• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର/ବ୍ରହ୍ମପୁର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଥଣ୍ଡା । ଗତକାଲି ସୁନ୍ଦରଗଡ଼ ସବୁଠାରୁ ଥଣ୍ଡା ସହର ହୋଇଥିବା ବେଳେ ଫୁଲବାଣୀ, ଦାରିଙ୍ଗିବାଡ଼, ଟିଟିଲାଗଡ଼ ଏବଂ ବୌଦ୍ଧରେ ସର୍ବନିମ୍ନ ପାରଦ ରେକର୍ଡ କରାଯାଇଛି । ସୁନ୍ଦରଗଡ଼ରେ ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ଫୁଲବାଣୀ ଏବଂ ଦାରିଙ୍ଗିବାଡ଼ି ୮.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଟିଟିଲାଗଡ଼ରେ ୮.୮ ଏବଂ ବୌଦ୍ଧରେ ୧୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି

ସେପଟେ ବ୍ରହ୍ମପୁରରେ ଶୀତର ପ୍ରକୋପ ଅଧିକ ହେଉଥିବା ବେଳେ ତାପମାତ୍ରା ୧୨ ଡିଗ୍ରୀ ତଳେ ରହୁଛି । ଏଭଳି ସ୍ଥିତିରେ ପାଣିପାଗ ବିଭାଗ ପକ୍ଷରୁ ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି । ଏହା ସତ୍ତ୍ୱେ ନିଜ ପେଟପାଟଣା ପାଇଁ ରିକ୍ସା ଚାଳକ, ଅଟୋ ଚାଳକ ମାନେ ଏବେ ବି ରାସ୍ତାକଡ଼େ ପଡ଼ିରୁହନ୍ତି । ଅନେକ ଅଟୋ ଚାଳକ ରାତିରେ ରାସ୍ତାକଡ଼େ ନିଜ ଅଟୋ ରଖି ଶୋଇ ରହୁଛନ୍ତି ତ ଆଉ କିଏ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଉଁ ଥିବା ଦେଖିବାକୁ ମିଳିଛି ।

କେବଳ ଏତିକି ନୁହେଁ ବସଷ୍ଟାଣ୍ଡ ମାନଙ୍କ ଲୋକେ ଦୂରଦୂରାନ୍ତକୁ ଯିବାକୁ ଅପେକ୍ଷା କରି ରହିଥିବାବେଳେ ଶୀତରୁ ରକ୍ଷା ପାଇବା ପାଇଁ ନିଜ ବ୍ୟବସ୍ଥା କରିଛନ୍ତି । ଏମ୍‌କେସିଜି ମେଡିକାଲରେ ରୋଗୀ ମାନେ ସକାଳୁଆ ଡାକ୍ତରଙ୍କୁ ଦେଖାଇବାକୁ ମେଡିକାଲ ପରିସରରେ ଅତି କଷ୍ଟରେ ଶୋଇ ରହିରହୁଛନ୍ତି । ବ୍ରହ୍ମପୁର ରେଳଷ୍ଟେସନରେ ଦୂରରୁ ଆସୁଥିବା ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ ନଥିବାରୁ ବାଧ୍ୟହୋଇ ସେମାନେ ଟିକେଟ କାଉଣ୍ଟରରେ ହିଁ ଶୀତକାକରରେ ଶୋଇ ରହୁଛନ୍ତି । ପ୍ରବଳ ଜାଡ଼ ସହିତ ହାଡ଼ଭଙ୍ଗା ଶୀତ ଜନଜୀବନ ଉପରେ ବିଶେଷ ଭାବରେ ପ୍ରଭାବ ପକାଉଛି ।