/odishatv-khabar/media/post_attachments/uploadimage/library/16_9/16_9_0/Nomination_1714553827.jpg)
Nomination
ଓଡ଼ିଶାରେ ହେବାକୁ ଥିବା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ମାନେ ପଟୁଆରରେ ଆସି ନାମାଙ୍କନ ଦାଖଲ କରୁଛନ୍ତି । ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ନାମାଙ୍କନ ଦାଖଲ କରୁଛନ୍ତି ।
ବିରାଟ ରାଲି ଓ ଶୋଭାଯାତ୍ରାରେ ଆସି ସେ ଶକ୍ତି ପ୍ରଦର୍ଶନ କରିଛନ୍ତି । ତାଙ୍କ ସହିତ ଅଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ୨୦୧୪ ଓ ୨୦୧୯ ରେ ବିଜେପିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଛନ୍ତି ଜଗନ୍ନାଥ ପ୍ରଧାନ । ଏଥର ତାଙ୍କର ପ୍ରତିଦ୍ୱନ୍ଦୀ ଭାବେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଅନନ୍ତ ନାରାୟଣ ଜେନା ।
ବିଜେପିର ବରଗଡ ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ପତ୍ର ଦାଖଲ କରିବେ । ସେଥିପାଇଁ ସେ ଆଜି ସକାଳୁ ପାଇକମାଳ ସ୍ଥିତ ନିଜ ଘରୁ ବାହାରି, ବରଗଡ ଅଭିମୁଖେ ଯାତ୍ରା କରିଛନ୍ତି । ସକାଳୁ ସେ ପ୍ରଥମେ ନିଜ ମା' ଙ୍କ ଆର୍ଶୀବାଦ ନେଇଛନ୍ତି । ପରେ ମନ୍ଦିରକୁ ଯାଇ ଦେବ ଦର୍ଶନ କରି ଘରୁ ବାହାରିଛନ୍ତି ।
ବରଗଡରେ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ ପ୍ରଦୀପ ପୁରୋହିତ । ନାମାଙ୍କନ ପତ୍ର ଦାଖଲ କଲେ ବରଗଡ଼ ବିଜେପୁର ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟିକା ପ୍ରାର୍ଥୀ ରିତା ସାହୁ । ଏକ ବିରାଟ ଶୋଭାଯାତ୍ରାରେ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବରଗଡ଼ ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ କୁମାର ସିଂଙ୍କ ପାଖରେ ନିଜ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ବିଜେଡ଼ି ସାଂସଦ ପ୍ରାର୍ଥୀନୀ ପରିଣୀତା ମିଶ୍ରଙ୍କ ସହ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।
ଏଥିସହ ବରଗଡ଼ରୁ ହଜାର ହଜାର ବିଜେଡ଼ି କର୍ମୀ ଓ ସମର୍ଥକଙ୍କ ସହ ସହର ପରିକ୍ରମା ସହ ଶକ୍ତି ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାମକୁ ମୁଦ୍ଦା କରି ନିର୍ବାଚନରେ ବିଜୟୀ ହେବେ ବୋଲି କହିଛନ୍ତି ରିତା ସାହୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)