/odishatv-khabar/media/post_attachments/uploadimage/library/16_9/16_9_0/Dance_Bar_1714567395.jpg)
Dance Bar
ସବୁ ଆଇନ କାନୁନକୁ ଫୁ... ବେଫିକର ଭାବେ ଆଇନର ଧଜିଆ ଉଡାଇ ଚାଲିଥିଲା ନାଚ ଗୀତ । ରଙ୍ଗୀନ ଆଲୋକ ଓ ଡିଜେର ତାଳେ ତାଳେ ଝୁମୁଛନ୍ତି ଯୁବପୀଢୀ। ଭୁବନେଶ୍ୱର ସହିଦନଗର ଭବାନି ମଲରେ ଥିବା ଏକ ବାରରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ନିଶାରେ ମସଗୁଲ ଥିଲେ ଯୁବପୀଢୀ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ନିଶାର ଆସର। ଅବକାରୀ ନିୟମକୁ ଫୁ କରି ବାର ମାଲିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲୁଛନ୍ତି ବାର। ନା ଅଛି ଆଇନକୁ ଖାତିର, ନା ପୋଲିସକୁ ଭୟ।
ବାରମ୍ବାର ଏଭଳି ଆଇନ ଭାଙ୍ଗୁଥିବା ବାର ଉପରେ କାର୍ଯ୍ୟାନୁଷ୍ଠାନ ହେବ। ପୋଲିସ ଓ ଅବକାରୀ ଟିମ ଏସବୁ ଉପରେ ନଜର ରଖିଥିବା କହିଛନ୍ତି ଭୁବନେଶ୍ୱର ଡିସିପି।
ଅନ୍ୟପଟେ ଦିନ ୧୨ଟାରୁ ରାତି ୧୨ ପର୍ଯ୍ୟନ୍ତ ଖୋଲିବା ପାଇଁ ଅନୁମତି ରହିଛି। ଆବଶ୍ୟକ ସ୍ଥଳେ ରାତି ୧.୩୦ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅନୁମତି ନେଇ ବାର ବି ଚଳାଇପାରିବେ ବାର ମାଲିକ। ଅନ୍ୟପଟେ ଯେଉଁ ବାର ଗୁଡିକ ନିୟମ ମାନୁନାହାଁନ୍ତି ତାଙ୍କ ଉପରେ ଚଢ଼ାଉ କରାଯାଇ ୫୦ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି। ଅଭିଯୋଗ ଆସିଥିବା ବାରର ସିସିଟିଭି ଯାଞ୍ଚ ହେଉଛି। ପୂର୍ବରୁ ସେହି ବାରରୁ ନିୟମ ଉଲ୍ଲଙ୍ଘନ ପାଇଁ ଜୋରିମାନା ଆଦାୟ ହୋଇଥିଲା। ବାରମ୍ବାର ନିୟମ ଉଲ୍ଲଙ୍ଘନ କଲେ ଲାଇସେନ୍ସ ବାତିଲ କରାଯିବ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ ।
ଗୋଟିଏ ପଟେ ରାଜଧାନୀରେ ଜମିଆସିଲାଣି ନିର୍ବାଚନୀ ମାହୋଲ, ଅନ୍ୟପଟେ ବିଳମ୍ବିତ ରାତି ଯାଏଁ ବାର ଖୋଲାହେଲେ ଆଇନଶୃଙ୍ଖଳା ବିଗିଡିବାର ସମ୍ଭାବନା ରହିଛି। ଏଭଳି ସ୍ଥଳେ କମିଶନରେଟ ପୋଲିସ କେତେ ଶକ୍ତ ହେଉଛି ତାହା ଉପରେ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)