Advertisment

ଘରେ ବନାନ୍ତୁ ସୁଆଦିଆ ‘ରାଜମା କଷା’

ଆପଣ ଡାଲି ବା ବୁଟର ବିଭିନ୍ନ ରେସିପି ଘରେ ବନେଇ ଖାଇଥିବେ । ଆଜି ଆମେ ଏକ ନିଆରା ଓ ସୁଆଦିଆ ରେସିପି ତିଆରି କରିବୁ । ଏହି ରେସିପିଟିର ନାଁ ହେଉଛି ‘ରାଜମା କଷା’ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Rajma Masala Recipe

rajma kasa

ଖାଇବା ପ୍ରିୟ ଲୋକଙ୍କ ପାଇଁ ଆମେ ଆଣିଛୁ ରାଜମା କଷାର ପ୍ରସ୍ତୁତ ପ୍ରକ୍ରିୟା। ଏହା ରାନ୍ଧିବା ଯେତେ ସହଜ ଓ ସୁଆଦିଆ ମଧ୍ୟ ।  ଘରେ ଏହାକୁ ପ୍ରସ୍ତୁତ କରନ୍ତୁ ଓ ପରିବାର, ସାଙ୍ଗସାଥୀଙ୍କ ସହ ଖାଇବାର ମାଜା ନିଅନ୍ତୁ।

Advertisment

ଆଜି ଆମେ ନିରାମିଷରେ ଏକ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ରାଜମା କଷା’। ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଆବଶ୍ୟକ ସାମଗ୍ରୀ:

ରାଜମା ୨୫୦ ଗ୍ରାମ, ପିଆଜ ୨ଟି, ଅଦା ଅଳ୍ପ, ରସୁଣ ଗୋଟେ ବୁଦା, ଟମାଟୋ ୧ଟି, ଲୁଣ, ହଳଦି, କଞ୍ଚାଲଙ୍କା, ତେଲ, ମେଥିପତ୍ର ଅଳ୍ପ, ଧନିଆ ପତ୍ର ଅଳ୍ପ।

Advertisment

ଅଧିକ ପଢ଼ନ୍ତୁ: ଘରେ ସହଜରେ ବନେଇ ପାରିବେ ‘ଟମାଟୋ ରସମ୍‌’

ପ୍ରସ୍ତୁତ ପ୍ରଣାଳୀ:

  • ରାଜମାକୁ ୨ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ପକାନ୍ତୁ। ଟିକେ ବତୁରିଲା ପରେ ଅଳ୍ପ ସିଝାଇ ଦିଅନ୍ତୁ।
  • ପିଆଜକୁ ଛୋଟ ଛୋଟ କରି କାଟନ୍ତୁ। ଅଦା, ରସୁଣକୁ ବାଟି ରଖନ୍ତୁ। କଡାଇ ବସାଇ ତେଲ ପକାନ୍ତୁ।
  • ତେଲ ଗରମ ହେଲେ ପିଆଜ କଟାକୁ ପକାଇ ଭାଜନ୍ତୁ।
  • ଟିକେ ଲାଲ ହେଲେ ଅଦା, ରସୁଣ ବଟା ପକାଇ ଘାଣ୍ଟନ୍ତୁ।
  • ଏହାପରେ ଲୁଣ, ହଳଦି ପକାନ୍ତୁ। ମସଲା କଷି ହେଲା ବେଳକୁ ଟମାଟୋକୁ କାଟି ମସଲା ଗୋଳାଇ ଦିଅନ୍ତୁ।
  • ଅଳ୍ପ ସମୟ ପରେ ରାଜମାକୁ ମସଲାରେ ପକାଇ ଗୋଳାଇ ଦିଅନ୍ତୁ ଏବଂ ଅଳ୍ପ ପାଣି ଦେଇ ୫ ମିନିଟ୍‌ ପର୍ଯ୍ୟନ୍ତ ଘୋଡାଇ ଦିଅନ୍ତୁ। ଯେପରି ମସଲା ରାଜମା ସାଙ୍ଗରେ ଲାଗିକି ରହେ।
  • ୫ ମିନିଟ୍‌ ପରେ ଘୋଡଣି ବାହାର କରି କଞ୍ଚାଲଙ୍କା କାଟି ସେଥିରେ ପକାନ୍ତୁ।
  • ଏହାପରେ ମେଥିପତ୍ର ଏବଂ ଧନିଆ ପତ୍ର କାଟି ପକାନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ରାଜମା କଷା’ । ଏହି ରେସିପିଟିକୁ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

ଅଧିକ ପଢ଼ନ୍ତୁ: ଦେଶୀ ଷ୍ଟାଇଲରେ ବନାନ୍ତୁ ‘ପଣସ କଠା ଓ ଚିଙ୍ଗୁଡ଼ି’ ତରକାରୀ

Odia Food And Recipes
Advertisment
Advertisment