତ୍ତୀ ସମୟରେ ସେହି ଗେଷ୍ଟହାଉସ୍ କୁଆଡ଼େ ତାଙ୍କୁ ମନା କରିଦେଲା । 

Tapaswini Sumit
ସୁଧୁରୁନି ସମ୍ପର୍କ ! ଆଡିଓ ମେସେଜରେ ସୁମିତ କହିଲେ, ‘ମୋ ଜୀବନ ବର୍ବାଦ କରିଦେଲେଣି ତପସ୍ୱିନୀ’

ତପସ୍ୱିନୀ ଲାଇଫ୍ ବର୍ବାଦ୍ କଲେଣି, ଆହୁରି କରିଚାଲିଛନ୍ତି । ଏହାସତ୍ତ୍ୱେ ବି କାହିଁକି ସେ ମୋ ସହ ରହିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ମୋର ବି ମୌଳିକ ଅଧିକାର ଅଛି, ସ୍ୱାଧୀନତା ଅଛି । ମୁଁ ତପସ୍ୱିନୀ ଦ୍ୱାରା ପରିଚାଳିତ ନୁହେଁ ଯେ, ତାଙ୍କୁ ପଚାରି ସବୁକିଛି କରିବି ବୋଲି ସୁମିତ୍ କହିଛନ୍ତି ।

Berhampur Marital Discord Case
ତପସ୍ୱିନୀ କହିଲେ- ‘ସମ୍ପର୍କ ଠିକ୍‌ ଥିଲା’, ହେଲେ ସୁମିତଙ୍କ....

କେଉଁଠି ଅଛନ୍ତି ଡାକ୍ତର ସୁମିତ ? ସ୍ୱାମୀ ଡାକ୍ତର ସୁମିତ ସାହୁ କେଉଁ ଆଡ଼େ ଚାଲି ଯାଇଥିବା ଖୋଦ୍ ପତ୍ନୀ ତପସ୍ୱିନୀ ଅଭିଯୋଗ କରିଛନ୍ତି। ହେଲେ ଏହା ଉପରେ ସୁମିତଙ୍କ ଓକିଲ ସଫେଇ ରଖିଛନ୍ତି।

Odisha Omicron
ରାଜ୍ୟରେ ଓମିକ୍ରନ୍‌ ପଶିନି, ହେଲେ ସ୍କୁଲ ଗୁଡ଼ିକରେ ମାଡ଼ିଲାଣି କରୋନା

ଗତ ନଭେମ୍ବର ୨୯ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଟେଷ୍ଟିଂ ଲ୍ୟାବ୍‌ରୁ ୨୪୬ଟି ପଜିଟିଭ ନମୁନା ଜିନମ୍ ସିକ୍ୱେନ୍ସିଂ ଲାଗି ଆସିଥିଲା । କୌଣସି ଗୋଟିଏ ବି ନମୁନାରେ ଓମିକ୍ରନ୍ ଭୂତାଣୁ ଠାବ ହୋଇନି ।

Tapaswini
୭ ଦିନ ଏକାଠି ରହିଲେ, ତଥାପି ମନ ମିଶିଲାନି ? ଏବେ ସୁମିତ ଗାଏବ !

ସୁମିତ ଓ ତପସ୍ୱିନୀଙ୍କ ଦାମ୍ପତ୍ୟ କଳହକୁ ନେଇ ବିବାଦ ପରେ ଶ୍ୱଶୁର ଘର ଆଗରେ ଧାରଣାରେ ବସି ଚର୍ଚ୍ଚାକୁ ଆସିଥିଲେ ଗଂଜାମ ଛତ୍ରପୁର ଅଞ୍ଚଳର ତପସ୍ୱିନୀ ଦାସ ।

Tapaswini - Sumit
ହକ୍‌ ପାଇଲେ ତପସ୍ୱିନୀ ! ଏଥର ସ୍ୱାମୀଙ୍କ ସହ ରହିବେ

ଆଜିକୁ ୭ ଦିନ ଧରି ପୋଲିସ ସୁରକ୍ଷାରେ ଥିବା ସ୍ୱାମୀ-ସ୍ତ୍ରୀଙ୍କ ନିକଟରୁ ପୋଲିସ ସୁରକ୍ଷାକୁ ହଟାଯାଇଛି । ତେବେ ସେମାନଙ୍କ ସମ୍ପର୍କରେ ପ୍ରତି ୭ ଦିନରେ ପୋଲିସ ରିପୋର୍ଟ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି । 

