Advertisment

ତପସ୍ୱିନୀଙ୍କ ଆଖିରେ ଖୁସିର ଲୁହ, କହିଲେ- ‘ସୁମିତଙ୍କୁ ପାଇବା ପାଇଁ ପ୍ରଭୁ ଜଗନ୍ନାଥ ମୋତେ ସାହା ହେଲେ’

ସୁମିତଙ୍କ ଘରେ ତପସ୍ୱିନୀ ରହିବା ନେଇ କୋର୍ଟ ରାୟ ଶୁଣାଇ ଥିବାବେଳେ ଖର୍ଚ୍ଚ ପାଇଁ ପ୍ରତି ମାସରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ସୁମିତ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sumit-Tapaswini Marital Discord

Sumit-Tapaswini Marital Discord

ପାଖାପାଖି ଦେଢ଼ ମାସ ହେବ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଥିବା ବୋହୂ ତପସ୍ୱିନୀଙ୍କୁ ଶେଷରେ ନ୍ୟାୟ ମିଳିଛି। ସୁମିତଙ୍କ ଘରେ ତପସ୍ୱିନୀ ରହିବା ନେଇ କୋର୍ଟ ରାୟ ଶୁଣାଇଛନ୍ତି। ବହୁ ଚର୍ଚ୍ଚିତ ତପସ୍ୱିନୀ ଦାଶ-ଡାକ୍ତର ସୁମିତ୍ ସାହୁଙ୍କ ପାରିବାରିକ ବିବାଦ ମାମଲାରେ ଜିଲ୍ଲା ଜଜ୍ କୋର୍ଟ ଆଜି ବଡ଼ ରାୟ ଶୁଣାଇଛନ୍ତି। 

Advertisment

ସୁମିତଙ୍କ ଘରେ ତପସ୍ୱିନୀ ରହିବା ନେଇ କୋର୍ଟ ରାୟ ଶୁଣାଇ ଥିବାବେଳେ ଖର୍ଚ୍ଚ ପାଇଁ ପ୍ରତି ମାସରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ସୁମିତ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ପ୍ରତି ମାସର ୧୦ ତାରିଖ ସୁଦ୍ଧା ୧୭ ହଜାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ରାୟ ନେଇ ତପସ୍ୱନୀଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି।

କୋର୍ଟଙ୍କ ରାୟ ଆସିବା ପରେ ଖୁସିରେ ତପସ୍ୱିନୀ କାନ୍ଦି ପକାଇଛନ୍ତି। ସେ କହିଛନ୍ତି, ‘ଧର୍ମର ଜୟ ହୋଇଛି। ସତ୍ୟର ଜୟ ହୋଇଛି। ସୁମିତଙ୍କୁ ପାଇବା ପାଇଁ ପ୍ରଭୁ ଜଗନ୍ନାଥ ମୋତେ ସାହା ହେଲେ। ଆଜି ନାରୀ ଜାତିର ଜୟ ହୋଇଛି। କୋର୍ଟଙ୍କ ରାୟରେ ମୁଁ ବହୁତ୍‌ ଖୁସି ଅଛି। ଏଥିପାଇଁ ମୁଁ ମାଜିଷ୍ଟ୍ରେଟ୍‌ ସାର୍‌ଙ୍କୁ ଧନ୍ୟବାଦ ଜଣାଉଛି।’

Advertisment

ତପସ୍ୱିନୀ ଆହୁରି କହିଛନ୍ତି ‘ମୁଁ ଏବେ ତାଙ୍କ(ସୁମିତ୍‌) ଘରେ ରହିବି। ଆଜି ସୁମିତ୍‌ ନ ଆସିଲେ ବି ମାସେ ପରେ ବି ତ ଆସିବେ। ଧୀରେ ଧୀରେ ମୁଁ ତାଙ୍କ ମନରେ ଜାଗା କିଣି ଦେବି। ମୁଁ ନିଶ୍ଚିତ ଯେ, ସେ ମୋତେ ଗ୍ରହଣ କରିବେ। ଆଉ ମୁଁ ସୁମିତ୍‌ଙ୍କୁ ଫେରି ପାଇବି। ଶାଶୁ, ଶ୍ୱଶୁର ଆଉ ଘୃଣା କି ନିର୍ଯାତନା ଦେବେ ନାହିଁ। ପୁଣିଥରେ ମୋତେ ନିର୍ଯାତନା ଦେଲେ ମୁଁ ପୁଣି ସ୍ୱର ଉଠାଇବି।’

ସୂଚନାଥାଉ କି, ନିଜର ହକ୍ ପାଇଁ ଦୀର୍ଘ ୪୪ ଦିନ ହେବ ତପସ୍ୱିନୀ ଶ୍ୱଶୁର ଘର ଆଗରେ ଧାରଣା ଦେଇଥିଲେ। ମଝିରେ କେବଳ ୭ ଦିନ କୋର୍ଟଙ୍କ ନିର୍ଦ୍ଦେଶରେ ସ୍ୱାମୀଙ୍କ ସହ ରହିଥିଲେ।

Tapaswini Dash Berhampur Marital Discord Case Dr Sumit Sahu Tapaswini-Sumit Dispute Sumit Tapaswini Sumit-Tapaswini Marital Discord
Advertisment
Advertisment