• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଟଳିଲା ବାତ୍ୟା ଭୟ । ଓଡ଼ିଶାରେ ନାହିଁ ବାତ୍ୟା ପ୍ରଭାବ । ଉପକୂଳ ଅତିକ୍ରମ କଲା ବାତ୍ୟା ଗୁଲାବ । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କଲା ଗୁଲାବ । ଆନ୍ଧ୍ର କଳିଙ୍ଗପଟ୍ଟନମ୍ ନିକଟରେ ସଂଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଉ କିଛି ସମୟ ଭିତରେ ସରିବ । ଅର୍ଥାତ୍ ଆଉ କିଛି ସମୟ ପରେ ସ୍ଥଳଭାଗ ଅତିକ୍ରମ କରିବ ଗୁଲାବ୍ । କିନ୍ତୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶା ଉପକୂଳରେ ପବନର ସେଭଳି ପ୍ରଭାବ ନାହିଁ । ଏବେ କଳିଙ୍ଗପଟ୍ଟନମଠାରୁ ୨୦ କିମି ଦୂରରେ ରହି ଗୁଲାବ ।

ତେବେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେଉଛି । ଗୁଲାବ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବା ୭ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେ ସବୁ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ଏହାବାଦ୍ ୧୦ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।

କଳିଙ୍ଗପଟ୍ଟନମଠାରୁ ୨୫ କିମି ଦୂରରେ ଟେକାଲି ଓ ମୋରିଗୁଡ଼ା ମଝିରେ ଲ୍ୟାଣ୍ଡଫଲ୍ କରିବ ଗୁଲାବ । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ବାତ୍ୟା ଗୁଲାବ ଆନ୍ଧ୍ର ପ୍ରଦେଶର କଳିଙ୍ଗ ପଟ୍ଟନମ୍‌ର ଉତ୍ତରକୁ ୨୫ କିଲୋମିଟର ଦୂରରେ ଉପକୂଳ ଅତିକ୍ରମ କରିବ । ବାତ୍ୟା ଯେତିକି ଉପକୂଳ ନିକଟକୁ ଆସିବ, ପବନର ବେଗ ସେତିକି ବଢ଼ିବ ।

ଆଇଏମ୍‌ଡିର ଆକଳନ ଅନୁଯାୟୀ, ପବନର ବେଗ ସର୍ବାଧିକ ୭୫ରୁ ୮୫ କିଲୋମିଟର ପର୍ଯ୍ୟନ୍ତ ରହିବ । ଏହାର ପ୍ରଭାବ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅନୁଭୂତ ହେବ । ବାତ୍ୟା ପ୍ରଭାବରେ ଗଜପତି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେଉଛି । ଏହାସହ ୩୦/୪୦ କିମି ବେଗରେ ପବନ ବୋହୁଛି । ଅତି ବର୍ଷା କିମ୍ବା ପବନର ଏବେ ସୁଦ୍ଧା ସୂଚନା ନାହିଁ । ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡିରେ ମଦ୍ୟ ଅଧିକ ବର୍ଷା ଓ ପବନ ନାହିଁ । ସବୁ ଅଞ୍ଚଳରେ ସାମାନ୍ୟ ବର୍ଷା ଲାଗି ରହିଛି । ବର୍ଷା ଓ ପବନ ନଥିବାରୁ ଲୋକେ ସ୍ଥାନାନ୍ତର ପାଇଁ ଆଗ୍ରହ ମଧ୍ୟ ଦେଖାଉ ନାହାନ୍ତି ।