Advertisment

ସୋସିଆଲ ମିଡିଆରେ ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ କଟାକ୍ଷ,ଶତାଧିକ ମହିଳାଙ୍କ ଶୋଭାଯାତ୍ରା

ସୋସିଆଲ ମିଡିଆରେ ନୟାଗଡ଼ ରାଣୀ ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ ସୋସିଆଲ ମିଡିଆରେ ଅଶ୍ଳୀଳ କଟାକ୍ଷ । ନୟାଗଡ଼ରେ ଶତାଧିକ ମହିଳାଙ୍କ ଶୋଭାଯାତ୍ରା । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।

author-image
Pallipuspa Samal
ଅଦ୍ୟତନ ହୋଇଛି
bjp protest Over abuse pratusha rajeshwari singh

bjp protest

ସୋସିଆଲ ମିଡ଼ିଆରେ ନୟାଗଡ଼ ରାଣୀ ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା । ରାଜେଶ୍ବରୀ ସିଂହଙ୍କୁ ଅଶ୍ଳୀଳ କଟାକ୍ଷ। ଏହା ପ୍ରତିବାଦରେ ନୟାଗଡ଼ରେ ଶତାଧିକ ମହିଳା ଶୋଭାଯାତ୍ରା କରିଛନ୍ତି । ପରେ ଟ୍ରାଫିକ ଛକରେ ନାରାବାଜି ଦେଇ ପ୍ରତିବାଦ ଜଣାଇଛନ୍ତି।

Advertisment

''ଆମ ପାଇଁ ବଡ଼ ଆମ ନୟାଗଡ଼" ଫେସବୁକ ଆଇଡିରୁ ନୟାଗଡ଼ ରାଣୀଙ୍କୁ ଏହି କଟାକ୍ଷ କରାଯାଇଛି। ଯାହାକୁ ସବୁ ମହଲରୁ ଦୃଢ ନିନ୍ଦା କରାଯାଇଛି । ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ହାରିଯିବା ଭୟରେ ବିଜେଡି ସୋସିଆଲ ମିଡ଼ିଆରେ ଏଭଳି ଅପପ୍ରଚାର କରୁଥିବା ଅଭିଯୋଗ କରିଛି ବିଜେପି । ମା'କୁ ଏହା କି ପ୍ରକାର ସମ୍ମାନ ବୋଲି ବିଜେପି ପ୍ରଶ୍ନ ଉଠାଇଛି । ରାଜ୍ୟରେ ବିଜେଡି ପକ୍ଷରୁ ମା’କୁ ସମ୍ମାନ ନାରା ଦିଆଯାଉଥିବା ବେଳେ ରାଣୀଙ୍କୁ ଏଭଳି କଟାକ୍ଷ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। 

ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ ଅଶ୍ଳୀଳ କଟାକ୍ଷକୁ ନେଇ ନୟାଗଡ଼ ରାଜବାଟୀରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ତୁରନ୍ତ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଏହାକୁ ବେଶ ଗୁରୁତର ସହ ନିଆଯିବ ବୋଲି କହିଛନ୍ତି । ତେବେ ପୋଲିସ ଏହି ଘଟଣାର ତଦନ୍ତ କରି ଇଟାମାଟି ଥାନା ଅନ୍ତର୍ଗତ ହରିପୁର ଗ୍ରାମର ରମାକାନ୍ତ ପଣ୍ଡାଙ୍କୁ ଗିରଫ କରିଛି । ପୋଲିସ ଏହି ଅବସରରେ ଏକ ସୋସିଆଲ୍ ମିଡିଆ ମାର୍ଗଦର୍ଶିକା ମଧ୍ୟ ଜାରି କରିଛି। ଏଥିରେ କୁହାଯାଇଛିଯେ, ନିର୍ବାଚନ ପରିପ୍ରେକ୍ଷୀରେ ଯଦି କାହା ବିରୋଧରେ ଅପମାନ ସୂଚକ ମନ୍ତବ୍ୟ ଦିଆଯାଏ, ତେବେ ଏଦିଗରେ ଦୃଢ଼ ପଦକ୍ଷେପ ନିଆଯିବ। 

Advertisment

ବିଜେପି ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ମଧ୍ୟ ନିଜେ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି। ନୟାଗଡ଼ ଜନସାଧାରଣ ଏଭଳି ଆପମାନର ଦୃଢ଼ ଜବାଦ ଦେବେ ବୋଲି ସେ ତାଙ୍କ ସମର୍ଥକମାନଙ୍କୁ କହିଛନ୍ତି।  ସେପଟେ ବିଜେପିର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

ଅଧିକ ପଢ଼ନ୍ତୁ: ନାମାଙ୍କନ ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡିର ଜୟ ଜଗନ୍ନାଥ-ବିଜେପିର ଜୟ ଶ୍ରୀରାମ ନାରା

BJP BJP Protest General Election 2024
Advertisment
Advertisment