ଆଜି ଧନ୍ୟ ହୋଇଗଲା ଜୀବନ। ଦିବ୍ୟ ଦର୍ଶନରେ ପୁରି ଉଠୁଛି ମନ ଆଉ ପ୍ରାଣ। ଆଜି କେହି ରୋକିପାରିବେନି ଏହି ଖୁସିର ଲୁହକୁ। ଆଜି କେହି ଅଟକାଇ ପାରିବେନି ଏହି ଭାବ ଆଉ ଆବେଗକୁ।
ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଛନ୍ତି।
୧୫ଟି ପ୍ରସ୍ତାବ ଉପରେ ଏଥିରେ ଆଲୋଚନା ହୋଇଥିବା ବେଳେ, ୧୪ଟି ମଞ୍ଜୁର ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା।
ସୌର ମକର ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ସୋମବାର । ଚନ୍ଦ୍ର- ବୃଷ ଦିବା ୦୪.୨୨ ଗତେ ମିଥୁନ । ତିଥି- ୧୨ଶୀ ରାତ୍ରି ୦୭.୫୨ ଗତେ ୧୩ଶୀ । ଜାଣନ୍ତୁ ଆପଣଙ୍କ ଶୁଭ ସମୟ..
ବ୍ୟର୍ଥ ଯାଇନି ହଜାର ହଜାର କରସେବକଙ୍କ ବଳିଦାନ । ୫ଶହ ବର୍ଷର ପ୍ରତୀକ୍ଷା,
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଉତ୍ପାତିଆ ହାତୀଙ୍କୁ ଚେକ୍ ଦେବେ ପ୍ରଶିକ୍ଷିତ ହାତୀ । ଧନଜୀବନ ରକ୍ଷା ପାଇଁ ବନ ବିଭାଗର ନୂଆ ପ୍ଲାନ ।
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ କାଠଗଡ଼ାରେ ରାଜ୍ୟ ସରକାର । ଭୁବନେଶ୍ୱର ପରେ ସମ୍ବଲପୁରରେ ବି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଶାରେ ପ୍ରାଣ । ହେଲେ ଅଯୋଧ୍ୟାରେ ମନ । କାଲି ରାମଲଲାଙ୍କ ଭବ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବକୁ ରାମଜନ୍ମଭୂମୀକୁ ଯାଇପାରୁନଥିଲେ ବି ଏଇଠୁ ଥାଇ ରାମ ଭକ୍ତିରେ ଡୁବିଲେଣି ବ୍ରହ୍ମପୁରବାସୀ ।
ଏହା ସହିତ ସେ ଆହୁରି କହିଛନ୍ତି ଯେ, କିଛି ବନ୍ଧୁ ଭାରତ ସରକାରଙ୍କ ଏକ PSU ଏହି ପରୀକ୍ଷା କରିଛି କହୁଛନ୍ତି । ମୁଁ ସ୍ପଷ୍ଟ କରୁଛି, ଭାରତ ସରକାରଙ୍କ ପରୀକ୍ଷା ଏଜେନ୍ସି ହେଲା NTA ।
ବାଲିଯାତ୍ରା ଦୁର୍ନୀତିର କେବେ ହେବ ତଦନ୍ତ ? ଯାଞ୍ଚ ଆଳରେ ଲୁଚିଯିବକି ବାଲିଯାତ୍ରା ମହାଦୁର୍ନୀତି ? କେତେ ଦିନ ଭିତରେ ତଦନ୍ତ ୫୭୮ ରିପୋର୍ଟ ଦେବ କମିଟି ? ଯାଞ୍ଚ କମିଟି ଗଠନ କରି ସିଏମସି ଚୁପ୍ ବସିଥିବା ବେଳେ, ଏବେ ଉଠିଛି ଏଭଳି ପ୍ରଶ୍ନ ।
ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବ । କିନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନଜରକୁ ଆସିଛି ଯେ, ଆଶାୟୀଙ୍କୁ ସିଧାସଳଖ ପ୍ରାର୍ଥୀ ହେଲେ ବୋଲି ଘୋଷଣା କରି ସେମାନଙ୍କଠାରୁ କେତେକ ବ୍ୟକ୍ତି ଅର୍ଥ ଆଦାୟ କରୁଛନ୍ତି ।
ଅର୍ପଣ ରଥ, ନିଯୁକ୍ତି ଦୁର୍ନୀତି, ଆମସର ଆକ୍ଟର ଉଦହାରଣ ଦେଇ ବିଷୋଦଗାର ବି କରିଛନ୍ତି ଅପରାଜିତା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯିଏ ସରକାରଙ୍କୁ ଆଡଭାଇସ୍ ଦେଉଛନ୍ତି ତାଙ୍କୁ ପଦରୁ କାଢିଦେବା ଉଚିତ୍ ।
