• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଭୀଷଣ ହେଉଛି ଗ୍ରୀଷ୍ମକୋପ। ଆକାଶରୁ ହେଉଛି ଅଗ୍ନିବର୍ଷା । ଆସନ୍ତାକାଲି ଯାଏଁ ସିଭିୟର ହିଟ୍‌ୱେଭ୍ ପାଇଁ ରାଜ୍ୟ କିଛି ସ୍ଥାନରେ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି ପାଇଁ ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ସେହିଭଳି ହିଟ୍ ୱେଭ୍ ନେଇ ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏପଟେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଏପ୍ରିଲ୍ ତାତି । ଗତକାଲି ୧୫ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ତାପମାତ୍ରାରେ ସର୍ବକାଳୀନ ରେକର୍ଡ କରିଛି ବାରିପଦା ସହର। ୪୬.୪ ଡିଗ୍ରୀ ସେଲସିୟସ ପାରଦ ରେକର୍ଡ ହୋଇଛି।

ତେବେ ବିଶ୍ୱର ୧୦ ଉତ୍ତପ୍ତ ସହର ଓଡ଼ିଶାର ୩ ସହର ରହିଛି । ଏହି ତାଲିକାରେ ବାରିପଦା ଦ୍ୱିତୀୟ ସ୍ଥାନରେ ଥିବାବେଳେ ବାଲେଶ୍ୱର ତୃତୀୟ ଓ ଭୁବନେଶ୍ୱର ଦଶମ ସ୍ଥାନରେ ରହିଛି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ।

ତେବେ ସେ ସେୟାର କରିଥିବା ତାଲିକା ଅନୁସାରେ ବିଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଓମାନର ଜୋବା । ଗତକାଲି ସେଠାରେ ତାପମାତ୍ରା ୪୯.୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ଦ୍ୱିତୀୟରେ ଥିଲା ବାରିପଦା। ବାରିପଦାରେ ଗତକାଲି ୪୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ତୃତୀୟ ସ୍ଥାନରେ ବାଲେଶ୍ୱର, ଚତୁର୍ଥରେ ଆଫ୍ରିକାର ନଦଜାମେନା, ପଞ୍ଚମରେ ମିଆଁମାରର ଚୌକ, ଷଷ୍ଠରେ ନାଇଜର ବିଲମା ରେକର୍ଡ କରାଯାଇଛି। ସେହିପରି ସପ୍ତମ ସ୍ଥାନରେ ରହିଛି ଝାରଖଣ୍ଡର ଜାମ୍‌ସେଦପୁର, ଅଷ୍ଟମ ସ୍ଥାନରେ ପଶ୍ଚିମବଙ୍ଗର ମେଦିନାପୁର, ନବମ ସ୍ଥାନରେ ନାଇଜରର ଗୁଜ୍‌ଗମି ଓ ଦଶମ ସ୍ଥାନରେ ରହିଛି ରାଜଧାନୀ ଭୁବନେଶ୍ୱର।