• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସାନ ବାବୁ ଓ ବଡ ବାବୁ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଓ ବିଜେଡି ଉପରେ ପ୍ରବଲ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନା ନନେଇ ସାନବାବୁ କହି ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ଅପରାଜିତା । ଜଣେ ସାନବାବୁ ବଡ଼ବାବୁଙ୍କୁ ଶାସନରୁ ଦୂରେଇ ଦେଇଛନ୍ତି ବୋଲି କହିଛନ୍ତି । ସାନବାବୁଙ୍କ ଅନୁମତି ବିନା ବଡ଼ବାବୁଙ୍କ ଦର୍ଶନ କେହି ପାଉନାହାନ୍ତି ।

ବଡ଼ବାବୁଙ୍କ ଦର୍ଶନ ପାଉନଥିବାରୁ ବିଜେଡି ନେତା ଦଳ ଛାଡୁଥିବା ସେ କହିଛନ୍ତି । ରାଜ୍ୟର ଜଣେ ସାନବାବୁ ସରକାରକୁ ହାଇଜାକ୍ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ସେହିପରି ଓଡ଼ିଶାକୁ ସୁସ୍ଥ ସବଳ ଯୁବକ ମୁଖ୍ୟମନ୍ତ୍ରୀ ଦରକାର ବୋଲି କହିବା ସହ ନବୀନଙ୍କ ଦୁଇ ସ୍ଥାନରୁ ପ୍ରାର୍ଥୀ ହେବାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ।

ଏତେ ଖରାରେ ମୁଖ୍ୟମନ୍ତ୍ରୀଙ୍କୁ ୨ଟି ଜାଗାରୁ କାହିଁକି ପ୍ରାର୍ଥୀ କରାଯାଇଛି ବୋଲି ପଚାରିଛନ୍ତି ସାଂସଦ । ସାନବାବୁଙ୍କ ବ୍ୟାକ୍ ଡୋରରେ ଏଣ୍ଟ୍ରି ପାଇଁ ନବୀନଙ୍କୁ ୨ ଜାଗାରେ ପ୍ରାର୍ଥୀ କରାଯାଇଥିବା ସେ କହିଛନ୍ତି । ସାମ୍ବାଦିକଙ୍କୁ କାହିଁକି ସଚିବାଳୟ ଛଡାଯାଉନି କହି ନିଶାନା କରିବା ସହ ଓଡ଼ିଶାରେ ନିଷ୍କ୍ରିୟ ସରକାର ଚାଲିଛି ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ସଚିବାଳୟ ଯାଉନାହାନ୍ତି । ତାଙ୍କୁ ମୁଖ୍ୟ ସଚିବ ଓ ଡିଜିପି ଦେଖା କରିପାରୁ ନାହାନ୍ତି କି ମନ୍ତ୍ରୀ ଓ ବିଧାୟକ ମଧ୍ୟ ଭେଟି ପାରୁନାହାନ୍ତି ବୋଲି କହିଛନ୍ତି । ରାଜ୍ୟକୁ ମାଫିଆ ଅପରେଟ୍ କରୁଛନ୍ତି ଏବଂ ଓଡ଼ିଶାକୁ ଲୁଟ୍ କରିବା ଲାଇସେନ୍ସ ଆଉଥରେ ଦିଆନଯାଉ ବୋଲି କହିଛନ୍ତି ଅପରାଜିତା । ସେହିଭଳି ଭବ୍ୟ ରାମ ମନ୍ଦିର ନିର୍ମାଣରେ ୧୪୦୦ କୋଟି ଖର୍ଚ୍ଚ ହୋଇଥିବାବେଳେ ’ ଶ୍ରୀମନ୍ଦିର ପ୍ରକଳ୍ପରେ ୪୨୦୦ କୋଟି କେମିତି ଖର୍ଚ୍ଚ ହେଲା ବୋଲି ପଚାରିଛନ୍ତି ।

ପରିକ୍ରମା ପ୍ରକଳ୍ପରେ ଖର୍ଚ୍ଚ ୪୨୦୦ କୋଟିର ତଥ୍ୟ ସାର୍ବଜନୀନ ଦାବି କରିବା ସହ ରାଜ୍ୟ ସରକାରଙ୍କ ଇ-ଫାଇଲରେ ତଥ୍ୟ କିଏ ଭରୁଛି ବୋଇ ପ୍ରଶ୍ନ କରିଛନ୍ତି ।