୨୦୨୩ ବର୍ଷ ପାଇଁ ପ୍ରକାଶ ପାଇଲା ରାଜ୍ୟପାଳ ପୋଲିସ ପଦକ ତାଲିକା । ୨ ଜଣ ଆଇଜିଙ୍କ ସମେତ ୨୦ଜଣ ପୋଲିସ ଅଧିକାରୀ ଏଥର ପାଇବେ ସମ୍ମାନଜନକ ରାଜ୍ୟପାଳ ପଦକ ।
ଗରିବ ଓ ଅସହାୟଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି । ହେଲେ ତଳସ୍ତରରେ ଯୋଗ୍ୟ ହିତାଧିକାରୀ ରହିଛନ୍ତି ଯେଉଁମାନଙ୍କର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଘର ଖଣ୍ଡିଏ ମିଳିନି ।
ଘଣ୍ଟାରେ ଆସି ବାଜିଲାଣି ୧୧ । ତଥାପି ଏଯାଏଁ କମିନି କୁହୁଡ଼ି । ରାଜଧାନୀ ଆକାଶକୁ ଘୋଡ଼ାଇ ରଖିଛି ଘନ କୁହୁଡ଼ିର ଆସ୍ତରଣ ।
ଆସନ୍ତାକାଲି ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା । ରାମମୟ ହେଲାଣି ଅଯୋଧ୍ୟା । ଶ୍ରଦ୍ଧାଳୁ, ସନ୍ୟାସୀ ସମସ୍ତଙ୍କ ସୁଅ ଛୁଟିଛି ଅଯୋଧ୍ୟାକୁ । ଏପଟେ ଓଡ଼ିଶାର ଅଯୋଧ୍ୟାରେ ବି ଉତ୍ସାହ କିଛି କମ ନୁହେଁ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ରହିଛି ଏହି ଅଯୋଧ୍ୟା ଗାଁ ।
ସୈାର ମକର ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨୧ ତାରିଖ ରବିବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ୧୧ଶୀ ସନ୍ଧ୍ୟା ୦୭.୨୭ ଗତେ ୧୨ ଶୀ।ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର।
କଟକ ନିକଟ ମଙ୍ଗୁଳି ଛକରେ ଦୁର୍ଘଟଣା । କାର ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଚୌଦ୍ୱାର ଦମକଳ ବାହିନୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଓଡ଼ିଶାରେ ଗୋଟିଏ ରାକ୍ଷସ ମନୋବୃତ୍ତିର ସରକାର ଚାଲିଛି । ଏଠି ଅଧା ଡଜନ ମନ୍ତ୍ରୀ, ଡଜନ ଡଜନ ବିଧାୟକ ଅପରାଧ ଆରୋପିତ ବୋଲି ସିଧାସଳଖ କହିଛନ୍ତି ଧର୍ମେନ୍ଦ୍ର ।
ନିଜର ଯାଦୁଗରୀ ସ୍ପର୍ଶରେ କିଏ ପ୍ରଭୁ ଶ୍ରୀରାମଙ୍କ କ୍ଷୁଦ୍ର ମୂର୍ତ୍ତିଟିଏ କରି ଚର୍ଚ୍ଚାକୁ ଆସିଛନ୍ତି ତ ଆଉ କିଏ ୨୫ ଲକ୍ଷ ରାମନାମ ଲେଖି ନିଜକୁ ଉତ୍ସର୍ଗ କରିଦେଇଛନ୍ତି ମର୍ଯ୍ୟାଦାପୁରୁଷଙ୍କ ଉଦ୍ଦେଶ୍ୟରେ।
ରାଜ୍ୟରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ମହିଳା ଭୋଟ ରହିଛି । ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର SHG ଗ୍ରୁପରେ ପ୍ରାୟ ୭୦ ଲକ୍ଷ ମହିଳା ସଦସ୍ୟା ରହିଛନ୍ତି ।
ପ୍ରତିଶ୍ରୁତି ପୂରଣରେ ବିଳମ୍ବ ଅଭିଯୋଗ । ରାସ୍ତାକୁ ଓହ୍ଲାଇଲେ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ । ଗତକାଲିର ଧାରଣା ପରେ ଆଜି ଶୋଭାଯାତ୍ରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।
ସାବଧାନ! ମହଙ୍ଗା ପଡ଼ିବ ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି । ଧରାପଡ଼ିଲେ, ଆଇନ ଅନୁସାରେ ଦଣ୍ଡିତ ହେବେ। ମେଡିସିନ୍ ଷ୍ଟୋର ଲାଇସେନ୍ସ ବି ରଦ୍ଦ ହୋଇପାରେ।