Advertisment

ଆଗେ ଦେଲେ, ଏବେ ଭୋଟ ଦେବାକୁ ବାଧ୍ୟ କଲେ ! ବିଜେଡି ଯୋଜନାକୁ ସାତ ଜୁହାର

ସରକାରୀ ଦଳର ସାଂଘାତିକ ଷଡ଼ଯନ୍ତ୍ର। ନୂଆ ଓ' ମେଧାବୃତ୍ତି ନେଲ, ଆଉ ଏବେ ଭୋଟ୍ ଦିଅ। କଟକ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ମେଧାବୃତ୍ତି ପାଇଥିବା ଛାତ୍ରଙ୍କୁ ଫୋନ୍ କଲ୍ ଜରିଆରେ କୁହାଯାଉଛି।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

BJD

ମେଧାବୃତ୍ତିରେ ବି ଭୋଟ୍ ରାଜନୀତିର ଝଲକ୍। ଚରମରେ ବିଜେଡିର ଭୋଟ୍ ବ୍ୟାଙ୍କ୍ ପଲିଟିକ୍ସ। ଯୁବ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରଥମେ ଦେଲେ ମେଧାବୃତ୍ତି। ଆଉ ଏବେ ମେଧାବୃତ୍ତି ଆଳରେ ଛାତ୍ରଛାତ୍ରୀଙ୍କ ପାଖକୁ ଆସୁଛି ଫୋନ୍ କଲ୍। ଆଶ୍ଚର୍ଯ୍ୟର କଥା ହେଲା ଫୋନ୍ କଲ୍‌ରେ ମେଧାବୃତ୍ତି ଆଳ ଦେଖାଇ ସିଧାସଳଖ ବିଜେଡି ସପକ୍ଷରେ ଭୋଟ୍ ଭିକ୍ଷା କରାଯାଉଛି। ଉପାନ୍ତରୁ ଉପକୂଳ ସବୁଠି ନୂଆ ଓ' ମେଧାବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ଆସୁଛି ଫୋନ୍ କଲ୍।

Advertisment

ସରକାରୀ ଦଳର ସାଂଘାତିକ ଷଡ଼ଯନ୍ତ୍ର। ନୂଆ ଓ' ମେଧାବୃତ୍ତି ନେଲ, ଆଉ ଏବେ ଭୋଟ୍ ଦିଅ। କଟକ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ମେଧାବୃତ୍ତି ପାଇଥିବା ଛାତ୍ରଙ୍କୁ ଫୋନ୍ କଲ୍ ଜରିଆରେ କୁହାଯାଉଛି। ଖାଲି ସେତିକି ନୁହେଁ ବୁଝା ଯାଉଛି ଯେ, ବିଜେଡି ସରକାର ମେଧାବୃତ୍ତି ଦେଇଥିବାରୁ ଭୋଟ ବିଜେଡିକୁ ଦିଅନ୍ତୁ।

ରାୟଗଡା ଗୌତମ ନଗରର ଯୁକ୍ତ ତିନି ଛାତ୍ର ସିଦ୍ଧାର୍ଥ ପୃଷ୍ଟି। ମେଧାବୃତ୍ତି ପାଇଥିବା ସିଦ୍ଧାର୍ଥ ଏପ୍ରିଲ ୧୫ ଓ ୨୨ରେ ଦୁଇଥର ଫୋନ୍ କଲ୍  ପାଇଥିଲେ। ସେହିପରି ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟର ଛାତ୍ରୀ ଭବାନୀ ପ୍ରଧାନ। ସେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଫୋନ୍ କଲ୍ ପାଇଛନ୍ତି। ଏମିତି ଫୋନ୍ କଲ୍ ଏବେ ରାଜ୍ୟର ଅନେକ ଛାତ୍ରଛାତ୍ରୀଙ୍କ ପାଖକୁ ଆସୁଛି। ଯେଉଁଥିରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରାଯାଉଛି। ପ୍ରଲୋଭନ ମଧ୍ୟ ଦିଆଯାଉଛି ଆହୁରି ଅଧିକ ମେଧାବୃତ୍ତି ପାଇଁ। ଥରେ ନୁହେଁ ଦୁଇ ଦୁଇ ଥର ଫୋନ୍ ଆସିଲାଣି ଛାତ୍ରଛାତ୍ରୀଙ୍କ ପାଖକୁ। ନୂଆ ଓ' ମେଧାବୃତ୍ତି ଯୋଜନାର ଅସଲ ଉଦ୍ଦେଶ୍ୟ ଯୁବ ଭୋଟରଙ୍କୁ କିଣିବା ଥିଲା କି ? କାରଣ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏଭଳି ଫୋନ୍ କଲ୍ ସନ୍ଦେହକୁ ଆହୁରି ବଢାଇଦେଇଛି।

Advertisment

ରାଜ୍ୟ ସରକାର ନୂଆ ଓ କାର୍ଯ୍ୟକ୍ରମ ମାଧ୍ୟମରେ ଯୁକ୍ତ ତିନି ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ମେଧାବୃତ୍ତି ପ୍ରଦାନ କରିଛନ୍ତି ଦୁଇ ମାସ ତଳେ। ତେବେ ଏଠି ପ୍ରଶ୍ନ ମେଧାବୃତ୍ତି କଣ ନୂଆ ଭୋଟରଙ୍କୁ ଆତ୍କୃଷ୍ଟ କରିବା ପାଇଁ ଥୋପ ଥିଲା କି? ଆଉ ଏ ପ୍ରଲୋଭନରେ ବିଜେଡି କଣ ଯୁବ ଭୋଟରଙ୍କୁ ଆକର୍ଷିତ କରିପାରିବ? କାରଣ ରାଜ୍ୟରେ ୭ଲକ୍ଷ ୫୪ ହଜାର ହେଲେ ନୂଆ ଭୋଟର। ରାଜ୍ୟରେ ମୋଦିଙ୍କ ଲୋକପ୍ରିୟତା ବଢୁଥିବାରୁ ଏହାକୁ ଚେକ୍ ଦେବାକୁ ବିଜେଡି ଏଭଳି ଫନ୍ଦି କରୁନି ତ? ଯାହାକୁ ନେଇ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ରାଜନୀତି।

ପ୍ରଥମେ ଉଚ୍ଚ ଶିକ୍ଷାନୁଷ୍ଠାନରେ ରାଜ୍ୟ ସରକାର ନବୀନଙ୍କ ଫଟୋ ସମ୍ବଳିତ ବିଭିନ୍ନ ଯୋଜନାର ବ୍ୟାନର ମାରିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ନୂଆ ଓ ଯୋଜନା ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମେଧାବୃତ୍ତି ପ୍ରଦାନ କରାଗଲା। ତେବେ ଏସବୁ ଯୋଜନା ପଛରେ ଯେ ଭୋଟ୍ ପଲିଟିକ୍ସ ଥିଲା ତାହା ଏବେ ମାସ୍ ଫୋନ୍ କଲ୍ ରୁ ସ୍ପଷ୍ଟ। ଯୁବ ଭୋଟର ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି ନାଁ ଶାସକ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହେଉଛି ତାକୁ ଅପେକ୍ଷା।

BJD Odisha Politics General Elections 2024
Advertisment
Advertisment