/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740232060.jpg)
Train Accident in Balasore
ବାଲେଶ୍ୱରରେ ପୁଣି ରେଳ ଅଘଟଣ । ଚେନ୍ନାଇ- ନ୍ୟୁ ଜଲପାଇଗୁଡି ଟ୍ରେନ୍ରେ ଅଘଟଣ । ଫଳରେ ଏହି ଟ୍ରେନ୍ଟି ଅଧା ବାଟରେ ଅଟକି ରହିଛି । ଟ୍ରେନ୍ରୁ ବ୍ୟାଟେରୀ ବକ୍ସ ଖସି ପଡିବା ପରେ ଟ୍ରେନଟି ଅଟକି ରହିଛି । ଯାତ୍ରୀବାହୀ ଟ୍ରେନ୍ଟି ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ଅନ୍ୟପଟେ ଯାତ୍ରୀମାନେ ସୁରକ୍ଷିତ ରହିଥିବା ଜଣାପଡିଛି ।
ଦୀର୍ଘ ସମୟ ଧରି ଟ୍ରେନ୍ଟି ଅଟକି ରହିଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟ୍ରେନର ମରାମତି କାର୍ଯ୍ୟ ଜାରି ରହିଛି । ଏହି ଅଘଟଣ ବାଲେଶ୍ବର ସବିରା ଷ୍ଟେସନରେ ଘଟିଛି । କୌଣସି କାରଣରୁ ଟ୍ରେନ୍ର ବ୍ୟାଟେରୀ ଖସି ପଡିଥିବା ଜଣାଯାଇଛି ।
ଯାତ୍ରୀଙ୍କ କହିବା ଅନୁଯାୟୀ ଟ୍ରେନ୍ଟି ଦ୍ରୁତ ଗତିରେ ଯାଉଥିବା ବେଳେ ବ୍ୟାଟେରୀ ବକ୍ସ ଏବଂ ଇଞ୍ଜିନର ମୋଟର ଭାଙ୍ଗିଯାଇଛି । ଯାତ୍ରୀମାନେ କିଛି ଶବ୍ଦ ଶୁଣିବାକୁ ପାଇଥିଲେ । ପରେ ଟ୍ରେନ୍ଟି ରହିଯାଇଥିଲା ଏବଂ ଯାତ୍ରୀମାନେ ତଳକୁ ଓଲ୍ହାଇବା ପରେ ଟ୍ରେନ୍ର ବ୍ୟାଟେରୀ ଖସି ପଡିଥିବା ଦେଖିବାକୁ ପାଇଥିଲେ । ଲୋକ ପାଇଲଟ ଏ ସମ୍ପର୍କରେ ଜାଣିପାରିବାରୁ ବଡ଼ ଅଘଟଣରୁ ବଞ୍ଚିଯାଇଛନ୍ତି ଯାତ୍ରୀ । ପ୍ରାୟ ୪ ଘଣ୍ଟା ଅଟକି ରହିବା ପରେ ଟ୍ରେନ ଯାତ୍ରା ଆରମ୍ଭ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)