Advertisment

କୋର୍ଟଙ୍କ ବଡ଼ ରାୟ : ସୁମିତ୍‌ଙ୍କ ଘରେ ରହିବେ ତପସ୍ୱିନୀ

ତପସ୍ୱନୀ ଜିତିଲେ। ଏଣିକି ସୁମିତଙ୍କ ଘରେ ରହିବେ ତପସ୍ୱନୀ। କୋର୍ଟ ତପସ୍ୱନୀଙ୍କ ସପକ୍ଷରେ ଶୁଣାଇଲେ ରାୟ। ଦୀର୍ଘ ଡାକ୍ତର ସୁମିତ ଓ ତପସ୍ୱିନୀ ବିବାହ ବିବାଦ ମାମଲା

author-image
Sarbeswar
ଅଦ୍ୟତନ ହୋଇଛି
 Tapaswini Sumit Dispute

Tapaswini Sumit Dispute

ତପସ୍ୱନୀ ଜିତିଲେ। ଏଣିକି ସୁମିତଙ୍କ ଘରେ ରହିବେ ତପସ୍ୱନୀ। କୋର୍ଟ ତପସ୍ୱନୀଙ୍କ ସପକ୍ଷରେ ଶୁଣାଇଲେ ରାୟ। ଦୀର୍ଘଦିନ ହେବ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଥିଲେ ବୋହୂ ତପସ୍ୱନୀ। ତେବେ ଡାକ୍ତର ସୁମିତ ଓ ତପସ୍ୱିନୀ ବିବାହ ବିବାଦ ମାମଲାରେ ତପସ୍ୱିନୀଙ୍କ ବଡ଼ ବିଜୟ ହୋଇଛି। ସୁମିତଙ୍କ ସହ ତାଙ୍କ ବ୍ରହ୍ମାନଗର ଘରେ ହିଁ ରହିବେ ତପସ୍ୱିନୀ । ସୁମିତ-ତପସ୍ୱିନୀ ମାମଲାରେ ଜିଲ୍ଲା ଜଜ୍ କୋର୍ଟ ବଡ଼ ରାୟ ପ୍ରକାଶ କରିବା ପରେ  ଏବେ ସାରା ରାଜ୍ୟରେ ବେଶ୍‌ ଚର୍ଚ୍ଚା ଚାଲିଛି । କେବଳ ଏତିକି ନୁହେଁ ବରଂ ଏହାସହ ଖର୍ଚ୍ଚ ପାଇଁ ପ୍ରତିମାସରେ ତପସ୍ୱନୀଙ୍କୁ ୧୭ ହଜାର ଟଙ୍କା ସୁମିତ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ମାସର ୧୦ ତାରିଖ ସୁଦ୍ଧା ୧୭ ହଜାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ରାୟ ନେଇ ତପସ୍ୱନୀଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ସୁମିତଙ୍କ ଆବେଦନ କୋର୍ଟ ଖାରଜ କରିଥିବା କହିଲେ ତପସ୍ୱିନୀଙ୍କ ଓକିଲ। ଏହାସହ ସ୍ୱାମୀଙ୍କ ସହ ରହିବାକୁ ୪୪ ଦିନ ଧରି ଧାରଣାରେ ବସିଥିଲେ ତପସ୍ୱିନୀ। ମଝିରେ କେବଳ ୭ ଦିନ କୋର୍ଟ ନିର୍ଦ୍ଦେଶରେ ସ୍ୱାମୀଙ୍କ ସହ ଥିଲେ।

Advertisment

ସୂଚନା ଅନୁସାରେ, ସୁମିତଙ୍କ ପରିବାର ପକ୍ଷରୁ ଦାଏର ହୋଇଥିଲା ଛାଡ଼ପତ୍ର ମାମଲା। ଉଭୟଙ୍କ ଏହି ଟଣାଓଟରା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ମାମଲା ଦାୟର ହୋଇଛି । ନିମ୍ନ କୋର୍ଟରେ ମାମଲା ଅଗ୍ରାହ୍ୟ ହେବା ପରେ ତପସ୍ୱିନୀ ଜିଲ୍ଲା କୋର୍ଟକୁ ଯାଇଥିଲେ। ା ତେଣୁ ଆଜି କୋର୍ଟ କଣ ରାୟ ଦେଉଛନ୍ତି ତା ଉପରେ ନଜର ରହିଥିଲା ।

ତେବେ ଆଜି ସକାଳେ ତପସ୍ୱିନୀ କହିଥିଲେ ଯେ, ଆଜି କୋର୍ଟଙ୍କ ରାୟ, ମୋତେ ନ୍ୟାୟ ଦେବ, ଆଜି ହିଁ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ମୁଁ ଆଶା କରୁଛି। ଆଉ ଏହାହିଁ ହେଲା। ଆଜିଠୁ ତପସ୍ୱନୀ ସୁମିତଙ୍କ ସହ ହିଁ ରହିବେ। ତେବେ ଏହାପୂର୍ବରୁ ସେ କହିଥିଲେ ଯେ,  ଯେ ମୁଁ ଛାତିକୁ ପଥର କରିଦେଇଛି। ଲୋକ ଭଲ କୁହନ୍ତୁ କିମ୍ବା ଖରାପ କୁହନ୍ତୁ, ମୁଁ ତାହାକୁ ଗ୍ରହଣ କରିବି। ଯଦି ଲୋକ କଣ କହୁଛନ୍ତି, ମୁଁ ଯଦି ଦେଖିଥାନ୍ତି ବୋଧହୁଏ ଆଜି ମୁଁ ଏଠି ନଥାନ୍ତି। ଉଭୟଙ୍କ ସହମତିରେ ଆମେ ଲଭ ମ୍ୟାରେଜ ଓ ରେଜିଷ୍ଟ୍ରି ମ୍ୟାରେଜ କରିଥିଲୁ। କିନ୍ତୁ ଶାଶୂ ଘର ଲୋକେ ନିର୍ଯାତନା ଦେଇଚାଲିଲେ। ମୋ ଯନ୍ତ୍ରଣାରୁ ମୁକ୍ତି ପାଇଁ ମୁଁ ଏଠି ବସିଛି। ମୁଁ ଏ ଘରୁ ଯେତିକି ନିର୍ଯାତନା ପାଇଛି, ମୁଁ ଆଦୌ ଭୁଲିପାରୁନି।  କେବଳ ଗର୍ଭପାତକୁ ଛାଡିଦେଲେ ମୋ ସ୍ୱାମୀ କେବେ ହାତ ଉଠାଇ ମାରିନାହନ୍ତି କି କଷ୍ଟ ଦେଇନାହାନ୍ତି ବୋଲି ତପସ୍ୱିନୀ କହିଥିଲେ।

Advertisment
Tapaswini-Sumit Dispute
Advertisment
Advertisment