Cyclone Jawad
ବର୍ଷ ଯାକର ପରିଶ୍ରମ ପାଣିରେ ଭାସିଗଲା, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

ଗଞ୍ଜାମ ଖଲ୍ଲିକୋଟ ବ୍ଲକ୍ ଅଞ୍ଚଳରେ ରେକର୍ଡ ହୋଇଛି ୧୫୮ ମିଲିମିଟର ବର୍ଷା । ପ୍ରବଳ ବର୍ଷା ଯୋଗୁ ଉଜୁଡି ଯାଇଛି ଧାନ ଓ ପନିପରିବା ଫସଲ । କ୍ଷେତରେ କଟା ସରିଥିଲା ଧାନ, ଖଳାକୁ ଯିବା ଆଗରୁ ମାଡ଼ିଆସିଲା ବାତ୍ୟାଜନିତ ବର୍ଷା ।

Custodial Death
ବହୁ ଚର୍ଚ୍ଚିତ ହାଜତ ମୃତ୍ୟୁ ଘଟଣାରେ ହେବ ତଦନ୍ତ, ପୋଲିସ ମୁଣ୍ଡରେ ଝୁଲୁଛି ଖଣ୍ଡା

ପୋଲିସ ହେପାଜତରେ ଥିବା ବେଳେ ଯୁବକଙ୍କ ମୃତ୍ୟୁ । ଏହି ଘଟଣାରେ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ ।

Berhampur Tapaswini Case
କୋର୍ଟଙ୍କ କଥା ଶୁଣିଲେନି; କହିଲେ ‘ମୁଁ ସଖି କେନ୍ଦ୍ରକୁ ଯିବିନି, ଶ୍ୱଶୂର ଘର ଦୁଆରେ ବସିବି’

ବୋହୂ ତପସ୍ୱିନୀ କହିଛନ୍ତି ‘ମୁଁ ସଖି କେନ୍ଦ୍ରକୁ ଯିବିନି । ମୋ ପ୍ରତି ଅନ୍ୟାୟ ହୋଇଛି । ମୁଁ ଯେଉଁଠି ବସିଥିଲି ସେଇଠି ବସିବି । ମୋତେ ବୋହୂ ହିସାବରେ ନନେବା ଯାଏ ମୁଁ ବସିବି ବୋଲି କହିଛନ୍ତି ତପସ୍ୱିନୀ ।’

Loot
ମା’ ଡାକ ଦେଇ ବିଶ୍ୱାସ ଜନ୍ମାଇଲା, ପରେ ଘରେ କଳାକନା ବୁଲାଇଲା ଧରମ ଝିଅ

ଗତ ୨୦୧୭ ମସିହାରେ ସ୍ୱାମୀ ମର୍ଡର କେଶରେ ସମ୍ପୃକ୍ତ ଥାଇ ଜେଲ ଯାଇଥିଲେ ଅଭିଯୁକ୍ତାଜଣକ । ଜେଲ୍‌ରୁ ଫେରିଲା ପରେ କେଶ ଲଢ଼ିବା ପାଇଁ ଟଙ୍କାର ଆବଶ୍ୟକ ଥିବାରୁ ବସଷ୍ଟାଣ୍ଡମାନଙ୍କରେ ଲୋକଙ୍କୁ ଟାର୍ଗେଟ କଲେ ।

Meet National Record Holder Weightlifter From Odisha's Berhampur
ବିଶ୍ୱ ବଡି ବିଲ୍ଡିଂ ଚାମ୍ପିୟନସିପ୍‌ରେ ଜିତି ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ

ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ସାହିର ଭାରୋତ୍ତୋଳକ ତଥା ବଡିବିଲ୍ଡର ଅର୍ଜୁନ ସାହୁ ୫୫ କିଲୋ ବର୍ଗରେ ଦେଶ ପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବରରେ ତାସକେଣ୍ଟରେ ଅନୁଷ୍ଠିତ ବିଶ୍ଵ ବଡିବିଲଡିଂ ଚାମ୍ପିଅନସିପରେ ପଦକ ବିଜୟୀ ହୋଇଥିଲେ। ଏଥିପାଇଁ ତାଙ୍କୁ ଆର୍ମି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।

