Advertisment

ଟେକ୍‌ଅପ୍‌ ବେଳେ ମାଡ଼ ହେଲା କୁଆପଥର; ଏମରଜେନ୍ସି ଲ୍ୟାଣ୍ତିଂ କଲା ଭିସ୍ତାରା

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଟେକଅପ୍‌ର କରିବାର ୧୦ ମିନିଟ ପରେ ଜରୁରୀ ଅବତରଣ କରିଛି ଭିସ୍ତାରା ବିମାନ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Vistara flight

Vistara flight

କୁଆପଥର ମାଡ଼ରେ ଭାଙ୍ଗିଲା ବିମାନର ୱିଣ୍ଡ ସିଲଡ। ଭୁବନେଶ୍ୱର ଏୟାରପୋର୍ଟରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ। ଦିଲ୍ଲୀ ଅଭିମୁଖେ ଅପରାହ୍ଣ ଗୋଟାଏ ୪୫ମିନିଟରେ ଉଡ଼ାଣ ଭରିଥିଲା। କିଛି ସମୟ ପରେ କୁଆପଥର ବର୍ଷା ହେବାରୁ ୱିଣ୍ଡ ସିଲଡ ଫାଟିଥିଲା। ୧୦ ମିନିଟ ପରେ ଜରୁରୀ ଅବତରଣ କରିଥିଲା।

Advertisment

ବିମାନରେ ଥିଲେ ପାଖାପାଖି ୧୭୦ ଯାତ୍ରୀ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। କାହାର କୌଣସି କ୍ଷତି ହୋଇନି। ଏହାପରେ ଭିସ୍ତାରା ଏୟାରଲାଇନ୍ସ କର୍ତ୍ତୃପକ୍ଷ ପକ୍ଷରୁ ଯାତ୍ରୀ ଦିଲ୍ଲୀ ଯିବା ପାଇଁ ଆଉ ଗୋଟିଏ ବିମାନ ପଠାଯାଇଛି। ଅନ୍ୟପକ୍ଷରେ ଏୟାରପୋର୍ଟରେ ଅବତରଣ କରିଥିବା ଭିସ୍ତାରା ବିମାନକୁ ଯାଞ୍ଚ କରୁଛନ୍ତି ଟେକ୍ନିକାଲ୍‌ ଟିମ୍।

ସୂଚନା ମୁତାବକ, ଆଜି ଅପରାହ୍ନ ୧ଟା ୪୫ ମିନିଟ୍‌ରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଭିସ୍ତାରା ବିମାନ। ଉକ୍ତ ବିମାନରେ ପ୍ରାୟ ୧୭୦ ଜଣ ଯାତ୍ରୀ ଥିଲେ। ବିମାନ ଟେକ୍‌ଅପ୍‌ କରିବାର ୧୦ ମିନିଟ୍‌ ପରେ ମଝି ଆକାଶରେ ତାଣ୍ଡବ ରଚିଥିଲା କାଳବୈଶାଖୀ। ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିଲା। ଯେଉଁଥିପାଇଁ ବିମାନର ୱିଣ୍ଡସିଲ୍‌ ଭାଙ୍ଗି ଯାଇଥିଲା।

Advertisment

କୁଆପଥର ମାଡ଼ରେ ବିମାନର ଆଗ ପାର୍ଶ୍ୱରେ ଅନେକ ସ୍ଥାନରେ ଚେପା ହୋଇଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ପାଇଲଟ୍‌ ବିମାନକୁ ଆଗକୁ ନେବା ପରିବର୍ତ୍ତେ ଜରୁରୀ ଅବତରଣ ପାଇଁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ସହିତ ଯୋଗାଯୋଗ କରିଥିଲେ। ତା’ପରେ ବିମାନ ଜରୁରୀ ଅବତରଣ କରିଥିଲା।

Airline Vistara Thunderstorm Bhubaneswar Airport
Advertisment
Advertisment