• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ରହ୍ମପୁର: ସୁମିତ-ତପସ୍ୱିନୀଙ୍କ ଦାମ୍ପତ୍ୟ କଳି ଭିତରେ ଏବେ ସେମାନଙ୍କର ଏକ ଭାଇରାଲ୍ ଭିଡ଼ିଓକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ଭିଡ଼ିଓରେ ତପସ୍ୱିନୀ ସୁମିତଙ୍କଠାରୁ ୮ ଲକ୍ଷ ଟଙ୍କା ଦାବି କରୁଥିବା ଦେଖିବାକୁ ମିଳିଛି । ଏପରିକି ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କକୁ ନେଇ ତିକ୍ତତା ଏବଂ ଉଚବାଚ ବି ହେଉଛି ।

 

ତେବେ ଏହି ଭିଡ଼ିଓଟି କେବେକାର ଏବଂ କାହିଁକି ସେ ସୁମିତଙ୍କଠାରୁ ୮ ଲକ୍ଷ ଟଙ୍କା ଦାବି କରିଥିଲେ, ସେନେଇ ତପସ୍ୱିନୀ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି, ଘଟଣାଟି ବର୍ଷେ ତଳର । ସୁମିତଙ୍କ ପରିବାର ଲୋକେ ୧୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ । ଏମ୍‌ବିବିଏସ୍ କୋର୍ସ ପାଇଁ ୮ ଲକ୍ଷ ଦେବାକୁ ତାଙ୍କ ବାପାଙ୍କୁ ସୁମିତଙ୍କ ବାପା କହିଥିଲେ । ଆଉ ଗାଈ ବିକି ସୁମିତଙ୍କ ପରିବାରକୁ ତାଙ୍କ ବାପା ୮ ଲକ୍ଷ ଟଙ୍କା ଦେଇଥିଲେ । ଟଙ୍କା ନେବା ପରେ ଡିଭୋର୍ସ ପାଇଁ ଯୋଜନା କରିଥିଲେ । ତେଣୁ ସେମାନେ ନେଇଥିବା ୮ ଲକ୍ଷ ଟଙ୍କା ପ୍ରଥମେ ଫେରାନ୍ତୁ ବୋଲି କହିଥିବା ନେଇ ତପସ୍ୱିନୀ ସ୍ପଷ୍ଟୀକରଣ ରଖିଛନ୍ତି । ତେବେ ଏନେଇ ସୁମିତ କିମ୍ବା ତାଙ୍କ ପରିବାର ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।

ଏବେ ଶୀତ କାକରରେ ଜରିପାଲ ଓ ମଶାରି ଟାଣି ସୁମିତଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ତପସ୍ୱିନୀ । ୩ ଦିନ ଧରି ଏହିଭଳି ବସିରହିବା ପରେ, ଆଜି ତପସ୍ୱିନୀ ସେଠାରେ ହିଁ ରୋଷେଇବାସ ଆରମ୍ଭ କରିଛନ୍ତି । କୋର୍ଟରେ ମାମଲା ଚାଲିଥିବାରୁ ଏହି ସମୟରେ ତାଙ୍କ ପାଖରେ ରହିବାକୁ କୌଣସି ସ୍ଥାନ ନାହିଁ ।  ତେଣୁ ନିଜ ଅଧିକାର ନପାଇବା ପର୍ଯ୍ୟନ୍ତ ସେଠାରେ ହିଁ କାଠ ଚୁଲି ଜାଳି ରୋଷେଇ କରି ଖାଇବେ ଏବଂ ବାହାରେ ହିଁ ବସିରହିବେ ବୋଲି ତପସ୍ୱିନୀ କହିଛନ୍ତି ।