Ranapa Folk Dance
ଓଡ଼ିଶାର ଲୋକକଳା ରଣପା ନୃତ୍ୟ କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ କୁନି ପୁଅ

ରଣପା ନୃତ୍ୟ ଓଡ଼ିଶାର ଏକ ପୁରାତନ ଲୋକକଳା । ଯାହା ଏବେ ବିଲୁପ୍ତ ପ୍ରାୟ । ଆଜି କାଲିର ଡିଜେ ଓ ଫ୍ୟୁଜନ୍‌ ମ୍ୟୁଜିକ୍‌ ଭିତରେ ରଣପା ହଜିଯାଇଥିବା ବେଳେ ଏବେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Vegetable Price Hike
କାର୍ତ୍ତିକ ମାସ; ପରିବା ଦର, ଯାହା କିଣିବ ୮୦ ଟଙ୍କା ଉପରେ !

ଘରକୁ କେଉଁ ପରିବା ନେଲେ ଚଳିଯିବ, ଲୋକେ ଆକଳନ କରିପାରୁନାହାନ୍ତି । ଅଧିକାଂଶ ପରିବା ଦର ଏବେ ୫୦ଟଙ୍କା ଉପରେ ଥିବାରୁ ଯିଏ ବି ପରିବା ଘରକୁ ନେଉଛି ଆଗଭଳି ନେଉନାହାନ୍ତି ବରଂ ଅଧକିଲୋ, ଅଢେଇଶହରେ ଚଳାଇ ଦେଉଛନ୍ତି ଗ୍ରାହକ ।

accident
ଡେଥ୍ ଜୋନ୍‌ ପାଲଟିଛି ରାସ୍ତା: ମାର୍କେଟ୍‌ ଆସିବାକୁ ବି ଭୟ କରୁଛନ୍ତି ଲୋକେ, ଗଲାଣି ଶତାଧିକ ଲୋକଙ୍କ ଜୀବନ

ମରଣଯନ୍ତା ପାଲଟିଛି ବ୍ରହ୍ମପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ। ଦୁର୍ଘଟଣା ବଢିବା ସହ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ୩ ବର୍ଷ ମଧ୍ୟରେ ଗଲାଣି ଶତାଧିକ ଜୀବନ।

GOLD Seized
ଏତେ ସୁନା ! ଏତେ ଟଙ୍କା ! ଏକାଠି ଦେଖିବା ସାଧାରଣ ଲୋକଙ୍କ ପାଇଁ ମୁସ୍କିଲ ନୁହେଁ ନାମୁମ୍‌କିନ୍‌

ପ୍ରାୟ ୮ କିଲୋଗ୍ରାମରୁ ଅଧିକ ସୁନା ଜବତ କରିଛି ପୋଲିସ । ଖୋଜ୍ଜାପଲ୍ଲୀ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ଏହି ପରିମାଣର ସୁନା ଜବତ ହୋଇଛି ।

Couple Found Dead
ରହସ୍ୟ ଘେରରେ ଦମ୍ପତିଙ୍କ ମୃତ୍ୟୁ: ମିଳିଲା ପରିଚୟ, ବେଳାଭୂମିରୁ ଉଦ୍ଧାର ହୋଇଥିଲା ମୃତଦେହ

ଗୋପାଳପୁର ଓ ଉପୁଳାପୁଟି ବେଳାଭୂମିରୁ ଉଦ୍ଧାର ହୋଇଥିବା ୨ଟି ମୃତଦେହର ପରିଚୟ ମିଳିଛି। ମୃତକଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କ ପୁଅ ପରିଚୟ ଜାଣି ପୋଲିସ୍ ସହ ଯୋଗାଯୋଗ କରିଥିଲେ।

weather
ଟଳିଲା ବାତ୍ୟା ଭୟ; ଓଡ଼ିଶାରେ ନାହିଁ ପ୍ରଭାବ, ଉପକୂଳ ଅତିକ୍ରମ କଲା ଗୁଲାବ

ଟଳିଲା ବାତ୍ୟା ଭୟ । ଓଡ଼ିଶାରେ ନାହିଁ ବାତ୍ୟା ପ୍ରଭାବ । ଉପକୂଳ ଅତିକ୍ରମ କଲା ବାତ୍ୟା ଗୁଲାବ । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କଲା ଗୁଲାବ ।